ନୂଆଦିଲ୍ଲୀ,୨୫।୯: ବେଙ୍ଗାଲୁରର ଆଉଟର ରିଙ୍ଗ ରୋଡରେ ବଢୁଥିବା ଟ୍ରାଫିକ୍ ଜାମ୍‌କୁ କମ୍ କରିବା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆଇଟି କମ୍ପାନୀ ଓ୍ବିପ୍ରୋକୁ ସହଯୋଗ ଅପିଲ କରିଥିଲା। ସେ ଓ୍ବିପ୍ରୋ ଫାଉଣ୍ଡର ଚେୟାରମ୍ୟାନ୍ ଅଜିମ୍ ପ୍ରେମଜୀଙ୍କୁ ଅନୁରୋଧ କରିଥିଲେ ଯେ, ସୀମିତ ସମୟ ପାଇଁ ଜନସାଧାରଣଙ୍କୁ କମ୍ପାନୀର ସରଜାପୁର କ୍ୟାମ୍ପସ୍ ଦେଇ ଯିବା ଆସିବା କରିବାକୁ ଅନୁମତି ଦିଆଯାଉ। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ୧୯ ସେପ୍ଟେମ୍ବରେ ନିଜ ପତ୍ରରେ କହିଥିଲେ, ପ୍ରାରମ୍ଭିକ ଆକଳନ ଅନୁସାରେ, ଓ୍ବିପ୍ରୋ ନିଜର କ୍ୟାମ୍ପସର ଏକ ଅଂଶ ଜନତାଙ୍କ ପାଇଁ ଯଦି ଖୋଲିଦିଏ ତେବେ ଆଖପାଖର ଓଆରଆରରେ ଟ୍ରାଫିକ୍ ପ୍ରାୟ ୩୦% ହ୍ରାସ ପାଇପାରେ। ବିଶେଷ କରି ଅଫିସ ସମୟରେ। ସେ କହିଥିଲେ, ପିକ୍ ଆଓ୍ବାରରେ ଜାମ୍‌ ନା କେବଳ ଲୋକଙ୍କ ମୋବିଲିଟି ଓ ଉତ୍ପାଦକକୁ ପ୍ରଭାବିତ କରିଥାଏ, ବଂର ସହର ଜୀବନର ଗୁଣବତାକୁ ମଧ୍ୟ ବିଗାଡିଥାଏ।’

ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପକୁ ‘କମ୍ପ୍ୟୁଟର୍ସ ଅନୁଭବକୁ ଭଲ ତିଆରି କରିବା ଓ ସହରକୁ ଅଧିକ ରହିବା ଯୋଗ୍ୟ କରିବା ଦିଗରେ ବଡ଼ ପଦକ୍ଷେପ ବୋଲି କହିଥିଲେ। ତେବେ ଅଜିମ ପ୍ରେମଜୀ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବୁ ଗ୍ରହଣ କରିନାହାଁନ୍ତି। ଏହାକୁ ସ୍ପେଶାଲ ଇକୋନୋମିକ୍ ଜୋନ୍‌ ତିଆରି କହି ସିକ୍ୟୁରିଟିର ଚିନ୍ତା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅଜିମ ପ୍ରେମଜୀ ଚିଠି ଲେଖି କହିଛନ୍ତି, ସରଜାପୁର କ୍ୟାମ୍ପସ୍ କମ୍ପାନୀର ବ୍ୟକ୍ତିଗତ ସମ୍ପତ୍ତି। ଏହାକୁ ସାଧାରଣ ପରିବହନ ପାଇଁ ବ୍ୟବହାର କରିହେବନି। କ୍ୟାମ୍ପସ  ସ୍ପେଶାଲ ଇକୋନୋମିକ୍ ଜୋନ୍‌ ଅନ୍ତର୍ଗତ ଆସିଥାଏ। ଯେଉଁଠି ଗ୍ଲୋବାଲ କ୍ଲାଏଣ୍ଟସ୍ଙ୍କୁ ସର୍ଭିସ ଦିଆଯାଇଥାଏ। ଏଭଳି ସ୍ଥିତିରେ କଣ୍ଟ୍ରାଚୁଆଲ ଓ ଗର୍ଭନେନ୍ସ ନିୟମ ଅନ୍ତର୍ଗତ ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ, ଏହାକୁ ବଦଳାଇ ହେବନି। ‘ସାଧାରଣ ଯାନବାହାନ ଚଳାଚଳ ଆଇନଗତ ଭାବରେ ସମ୍ଭବ ନୁହେଁ ଏବଂ ଏହା ଏକ ଦୀର୍ଘକାଳୀନ ସମାଧାନ ମଧ୍ୟ ହେବ ନାହିଁ।’ ତଥାପି, ପ୍ରେମଜୀ ଏହା ମଧ୍ୟ କହିଥିଲେ ଯେ ୱିପ୍ରୋ ବେଙ୍ଗାଲୁରୁର ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ଖୋଜିବା ପାଇଁ ସରକାରଙ୍କ ସହିତ କାମ କରିବାକୁ ପ୍ରତିବଦ୍ଧ। ସେ କ୍ଷୁଦ୍ର, ମଧ୍ୟମ ଏବଂ ଦୀର୍ଘକାଳୀନ ପାଇଁ ପ୍ରଭାବଶାଳୀ ସମାଧାନ ଖୋଜିବା ପାଇଁ ଏକ ଡାଟା ଡ୍ରିଭେନ୍, କୋଲାବୋରେଟେଡ୍ ଷ୍ଟଡି କରିବାକୁ ପରାମର୍ଶ ଦେଇଥିଲେ।

 ପ୍ରେମଜୀ ମଧ୍ୟ ଆଶ୍ୱାସନା ଦେଇଥିଲେ ଯେ ୱିପ୍ରୋ ଅଧ୍ୟୟନର ଖର୍ଚ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବହନ କରିବ। ବେଙ୍ଗାଲୁରୁର ଆଉଟର ରିଙ୍ଗ ରୋଡ୍ ହେଉଛି ସହରର ଆଇଟି ହବ୍‌ଗୁଡ଼ିକୁ ସଂଯୋଗ କରୁଥିବା ସବୁଠାରୁ ବ୍ୟସ୍ତ କରିଡର। ଏଇ କିଛି ବର୍ଷଗୁଡ଼ିକରେ ଟ୍ରାଫିକ୍ ଭିଡ଼ ଆହୁରି ବଢିଛି, ଯାହା ଫଳରେ ଅନେକ କମ୍ପାନୀ ସେମାନଙ୍କର କାର୍ଯ୍ୟାଳୟ ସ୍ଥାନାନ୍ତର କରିବାକୁ ଚିନ୍ତା କରିଛନ୍ତି।  ଲଜିଷ୍ଟିକ୍ସ ଟେକ୍ କମ୍ପାନୀ ବ୍ଲାକବକ୍ ଖରାପ ରାସ୍ତା ଏବଂ ଟ୍ରାଫିକ୍ ଭିଡ଼କୁ ଦର୍ଶାଇ ବେଲନ୍ଦୁର କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିବାକୁ ଯୋଜନା ଘୋଷଣା କରିଛି।