ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

‘ହେ ଭଗବାନ ଆମକୁ ଛାଡିଦିଅ’...ତୈମୁର-ଜେହଙ୍କ ଭିଡିଓ ଦେଖି ଭଡକିଲେ ବେବୋ

Published By : Prameya | January 21, 2025 8:20 AM

ମୁମ୍ବାଇ ୨୧/୦୧: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରୀନା କପୁର ଏବଂ ତାଙ୍କ ପିଲାମାନେ ପ୍ରତିଦିନ ତାଙ୍କୁ ଭେଟିବାକୁ ହସ୍ପିଟାଲ ଯାଉଛନ୍ତି। ସୈଫଙ୍କୁ ଭେଟିବାକୁ ଯାଉଥିବା ସମୟରେ ତାଙ୍କ ପରିବାର ସଦସ୍ୟଙ୍କ ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହି ସମୟରେ ତୈମୁର ଏବଂ ଜେହ ସହ ଜଡିତ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ନେଇ ଭଡକିଛନ୍ତି କରୀନା କପୁର।

ସାମ୍ନାକୁ ଆସିଥିବା ଭିଡିଓରେ ଦୁଇ ଜଣ ଲୋକ ତୈମୁର ଏବଂ ଜେହଙ୍କର ନୂଆ ଖେଳନାକୁ ଘରକୁ ନେଉଥିବାର ନଜର ଆସିଥିଲେ। ଏହି ଭିଡିଓ ଦେଖିବା ପରେ କରୀନା ଖୁବ୍‌ ରାଗି ଯାଇଥିଲେ। ଏହା ପରେ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ତାଙ୍କୁ ଏକୁଟିଆ ଛାଡିବାକୁ ଅନୁରୋଧ କରିଥିଲେ। ତେବେ ପରେ ଅଭିନେତ୍ରୀ ଏହି ପୋଷ୍ଟକୁ ଡିଲିଟ କରିଥିଲେ।

କରୀନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ପାପାରାଜିଙ୍କ ଭିଡିଓ ସେୟାର କରି ଲେଖିଥିଲେ- 'ବହୁତ ହୋଇଗଲା, ଟିକିଏ ଦୟା କର। ହେ ଭଗବାନ ଆମକୁ ଛାଡିଦିଅ ।‘ ତେବେ କରୀନାଙ୍କ ଏହି ପୋଷ୍ଟ ପରେ ପାପାରାଜି ଭିଡିଓ ଡିଲିଟ୍‌ କରିଦେଇଛନ୍ତି। କରୀନା ମଧ୍ୟ ତାଙ୍କର ଏହି ପୋଷ୍ଟକୁ ହଟାଇ ଦେଇଛନ୍ତି।

ସୂଚନା ଅନୁଯାୟୀ, ଜାନୁଆରୀ ୧୫ରେ ଜଣେ ବ୍ୟକ୍ତି ସୈଫ ଅଲି ଖାନଙ୍କ ଘରେ ପ୍ରବେଶ କରି ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଅଭିନେତା ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କ ପୁଅ ତାଙ୍କୁ ଅଟୋରେ ହସ୍ପିଟାଲ୍‌ ନେଇଥିଲେ। ବର୍ତ୍ତମାନ ସୈଫ ବିପଦ ମୁକ୍ତ ଅଛନ୍ତି ଏବଂ ଶୀଘ୍ର ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇପାରନ୍ତି। ଅନ୍ୟପକ୍ଷେ  ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ବର୍ତ୍ତମାନ ସେ ୧୪ ଦିନିଆ ପୋଲିସ ରିମାଣ୍ଡରେ ଜେଲରେ ଅଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.