ମୁମ୍ବାଇ,୧୧/୧ : କରନୀ କପୁର । ନିଜର ଷ୍ଟାଇଲିସ୍ ଲୁକ ପାଇଁ ବେଶ୍ ପରିଚିତ । ଅଭିନୟ ସାଙ୍ଗକୁ ଷ୍ଟାଇଲକୁ ଦେଖି ଫ୍ୟାନ୍ସ ପାଗଳ ହୋଇଥାନ୍ତି । ନିକଟରେ କରୀନା କପୁର ଏବଂ ସୈଫ ଅଲୀ ଖାନ ନିଜ ପିଲାମାନଙ୍କ ସହ ଛୁଟିରୁ ଫେରିବା ସମୟରେ ଏୟାରପୋର୍ଟରେ ନଜର ଆସିଛନ୍ତି । ଏହି ସମୟରେ ତାଙ୍କ ଷ୍ଟାଇଲିସ୍ ଅନ୍ଦାଜ ଫ୍ୟାନ୍ସଙ୍କ ଧ୍ୟାନ ଟାଣିଥିଲା । ଏହି ଦମ୍ପତ୍ତି ପୁଣି ଥରେ ସାବ୍ୟସ୍ତ କରିଦେଲେ କି ସେ ବଲିଉଡ଼ର ସବୁଠାରୁ ଫ୍ୟାଶନେବୁଲ ପରିବାର ମଧ୍ୟରୁ ଅଟନ୍ତି ।
ଭାଇରାଲ ଭୟାନୀ ଦ୍ବାରା ସେୟାର କରାଯାଇଥିବା ଏକ ଭିଡ଼ିଓରେ କରୀନା କପୁର କଳା ରଙ୍ଗର ଓଭରକୋଟ କୋର୍ଟରେ ନଜର ଆସିଥିଲେ । ସେ ନିଜ ଲୁକକୁ ଅଳ୍ପ ମେକଅପ୍ ଏବଂ ରେଡ଼ ଲିପଷ୍ଟିକରେ ପୂରା କରିଥିଲେ । ସୈଫ ଅଲୀ ଖାନ ବି ଅତ୍ୟନ୍ତ ସାଧାରଣ କପଡ଼ା ସହ କଳା ଓଭରକୋଟ ପିନ୍ଧି ହ୍ୟାଣ୍ଡସମ୍ ଦେଖାଯାଉଛନ୍ତି । ଉଭୟଙ୍କ ଲୁକ୍ ବହୁତ ଷ୍ଟାଇଲିସ୍ ଦେଖାଯାଉଥିଲା ।
କରୀନା କପୁର ଖାନ କହିଛନ୍ତି କି ସେ ନିଜ ପିଲା ତୈମୂର ଅଲୀ ଖାନ ଏବଂ ଜହାଙ୍ଗୀର ଅଲୀ ଖାନଙ୍କୁ ଛୁଟିରେ ଫଟୋ ଉଠାଇବା ଲାଗି କିଭଳି ପ୍ରସ୍ତୁତ କରିଥାନ୍ତି । ସେ ସୋସିଆଲ ମିଡ଼ିଆରେ ଏକ ଷ୍ଟୋରୀ ସେୟାର କରିଛନ୍ତି ଯେଉଁଥିରେ ଲେଖିଛନ୍ତି କି, ‘ମା’-ବାପା ନିଜ ପିଲାମାନଙ୍କୁ ଛୁଟିରେ ଫଟୋ ଉଠାଇବା ଲାଗି ଏଭଳି କହିଥାନ୍ତି, ବସି ପଡ଼, ହସ, ଦୁଷ୍ଟ ହୁଅ ନାହିଁ ଏବଂ ଯଦି ତୁମେ ଭଲ ବ୍ୟବହାର ନ କର, ତେବେ ଆଇସ୍କ୍ରିମ୍ ନାହିଁ... ଏବଂ ତା'ପରେ କ୍ୟାପସନରେ ଲେଖିଛନ୍ତି 'ମୁଁ ନିଶ୍ୱାସ ନେବାର କାରଣ।' କରୀନା ଏହାସହ ଲେଖିଛନ୍ତି କି,‘ମେ ! ମେ! ମେ!‘, ଯେଉଁଥିରେ ସ୍ପଷ୍ଟ ଥିଲା କି ସେ ବି ଛୁଟିରେ ନିଜ ପିଲାମାନଙ୍କୁ ଫଟୋ ଉଠାଇବା ଲାଗି ପ୍ରସ୍ତୁତ କରିଥାନ୍ତି ।