ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପତ୍ନୀଙ୍କ ନାମରେ ଆବଣ୍ଟିତ ଜମି ଜବତ, MUDA ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ…

Published By : Ladu Kishor | January 17, 2025 9:22 PM

ନୂଆଦିଲ୍ଲୀ: ମୈସୁର ଅର୍ବାନ ଡେଭଲପମେଣ୍ଟ ଅଥରିଟି (MUDA) ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପତ୍ନୀ ଏବଂ ଅନ୍ୟ ମାନଙ୍କ ସମ୍ପତ୍ତି ଜବତ କରିଛି ବିଭାଗ । ଇଡି ସିଦ୍ଧରମୈୟାଙ୍କ ପତ୍ନୀ ଏବଂ ଅନ୍ୟ ଅଭିଯୁକ୍ତ ମାନଙ୍କର ମୋଟ ୧୪୨ଟି ସମ୍ପତ୍ତି ଜବତ କରିଛି । ଏହି ସମ୍ପତ୍ତି ଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୩ଶହ କୋଟି ଟଙ୍କା।

ଭାରତୀୟ ଦଣ୍ଡ ବିଧି, ୧୮୬୦ ଏବଂ ଦୁର୍ନୀତି ନିବାରଣ ଆଇନ, ୧୯୮୮ ଅନୁଯାୟୀ ମୈସୁର ଲୋକାୟୁକ୍ତ ପୋଲିସ ଦ୍ୱାରା ପଞ୍ଜିକୃତ ଏକ ଏଫଆଇଆର ଆଧାରରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆସିଛି।

MUDA ଦ୍ୱାରା ଜମି ଆବଣ୍ଟନରେ ଅନିୟମିତତା ମାଧ୍ୟମରେ ଟଙ୍କା ହେରଫେର ଘଟଣାର ତଦନ୍ତର ଏକ ଅଂଶ ହେଉଛି ଏହି ଜବତ। ଇଡି ଏକ ବିବୃତ୍ତିରେ କହିଛି ଯେ ଜବତ ସମ୍ପତ୍ତି ଗୁଡ଼ିକ ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ଏବଂ ଏଜେଣ୍ଟ ଭାବରେ କାମ କରୁଥିବା ବିଭିନ୍ନ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ରହିଛି । ତେବେ ଅଭିଯୋଗ ହୋଇଛି ଯେ, ସିଦ୍ଧରମୈୟା ତାଙ୍କ ରାଜନୈତିକ ପ୍ରଭାବ ବ୍ୟବହାର କରି MUDA ଦ୍ୱାରା ଅଧିଗ୍ରହଣିତ ୩ ଏକର ୧୬ ଗୁଣ୍ଠ ଜମି ବଦଳରେ ତାଙ୍କ ପତ୍ନୀ ବିଏମ୍ ପାର୍ବତୀଙ୍କ ନାମରେ ଥିବା ୧୪ଟି ପ୍ଲଟର କ୍ଷତିପୂରଣ ହାସଲ କରିଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.