ପ୍ରମୂଖ ଖବର
  • କନ୍ଧମାଳ : ବସ୍‌ ସାମ୍ନାକୁ ଚାଲି ଆସିଲା ଜଙ୍ଗଲୀ ଦନ୍ତା, ଯାତ୍ରୀ ଭୟଭୀତ
  • ||
  • MVI ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଭିିଜିଲାନ୍ସ ଟେରା, ଲକ୍ଷାଧିକ ଟଙ୍କା ସହ ୩୬ଟି ପ୍ଲଟ୍‌ ଠାବ
  • ||
  • ଉତ୍ତରପ୍ରଦେଶରେ ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା ଗାଡ଼ି, ୧୧ ମୃତ, ୨ ଆହତ
  • ||
  • ଡିଭିଲିୟର୍ସଙ୍କ ବିସ୍ଫୋରକ ଶତକ, ସାଉଥ୍ ଆଫ୍ରିକା ଚାମ୍ପିଅନ୍‌, ହାରିଲା ପାକିସ୍ତାନ
  • ||
  • ସୁନ୍ଦରଗଡ଼: ରେଳ ଧାରଣା ଉଡ଼ାଇଲେ ମାଓବାଦୀ, ମାଲବାହୀ ଟ୍ରେନ ଚଳାଚଳ ବନ୍ଦ
  • ||
  • ରାଉରକେଲା; ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ, ସର୍ଚ୍ଚ ଅପରେସନ ଜାରି
  • ||
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ଅଳିଆ ସଫା କଲେ ବିଦେଶୀ ପର୍ଯ୍ୟଟକ, ପ୍ରତିକ୍ରିୟା ପ୍ରକାଶ କଲେ କଙ୍ଗନା

Published By : Anindita Ratha | August 3, 2025 12:15 PM

ମୁମ୍ବାଇ,୦୩/୦୮: ସୋସିଆଲ ମିଡ଼ିଆ ଏକ ଭିଡ଼ିଓ ବେଶ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ବିଦେଶୀ ପର୍ଯ୍ୟଟକ ଅଳିଆ ଉଠାଉଛନ୍ତି। ଯାହାକୁ ନେଇ ଭାରତୀୟଙ୍କ  ପରିଷ୍କାର ପରିଚ୍ଛନ୍ନତା ବିଷୟରେ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଛି। ଏଥିସହ ଉପରେ ସାଂସଦ ଏବଂ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

ଅଭିନେତ୍ରୀ ସୋସିଆଲ ମିଡିଆରେ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ନୈତିକ ଦାୟିତ୍ୱର ଅଭାବକୁ ସମାଲୋଚନା କରି ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି। ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ଜଣେ ବିଦେଶୀ ଏକ ଜଳପ୍ରପାତ ପାଖରେ ଅଳିଆ ଉଠାଉଛନ୍ତି ଏବଂ କିଛି ଭାରତୀୟ ପର୍ଯ୍ୟଟକ ଏଣେତେଣେ ବୁଲାବୁଲି କରୁଛନ୍ତି। 

ଅଳିଆ ପ୍ରତି ଭାରତୀୟଙ୍କ ମନରେ କୌଣସି ଭାବନା ସୃଷ୍ଟି ହେଉ ନାହିଁ। ସ୍ଥାନଟି ସଫା କରିବା ପରେ,ବିଦେଶୀ ଜଣକ କ୍ୟାମେରା ଆଡ଼କୁ ମୁହଁ ଫେରାଇ କହୁଛନ୍ତି, ହୁଏତ ଯଦି ମୋ ପାଖରେ ଗୋଟିଏ ଦିନ ଥାଆନ୍ତା, ତେବେ ମୁଁ ଏଠାରେ ବସି ଲୋକଙ୍କୁ କହିଥାନ୍ତି, ଏହାକୁ ଉଠାଅ। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଏହା ନିଜେ କରିବି। ମୋର କାହାକୁ କହିବାର ଆବଶ୍ୟକତା ନାହିଁ। ତା'ପରେ ସେ ଅଳିଆ ସଫା କରିବାକୁ ଲାଗିଥିବାର ଦେଖାଯାଉଛି।  କଙ୍ଗନା ରାଣାୱତ ଇନଷ୍ଟାଗ୍ରାମ ଷ୍ଟୋରିରେ ସେହି ବ୍ୟକ୍ତିଙ୍କ ଭିଡିଓ ସେୟାର କରି ନିଜର ନିରାଶା ଭାବ ପ୍ରକାଶ କରି ଲେଖିଛନ୍ତି, "ଲଜ୍ଜାଜନକ।" । ଭିଡିଓଟି ଅନଲାଇନରେ ସେୟାର ହେବା ପରେ, ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଅନେକ ଭାରତୀୟ ପର୍ଯ୍ୟଟକଙ୍କ 'ସିଭିକ ସେନ୍ସ'ର ଅଭାବକୁ ସମାଲୋଚନା କରିଛନ୍ତି। ଜଣେ ସୋସିଆଲ ମିଡିଆ ୟୁଜର ମନ୍ତବ୍ୟ ଦେଇଛନ୍ତି, ଅନେକ ଥର କୁହାଯାଇଛି, ମାନସିକତା ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି।ଅନ୍ୟ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ପୁଣି ଥରେ ପ୍ରମାଣିତ ହେଲା। ଏହା ସରକାରଙ୍କ ଦୋଷ ନୁହେଁ, କିନ୍ତୁ ଭାରତରେ ଅଳିଆ ସମସ୍ୟା ଭାରତୀୟମାନଙ୍କର।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.