କରାଚୀ : ପାକିସ୍ତାନର ସବୁଠୁ ବ୍ୟସ୍ତ କରାଚୀ ବିମାନ ବନ୍ଦର ନିକଟରେ ହୋଇଥିବା ସଦ୍ୟ ଧମାକାର ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟରେ ସଙ୍କେତ ମିଳିଛି ଯେ , ଏହି ହମଲା କୌଣସି ବିଦେଶୀ ଗୁଇନ୍ଦା ଏଜେନ୍ସିର ସହାୟତାରେ କରାଯାଇଛି। ମିଡ଼ିଆରେ ଶନିବାର ପ୍ରକାଶିତ ଏକ ଖବରରେ ଏହି ସୂଚନା ଦିଆଯାଇଛି। କୁହାଯାଇଛି ଯେ, ପାକିସ୍ତାନ ଉପରେ ଚୀନର ପ୍ରବଳ ଚାପ କି, ସେ ଖୁବ୍ ଶୀଘ୍ର ଏହି ଯାଞ୍ଚକୁ ପୂରା କରୁ।
ଦ ଏକ୍ସପ୍ରେସ ଟ୍ରିବ୍ୟୁନର ଖବର ଅନୁସାରେ , ଆତଙ୍କବାଦ ନିରୋଧି ବିଭାଗ (ସିଟିଡି) ଦ୍ୱାରା ଆତଙ୍କବାଦ ନିରୋଧି କୋର୍ଟଙ୍କୁ ପ୍ରଦାନ କରାଯାଇ ଥିବା ରିପୋର୍ଟରେ କୁହାଯାଇଛି କି, ଆତ୍ମଘାତୀ ବୋମା ଜରିଆରେ ପାକିସ୍ତାନ-ଚୀନ-ସଂପର୍କକୁ ବିଗାଡ଼ିବା ଷଡ଼ଯନ୍ତ୍ର ଅନୁସାରେ, ଚାଇନା ଇଞ୍ଜିନିୟରଙ୍କୁ ଟାର୍ଗେଟ୍ କରାଯାଇଛି। ଗତ ରବିବାର ବଲୁଚ ବିଦ୍ରୋହୀ ଗ୍ରୁପ୍ ଦ୍ୱାରା ଚାଇନା ଶ୍ରମିକଙ୍କ କାରକେଡ୍କୁ ଟାର୍ଗେଟ କରାଯାଇ ଥିଲା । ଏହି ଆତ୍ମଘାତୀ ହମଲାରେ ଦୁଇ ଜଣ ଚାଇନା ନାଗରିକଙ୍କ ମୃତ୍ୟୁ ହୋଇଥିବା ସହ ଆଉ ୧୭ ଜଣ ଆହତ ହୋଇଥିଲେ।
ଜିନ୍ନା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ନିକଟରେ ରବିବାର ରାତିରେ ହୋଇଥିବା ବିସ୍ଫୋରଣରେ ସଦିଗ୍ଧ ଆତ୍ମଘାତୀ ଆକ୍ରମଣକାରୀ ମଧ୍ୟ ନିହତ ହୋଇଛି। ଟ୍ରିବ୍ୟୁନ୍ର ଖବର ମୁତାବିକ , ପ୍ରାରମ୍ଭିକ ରିପୋର୍ଟରେ ଏହି ହମଲା ପାଇଁ ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ)କୁ ଦାୟି କରାଯାଇଛି। ଏହାସହ ସଙ୍କେତ ଦିଆଯାଇଛି କି ଏହି ହମଲା ଏକ ବିଦେଶୀ ଗୁଇନ୍ଦା ଏଜେନ୍ସିର ସହାୟତାରେ କରାଯାଇଛି।
ଖବରରେ କୁହାଯାଇଛି କି , ଏହି ସଙ୍କେତ ମିଳିବା କ୍ଷଣି କୌଣସି ଅଜଣା ଆତଙ୍କବାଦୀ ବିସ୍ଫୋରକ ଲଗାଇବା ପୂର୍ବରୁ ନିଜର ଗାଡ଼ିକୁ ଚାଇନା ନାଗରିକଙ୍କ ଏସକର୍ଟ ପାଖରେ ଠିଆ କରାଇ ଥିଲା। ବିସ୍ଫୋରଣର ଶବ୍ଦ ଶୁଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା ଏବଂ ସେଠାରେ ପୁଲିସ ଓ ରେଞ୍ଜର୍ସ କର୍ମିଙ୍କ ସହ ଅନେକ ଲୋକ ଆହତ ଅବସ୍ଥାରେ ମିଳିଥିଲେ। ଚାଇନା ନାଗରିକ ସହରର ବାହାର ଅଞ୍ଚଳରେ ପୋର୍ଟ କାସିମ ଇଲେକ୍ଟ୍ରିକ୍ ପାୱାର କମ୍ପାନୀରେ କାମ କରୁଥିଲେ ଏବଂ ଯେବେ ତାଙ୍କର ଏସକର୍ଟ ଉପରେ ହମଲା ହେଲା ତ , ସେ ସେତେବେଳେ ଘରକୁ ଫେରୁଥିଲେ।