ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କମେଡି କିଙ୍ଗ କପିଲ ଶର୍ମାଙ୍କ ସମେତ ୪ ବଲିଉଡ ଷ୍ଟାରଙ୍କୁ ହତ୍ୟା ଧମକ, ପାକିସ୍ତାନରୁ ଆସିଲା ଇ-ମେଲ

Published By : Ankita S | January 23, 2025 9:16 AM

ମୁମ୍ବାଇ,୨୩/୧ : କପିଲ ଶର୍ମାଙ୍କୁ ହତ୍ୟା ଧମକ । କମେଡି କିଙ୍ଗ କପିଲ ଶର୍ମାଙ୍କ ସମେତ ୪ ବଲିଉଡ ଷ୍ଟାରଙ୍କୁ ହତ୍ୟା ଧମକ ମିଳିଛି । ପାକିସ୍ତାନରୁ ଇ-ମେଲ ଜରିଆରେ ହତ୍ୟା ଧମକ ଦିଆଯାଇଥିବା ସୂଚନା ମିଳିଛି । କପିଲଙ୍କ ସମେତ କମେଡିଆନ ରାଜପାଲ ଯାଦବ, ସୁଗନ୍ଧା ମିଶ୍ରା ଓ ଡାନ୍ସ କୋରିଓଗ୍ରାଫର ରେମୋ ଡିସୁଜାଙ୍କୁ ମଧ୍ୟ ହତ୍ୟା ଧମକ ଆସିଥିବା ଖବର ମିଳିଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

କମେଡି କିଙ୍ଗ କପିଲ ଶର୍ମାଙ୍କୁ ଏକ ଇ-ମେଲ ଆସିଥିଲା । ଯେଉଁଥିରେ ତାଙ୍କୁ ଓ ତାଙ୍କ ପରିବାର, ସମ୍ପର୍କୀୟଙ୍କୁ ହତ୍ୟା ଧମକ ଦିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ କମେଡିଆନ ତଥା ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ମଧ୍ୟ ହତ୍ୟା ଧମକ ଆସିଛି । ସେହିପରି ସମାନ ଧମକପୂର୍ଣ୍ଣ ଏକ ଇମେଲ କୋରିଓଗ୍ରାଫର-ଡିରେକ୍ଟର ରେମୋ ଡିସୁଜାଙ୍କୁ ମଧ୍ୟ ଆସିଛି । ଏ ନେଇ ଅମ୍ବୋଲି ପୋଲିସ ଷ୍ଟେସନରେ ମାମଲା ରୁଜ୍ଜୁ ହୋଇଛି ।

କପିଲ, ରାଜପାଲ ଓ ରେମୋଙ୍କ ସମେତ ଅଭିନେତ୍ରୀ ସୁଗନ୍ଧା ମିଶ୍ରାଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି । ଏ ନେଇ ଓସିୱାରା ପୋଲିସ ଷ୍ଟେସନରେ ମାମଲା ରୁଜ୍ଜୁ ହୋଇଛି । ସମସ୍ତ ୪ ଜଣଙ୍କୁ ଜୀବନରୁ ମାରି ଦେବାକୁ ଧମକ ଆସିଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୋଲିସ । ଆସିଥିବା ଧମକପୂର୍ଣ୍ଣ ଇ-ମେଲରେ ବିଷ୍ଣୁ ଲେଖା ରହିଛି । ଗ୍ୟାଙ୍ଗଷ୍ଟାର ରବି ବିଷ୍ଣୋଇରୁ କେହି ଏପରି କରିଥିବା ଅନୁମାନ କରାଯାଉଛି ।


ଏହା ବି ପଢନ୍ତୁ...ସେବେ ସଲମାନ ଏବେ ସୈଫ... ଆଶ୍ଚର୍ଯ୍ୟ କରୁଛି ବାନ୍ଦ୍ରା କ୍ରାଇମ୍ ଫାଇଲ୍‌ସ୍, ମୁମ୍ଵାଇ ପୋଲିସ ଉପରେ ଉଠିଲା ପ୍ରଶ୍ନ

ନିକଟରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ହୋଇଥିଲା । ଘଟଣାକୁ କିଛି ଦିନ ହୋଇଛି ଏହାରି ଭିତରେ ଏକା ସଙ୍ଗରେ ବଲିଉଡର ୪ ଷ୍ଟାରଙ୍କୁ ହତ୍ୟା ଧମକ ଆସିବାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.