ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

କରମଡ଼ିହି ଗଣହତ୍ୟା ମାମଲା: ଛତିଶଗଡ଼, ଝାଡ଼ଖଣ୍ଡରୁ ନିରାଶରେ ଫେରିଲା ପୁଲିସ୍‌ ଟିମ୍‌, ଅପହୃତ ମହିଳା ଓ ୪ ଶିଶୁଙ୍କ ସନ୍ଧାନ ମିଳୁନି

Published By : Prameya | November 2, 2024 10:40 AM

ସୁନ୍ଦରଗଡ଼,୦୨/୧୧: ବହୁଚର୍ଚ୍ଚିତ କରମଡ଼ିହି ଗଣହତ୍ୟା ମାମଲାକୁ ପାଞ୍ଚ ଦିନ ବିତିଯାଇଥିବାବେଳେ ଏଯାଏ ଅଭିଯୁକ୍ତଙ୍କ  ପତ୍ତା ପାଉନି ପୁଲିସ୍‌ । ହତ୍ୟାକାରୀମାନେ ଜଣେ ମହିଳାଙ୍କ ସମେତ  ୪ ଶିଶୁଙ୍କୁ ଉଠାଇ ନେଇଥିଲେ । ସେମାନଙ୍କର ମଧ୍ୟ କୌଣସି  ଖୋଜ୍‌ଖବର ମିଳୁନାହିଁ । ସେପଟେ ହତ୍ୟା ଘଟଣାରେ ସମ୍ପୃକ୍ତି ସନ୍ଦେହରେ ପୁଲିସ୍‌ ବଅଁରପାଳ ବୁଢ଼ାପଙ୍କ ମୁଣ୍ଡାବସ୍ତିରୁ ଚାରିଜଣ  ପିଲାଙ୍କ ସମେତ ୧୨ଜଣଙ୍କୁ ଉଠାଇ ଆଣିଥିଲା । ସେମାନଙ୍କ  ପଚରାଉଚରା କରାଯାଉଛି ।  

ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କରମଡ଼ିହି ଗୀତାପଡ଼ା  ପଡ଼ିଆରେ ବସ୍ତିରେ ମହାରାଷ୍ଟ୍ରରୁ ଆସି ଡେରା ପକାଇଥିବା ଯାଯାବର ପରିବାର ଉପରେ ଗତ ୨୯ ତାରିଖ ରାତି ପ୍ରାୟ ୧୧ଟାରେ  ମରଣାନ୍ତକ ଆକ୍ରମଣ ହୋଇଥିଲା । ଚାରିଜଣ ମୁଖାଧାରୀ ଦୁର୍ବୃତ୍ତ  ତମ୍ବୁ ଭିତରେ ପଶି ମାରଣାସ୍ତ୍ରରେ ଆଖିବୁଜା ଆକ୍ରମଣ କରିଥିଲେ ।  ଏଥିରେ ତିନି ମହିଳାଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ।  ତିନି ଜଣ ଶିଶୁଙ୍କ ସମେତ ସମୁଦାୟ ଚାରି ଜଣ ଲହୁଲୁହାଣ  ହୋଇଥିଲା । ମହାରାଷ୍ଟ୍ର-କର୍ଣ୍ଣାଟକର ଦୁଇ ଯାଯାବର ଗୋଷ୍ଠୀ  ମଧ୍ୟରେ ଲାଗି ରହିଥିବା ବିବାଦ ଓ ପରକୀୟା ପ୍ରୀତିରୁ ଏଭଳି  ଗଣହତ୍ୟା ଘଟିଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଅନୁମାନ କରୁଛି ।  

