ମୁମ୍ବାଇ,୧୩/୬ : ବଲିଉଡ଼ ଅଭିନେତ୍ରୀ କରିଶ୍ମା କପୁର ନିଜ ଏକ୍ସ ହଜବ୍ୟାଣ୍ଡ ସଞ୍ଜୟ କପୁରଙ୍କ ପୂଣ୍ୟତିଥିରେ ତାଙ୍କୁ ମନେ ପକାଇଛନ୍ତି । ଶୁକ୍ରବାର ଏହି ଭାବୁକ ସମୟରେ ଅଭିନେତ୍ରୀ ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜ ଭାବନା ବ୍ୟକ୍ତ କରିଛନ୍ତି । କରିଶ୍ମା କପୁର ଇନଷ୍ଟାଗ୍ରାମ ଷ୍ଟୋରୀ ସେଶନରେ ଲେଖିଛନ୍ତି କି, ସଞ୍ଜୟ ଆପଣ ମୋର ହୃଦୟରେ ସବୁବେଳେ ରହିବେ ।
ସୂଚନାଯୋଗ୍ୟ ଯେ, କରିଶ୍ମା କପୁରଙ୍କ ପୂର୍ବତନ ସ୍ବାମୀ ଏବଂ ଉଦ୍ୟୋଗପତି ସଞ୍ଜୟ କପୁରଙ୍କ ୫୩ବର୍ଷ ବୟସରେ ୧୨ଜୁନ୍ ୨୦୨୫ରେ ନିଧନ ହୋଇଥିଲା । ଯାହାକି ଏବେ ତାଙ୍କର ୩୦୦୦୦କୋଟିର ସମ୍ପତ୍ତି ଉପରେ ବିବାଦ ଦେଖାଦେଇଛି । ସଞ୍ଜୟ କପୁର ଏବଂ କରିଶ୍ମା କପୁରଙ୍କ ବିବାହ ୨୦୦୩ରେ ହୋଇଥିଲା ଏବଂ ତାଙ୍କର ଦୁଇଟି ପିଲା ଅଛନ୍ତି । ୨୦୧୬ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା । ଡିଭର୍ସ ପରେ ସଞ୍ଜୟ ୨୦୧୭ରେ ମଡେଲ ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ। ମାତ୍ର କରିଶ୍ମା କପୁର ପୁନର୍ବାର ବିବାହ କରିନଥିଲେ ଏବଂ ସେ ଏକାକୀ ରହି ନିଜ ଦୁଇ ପିଲାଙ୍କ ଯତ୍ନ ନେଉଛନ୍ତି ।
କରିଶ୍ମା କପୁର ଲମ୍ବା ବ୍ୟବଧାନ ପରେ କ୍ରାଇମ-ଥ୍ରୀଲର ସିରିଜ‘ବ୍ରାଉନ’ରେ ମୁଖ୍ୟ ଚରିତ୍ରରେ ପୁଣି ଫେରୁଛନ୍ତି । ଏହି ସାଇକୋଲଜିକାଲ ଥ୍ରୀଲର ସିରିଜ ୫ଜୁନରେ ବିଶେଷ ରୂପରେ ଜି୫ରେ ରିଲିଜ ହୋଇଯାଇଛି। ସିରିଜରେ କରିଶ୍ମା କପୁର ‘ରୀଟା ବ୍ରାଉନ’ନାମକ ଜଣେ ଏଙ୍ଗେ୍ଲା-ଇଣ୍ଡିଆନ ପୁଲିସ ଡିଟେକ୍ଟିଭର ଚରିତ୍ର ନିଭାଇଛନ୍ତି । ରୀଟାଙ୍କ ଚରିତ୍ର ବହୁ ଜଟିଳ ଅଟେ । ଏହି ସିରିଜରେ ପ୍ରାୟ ୭ ଏପିସୋଡ଼ ଅଛି ଏବଂ ପ୍ରତ୍ୟେକ ଏପିସୋଡ଼ ପ୍ରାୟ ୪୦ରୁ ୪୫ମିନିଟର ଅଟେ । ଏହାର ନିର୍ଦେଶନା ଅଭିନୟ ଦେବ କରିଛନ୍ତି ଏବଂ ଏହା ଅମିତ ବରୁଆଙ୍କ ୨୦୧୬ରେ ଉପନ୍ୟାସ ‘ସିଟି ଅଫ ଡେଥ’ ଉପରେ ଆଧାରିତ ଅଟେ । ଏହି ସରିଜରେ ସୂର୍ଯ୍ୟ ଶର୍ମା, ସୋନୀ ରାଜଦାନ, ଜିଶୁ ସେନଗୁପ୍ତା ଏବଂ ଅଜିଙ୍କ୍ୟା ଦେବ ବି ମୁଖ୍ୟ ଭୂମିକାରେ ଅଛନ୍ତି ।