ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ନେତୃତ୍ୱ ସଙ୍କଟରେ କନ୍ଧମାଳ ଜିଲ୍ଲା ବିଜେଡି: ଅବଧି ସରିଲା, ହୋଇପାରିଲାନି ପଦଯାତ୍ରା

Published By : Prameya | November 18, 2024 2:46 PM

ଫୁଲବାଣୀ, ୧୮/୧୧: କ୍ଷମତାରୁ ଯିବା ପରେ ଦିଶାହୀନ ହୋଇ ପଡ଼ିଛି କନ୍ଧମାଳ ଜିଲ୍ଲା ବିଜେଡି । କର୍ମୀ ଧରାଛୁଆଁ ଦେଉ ନାହାନ୍ତି । ଏକ ପ୍ରକାର  ନୈରାଶ୍ୟ ଭିତରେ ରହିଛି ଦଳ । ନିର୍ବାଚନରେ  ପରାଜୟ ପରେ ରାଜନୀତିରୁ ସନ୍ୟାସ ନେଇଛନ୍ତି  ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ଜିଲ୍ଲାରୁ ମୁହଁ ମୋଡ଼ିଛନ୍ତି ପର୍ଯ୍ୟବେକ୍ଷକ ବିଜୟ ନାୟକ । ଶେଷରେ ଜିଲ୍ଲା ସଭାପତି ଅଙ୍ଗଦ କହଁର ମଧ୍ୟ ପଦବିରୁ ଇସ୍ତଫା ଦେଇଛନ୍ତି। ଫଳରେ ଗତ ପ୍ରାୟ ଚାରି ମାସ ହେଲା  କନ୍ଧମାଳ ବିଜେଡି ମୁଖିଆ ଶୂନ୍ୟ ହୋଇ ରହିଛି ।  ଇତି ମଧ୍ୟରେ ଅନେକ ଦଳୀୟ ନେତା ବିଜେପି  ମୁହାଁ ହୋଇଛନ୍ତି । ନିର୍ବାଚନ ପରଠାରୁ ଜିଲ୍ଲାରେ  କୌଣସି ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ  ହୋଇନାହିଁ । ପ୍ରତିବର୍ଷ ଅକ୍ଟୋବର ୨ରୁ ନଭେମ୍ବର  ୧୧ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଜନସମ୍ପର୍କ  ପଦଯାତ୍ରା ଏଥର ସମ୍ପୂର୍ଣ୍ଣ ଫିକା ପଡ଼ିଛି । 

ଜି. ଉଦୟଗିରି  ନିର୍ବାଚନମଣ୍ଡଳୀରେ ପୂର୍ବତନ ବିଧାୟକ ସାଲୁଗା  ପ୍ରଧାନ ଓ ବାଲିଗୁଡ଼ାରେ ବିଧାୟକ ଚକ୍ରମଣି କହଁରଙ୍କ  ନେତୃତ୍ୱରେ କିଛି କାର୍ଯ୍ୟକ୍ରମ ହୋଇଥିଲା ବେଳେ  ଫୁଲବାଣୀ ନିର୍ବାଚନମଣ୍ଡଳୀରେ ଏହି କାର୍ଯ୍ୟକ୍ରମ  ବିଲ୍‌କୁଲ୍‌ ହୋଇନାହିଁ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ  ଫୁଲବାଣୀରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।  ୨୧ ତାରିଖରୁ ବିଭିନ୍ନ ସ୍ଥାନରେ ପଦଯାତ୍ରା ଆୟୋଜିତ  ହେବ ବୋଲି ସୂଚନା ମଧ୍ୟ ଦିଆଯାଇଥିଲା । ତେବେ  ବାତ୍ୟା ଦାନା ପାଇଁ ଏହାକୁ କିଛି ଦିନ ସ୍ଥଗିତ ରଖି ୨୯ରୁ  ଆରମ୍ଭ କରାଯିବା ପାଇଁ ସ୍ଥିର କରାଯାଇଥିଲା । ଅଥଚ  ଏହି ଘୋଷଣା କେବଳ ନିଷ୍ପତ୍ତିରେ ହିଁ ରହିଯାଇଛି ।  ନିର୍ବାଚନମଣ୍ଡଳୀର କୌଣସି ସ୍ଥାନରେ ଗୋଟିଏ ବି  ପଦଯାତ୍ରା ଆୟୋଜନ ହୋଇ ଥିବାର ସୂଚନା ମିଳିନାହିଁ । କୌଣସି ନେତା ଆଗକୁ ଆସି କାର୍ଯ୍ୟକ୍ରମ ଆୟୋଜନ  କରିବାର ଆବଶ୍ୟକତା ଉପଲବ୍ଧି କରିନଥିବା ଅନୁମାନ  କରାଯାଇଛି ।  ସେହିଭଳି ସଦସ୍ୟତା ସଂଗ୍ରହ ଅଭିଯାନ ମଧ୍ୟ  ଫୁଲବାଣୀ ନିର୍ବାଚନମଣ୍ଡଳୀରେ ବସ୍ତୁତଃ ଫେଲ  ମାରିଛି ।