ଏଭଳି ଗଣହତ୍ୟା ରାଜ୍ୟବ୍ୟାପୀ ଆଲୋଡ଼ନ ଖେଳାଇଥିଲା ।  ହତ୍ୟାକାରୀଙ୍କୁ ଧରିବା ଏବଂ ଅପହରଣ ଶିକାର ମହିଳା ଓ ଶିଶୁଙ୍କୁ  ଉଦ୍ଧାର କରିବାକୁ ୧୬ଟି ପୁଲିସ୍‌ ଟିମ୍‌ ଗଠନ କରାଯାଇଥିଲା । ତନ୍ମଧ୍ୟରୁ ଗୋଟିଏ ଟିମ୍‌ ଛତିଶଗଡ଼ ଓ ଅନ୍ୟ ଏକ ଟିମ୍‌ ଝାଡ଼ଖଣ୍ଡକୁ  ଯାଇଥିଲା । ସେଠାରୁ ପୁଲିସ୍‌ ଖାଲି ହାତରେ ଫେରିଛି । ଅନ୍ୟ ୧୪  ଟିମ୍‌ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି  ରଖିଛି । ହତ୍ୟାକାରୀଙ୍କ ଲିଙ୍କ୍‌ ମହାରାଷ୍ଟ୍ର କିମ୍ବା  କର୍ଣ୍ଣାଟକର ଯାଯାବରଙ୍କ ସମ୍ପୃକ୍ତି ରହିଛି ।  ତେଣୁ ଓଡ଼ିଶାରେ ଯେଉଁ ସବୁ ଅଞ୍ଚଳରେ  ମହାରାଷ୍ଟ୍ର ଓ କର୍ଣ୍ଣାଟକର ଯାଯାବର ପରିବାର  ରହୁଛନ୍ତି, ସେଠାକୁ ଯାଇ ପୁଲିସ୍‌ ଟିମ୍‌ ତଦନ୍ତ  ଚଳାଇଛି । ୫ ପରିବାର ସଦସ୍ୟଙ୍କୁ ହରାଇଥିବା ତଥା ଆକ୍ରମଣରେ  ଗୁରୁତର ଅବିନାଶ ପାୱାରଙ୍କ ମୋବାଇଲ୍‌କୁ ଯେଉଁ ନମ୍ବରରୁ  ଧମକପୂର୍ଣ୍ଣ ଫୋନ୍‌ ଆସୁଥିଲା, ସେହି ନମ୍ବର ବନ୍ଦ ରହିଛି ।  ଉକ୍ତ ନମ୍ବର ଟ୍ରାକ୍‌ କରି ପୁଲିସ୍‌ ହତ୍ୟା ଅଭିଯୁକ୍ତଙ୍କ ନିକଟରେ  ପହଞ୍ଚିବାକୁ ଆଶା ବାନ୍ଧିଥିବାବେଳେ ତାହା ମଧ୍ୟ ଫସର ଫାଟିଛି ।  

ଅନ୍ୟପଟେ ହତ୍ୟାକାଣ୍ଡ ପରେ ଗୀତାପଡ଼ା ପଡ଼ିଆରେ  ଯାଯାବର ରହୁଥିବା ତମ୍ବୁ ଖାଲିପଡ଼ିଛି । ସମ୍ପୃକ୍ତ ଯାଯାବର  ପରିବାରର ୫ ଜଣ ଶିଶୁଙ୍କୁ ଆଦୃତା ଭବନରେ ଓ ଜଣେ  ମହିଳାଙ୍କୁ ଆଭା ଗୃହରେ ରଖାଯାଇଛି । ଆକ୍ରମଣରେ ଗୁରୁତର  ଅବିନାଶ ଚିକିତ୍ସାଧୀନ ଅଛନ୍ତି । ବଅଁରପାଳ ବୁଢ଼ାପଙ୍କ ମୁଣ୍ଡାବସ୍ତିରୁ  ପୁଲିସ୍‌ ସନ୍ଦେହରେ ୧୨ ଜଣଙ୍କୁ ଉଠାଇ ଆଣିଥିଲା । ସେମାନଙ୍କ  ମଧ୍ୟରେ ୪ ଶିଶୁ, ୩ ମହିଳା ଏବଂ ୫ ପୁରୁଷ ଅଛନ୍ତି । ପୁରୁଷଙ୍କୁ  ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ମହିଳାଙ୍କୁ  ଆଭା ଗୃହ ଏବଂ ଶିଶୁଙ୍କୁ ଆଦୃତା ଭବନରେ ରଖାଯାଇଛି । ଏ  ସଂକ୍ରାନ୍ତରେ ଏସ୍‌ଡିପିଓ ହିମାଂଶୁ ବେହେରା କହିଛନ୍ତି, ପୁଲିସ୍‌  ଅନୁସନ୍ଧାନ ଜାରି ରଖିଛି । ଅପରାଧୀମାନେ ଶୀଘ୍ର ଧରାପଡ଼ିବେ ।

ପରକୀୟା ପ୍ରୀତିରୁ ଗଡ଼ିଲା ୫ ମୁଣ୍ଡ, ବଅଁରପାଳ ବୁଢ଼ାପଙ୍କ ମୁଣ୍ଡାବସ୍ତିର ୧୨ ସନ୍ଦିଗ୍ଧ ଅଟକ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.