ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବରଗଡରେ ନିର୍ମାଣ ହେବ ଭବ୍ୟ କଂସ ରାଜମହଲ, ଖର୍ଚ୍ଚ ହେବ ୧୨ କୋଟି ୮୦ ଲକ୍ଷ ଟଙ୍କା

Published By : Suraj Kumar | January 12, 2025 10:20 PM

ଭୁବନେଶ୍ବର,୧୨।୧ : ବରଗଡରେ ନିର୍ମାଣ ହେବ କଂସ ରାଜମହଲ ।  କଂସ ରାଜମହଲ ପାଇଁ ୧୨  କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଧନୁଯାତ୍ରା ମଥୁରା ନଗରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। 

ଧନୁଯାତ୍ରା କେବଳ ପଶ୍ଚିମ ଓଡିଶା ପାଇଁ ନୁହେଁ ଏହା ସମଗ୍ର ଓଡିଶା ସ୍ବାଭିମାନର ପରିଚୟ। ଧନୁଯାତ୍ରାକୁ ଆହୁରି ଆକର୍ଷଣ କରାଯିବ। ଧନୁଯାତ୍ରାର ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବରଗଡରେ ନିର୍ମାଣ ହେବ ଭବ୍ୟ କଂସ ରାଜମହଲ । ଡିପିଆର ପ୍ରସ୍ତୁତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।  ବରଗଡ ଧନୁଯାତ୍ରାର ୧୭୦ କଳାକାରଙ୍କୁ  ୧୦ ହଜାର ଲେଖାଏଁ   ମିଳିବ । ଧନୁଯାତ୍ରାକୁ ୟୁନେସ୍କୋ ମାନତ୍ୟା ପାଇଁ ଉଦ୍ୟମ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.