ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

Karnataka: ବିଜେପିରୁ ୬ ବର୍ଷ ପାଇଁ ତଡା ଖାଇଲେ କର୍ଣ୍ଣାଟକ ବିଧାୟକ; ଶୃଙ୍ଖଳା କମିଟି ଜାରି କଲା ନୋଟିସ

Published By : Bijay Swain | March 26, 2025 7:16 PM

Image courtesy: indiatoday

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଜେପି ଦଳର ବିଧାୟକ ବସନଗୌଡ ପାଟିଲ ୟତନାଲଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ଦଳ ବିପକ୍ଷି ମତ୍ତ ସହ ଦଳ ମୁଖ୍ୟ ବିଏସ ୟେଦ୍ଦୁରପ୍ପାଙ୍କ ବିରୁଦ୍ଧରେ କହିବା ପାଇଁ ତାଙ୍କୁ ବିଜେପି ବାସନ୍ଦ କରିଥିବା ଜଣାପଡିଛି। ପାଟିଲ କର୍ଣ୍ଣାଟକର ବିଜାପୁର ସହରରୁ ବିଧାୟକ ପାର୍ଥି ଭାବେ ଜୟଯୁକ୍ତ ହୋଇଥିଲେ। 

ଦଳର କେନ୍ଦ୍ରୀୟ ଶୃଙ୍ଖଳା କମିଟି ଏନେଇ ମାର୍ଚ୍ଚ ୨୬ ତାରିଖରେ ଏକ ଚିଠି ଜାରି କରିଛି। ପାଟିଲଙ୍କୁ ପଠାଯାଇଥିବା କାରଣ ଦର୍ଶାଅ ନୋଟିସକୁ ଯାଞ୍ଚ କରିବା ପରେ କମିଟି ଏହି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡିଛି। ପାଟିଲ ଦଳର ଶୃଙ୍ଖଳାକୁ ନମାନି ବାରମ୍ୱାର ବିଶୃଙ୍ଖଳା ସୃଷ୍ଟି କରୁଥିଲେ। ତାଙ୍କ ନାମରେ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ରହିଥିଲା। ଯାହାକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କଲା ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି। 

ଆପଣଙ୍କୁ ଜଣାଇରଖୁ କି, ପାଟିଲଙ୍କ ନାମରେ ପୂର୍ବରୁ ଅନେକ ଅଭିଯୋଗ ରହିଛି। ତେବେ ନିକଟରେ ସେ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ରାନ୍ୟା ହାଇ ପ୍ରୋଫାଇଲ ସୁନା ଚୋରା କାରବାର ମାମଲାରେ ବର୍ତ୍ତମାନ ଜେଲରେ ରହିଛନ୍ତି। ତାଙ୍କର ବୟାନ ଆସିବା ପରେ ଏହାକୁ ନେଇ କର୍ଣ୍ଣାଟକ ରାଜନୀତିରେ ବିବାଦ ଆରମ୍ଭ ହୋଇଯାଇଥିଲା। ଏହା ସହ ସେ ୟେଦ୍ଦୁରପ୍ପାଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ପଛାଇ ନଥିଲେ। ୟେଦ୍ଦୁରପ୍ପା ଓ ତାଙ୍କ ପୁଅ ବିଜୟନ ମିଶି ଦଳକୁ ବୁଡାଇଦେବେ। କାରଣ ବିଜୟନଙ୍କ ସମ୍ୱଦ୍ଧ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିଭକୁମାରଙ୍କ ସହ ରହିଛି ବୋଲି ସେ ଅଭିଯୋଗ କରିଥିଲେ। 

ଗତବର୍ଷ ଡିସେମ୍ବର ମାସରେ ପାଟିଲଙ୍କୁ ନେଇ ଏକ ଶୃଙ୍ଖଳା କମିଟିରେ ବିଚାର ବିମର୍ଷ କରାଯାଇଥିଲା। ଏହି ଶୃଙ୍ଖଳା କମିଟିରେ ୩୨ଟି ଜିଲ୍ଲାର ସଭାପତି ଯୋଗଦେଇ ପାଟିଲଙ୍କ ବିରୁଦ୍ଧରେ ନିଷ୍ପତ୍ତି ଗ୍ରହଣ କରିଥିଲେ। କିନ୍ତୁ ଏହା ପରେ ମଧ୍ୟ ସେ ନ ସୁଧୁରିବାରୁ ବାଧ୍ୟ ହୋଇ ଶୃଙ୍ଖଳା କମିଟି ପାଟିଲଙ୍କୁ ଦଳରୁ ବହିଷ୍କାର କରିଛି। 

ପାଟିଲଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ଏନେଇ ବିଜୟେନ୍ଦ୍ର ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ ଜାରି କରିଛନ୍ତି। ପାଟିଲଙ୍କୁ ଦଳରୁ ବହିଷ୍କାର କରାଯାଇଛି ବୋଲି ଶୃଙ୍ଖଳା କମିଟି ନିଷ୍ପତ୍ତି ଗ୍ରହଣ କରିଛି। ଆମେ ଦୀର୍ଘଦିନ ଧରି ତାଙ୍କ ଉପରେ ନଜର ରଖିଥିଲୁ। କିନ୍ତୁ ତାଙ୍କ ଆଚରଣରେ କୈଣସି ପରିବର୍ତ୍ତନ ନଆସିବାରୁ ପାଟିଲଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଆମେ ବାଧ୍ୟ ହେଲୁ। ଆଉ ଏହାର ଆବଶ୍ୟକତା ମଧ୍ୟ ଥିଲା ବୋଲି ସୋ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.