 ଗତ ମାସ ୯ ତାରିଖରେ ବିଜୁ କଲ୍ୟାଣ  ମଣ୍ଡପରେ ଏହି ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ  ମହାଆଡ଼ମ୍ବରରେ ହୋଇଥିଲା । ଅନେକ ସ୍ଥାନୀୟ  ନେତାଙ୍କ ସହ ଜିଲ୍ଲାର ପୁରୁଣା ନେତା ତଥା ପୂର୍ବତନ  ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ଜିଲ୍ଲା  ରାଜନୀତିରେ ପୁନଃ ପ୍ରବେଶର ସୂଚନା ଦେଇଥିଲେ ।  ଜିଲ୍ଲାରେ ସଦସ୍ୟତା ଅଭିଯାନର ମଙ୍ଗ ଧରିବା ଦାୟିତ୍ୱ  ତାଙ୍କ ଉପରେ ନ୍ୟସ୍ତ ଥିବା ଦଳୀୟ ମହଲରେ ଆଲୋଚନା ହେଉଥିଲା । କିନ୍ତୁ ଏହି କାର୍ଯ୍ୟକ୍ରମ  ମଧ୍ୟ ଶୁଭାରମ୍ଭରେ ସୀମିତ ରହିଯାଇଛି । କୌଣସି  ସ୍ଥାନରେ ବି ଜଣେ ସଦସ୍ୟଙ୍କୁ ଦଳରେ ସାମିଲ  କରାଯାଇଥିବା ଖବର ନାହିଁ । ଏ ନେଇ ପ୍ରଶ୍ନ କଲେ  କୌଣସି ନେତା ଉତ୍ତର ଦେବାକୁ ପ୍ରସ୍ତୁତ ନୁହନ୍ତି ।  ତେଣୁ ଜିଲ୍ଲାରେ ଦଳର ଭବିଷ୍ୟତ ନେଇ ଏବେ ବଡ଼  ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମସ୍ତେ ନୂତନ ସଭାପତି  ଚୟନକୁ ଅପେକ୍ଷା କରି ରହିଥିବା ବେଳେ ଏ ନେଇ ଦଳ କୌଣସି ନିଷ୍ପତ୍ତି ନେଇ ପାରୁନାହିଁ । ପୁରୁଣା  ମୁହଁକୁ ରିପିଟ କରାଯିବ ନା ନୂତନ ନେତୃତ୍ୱକୁ ସୁଯୋଗ  ଦିଆଯିବ, ତାହା ମଧ୍ୟ ସଠିକ ଭାବେ ଜଣାପଡୁନାହିଁ ।  ଏଭଳି ଦ୍ୱନ୍ଦ୍ୱ ଭିତରେ ଦଳର ସଙ୍ଗଠନ ଦିନକୁ ଦିନ  ଦୁର୍ବଳ ହେବାରେ ଲାଗିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.