ମୁମ୍ୱାଇ : କାର୍ତ୍ତିକ ଆର୍ଯ୍ୟନଙ୍କର ଫିଲ୍ମ ‘ଭୂଲ୍‌ ଭୁଲୈୟା’-୩ ଫିଲ୍ମ ହଲ୍‌ରେ ରିଲିଜ୍‌ ହୋଇ ସାରିଛି। ଫିଲ୍ମକୁ ନେଇ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳୁଛି। କାର୍ତ୍ତିକଙ୍କର ଏହି ଫିଲ୍ମ କିଛି ଲୋକଙ୍କୁ ପସନ୍ଦ ଆସି ଥିବା ବେଳେ, ଆଉ କିଛି ଲୋକ ଏହାକୁ ନାପସନ୍ଦ କରିଛନ୍ତି। ଅନ୍ୟପଟେ , ଏହି ମଧ୍ୟରେ କାର୍ତ୍ତିକ ଆର୍ଯ୍ୟନଙ୍କର ମାଆଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଏହି ଭିଡ଼ିଓରେ କାର୍ତ୍ତିକଙ୍କର ମାଆ କହୁ ଥିବାର ନଜର ଆସୁଛନ୍ତି , ତାଙ୍କୁ କାର୍ତ୍ତିକଙ୍କର ଫିଲ୍ମର ଟିକେଟ୍‌ ମିଳୁ ନାହିଁ। ସୋସିଆଲ ମିଡ଼ିଆରେ ଲୋକେ ଏହି ଭିଡ଼ିଓକୁ ଦେଖି ଶସ୍ତା ପିଆର କହିଛନ୍ତି। 

କାର୍ତ୍ତିକ ଆର୍ଯ୍ୟନ ନିଜର ମାଆଙ୍କର ଏହି ଭିଡ଼ିଓ ନିଜର ଇନଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଭିଡ଼ିଓ ସେୟାର କରି କାର୍ତ୍ତିକ ଆର୍ଯ୍ୟନ ଲେଖିଛନ୍ତି – ମମ୍ମିଙ୍କୁ ମଧ୍ୟ ଟିକେଟ୍‌ ମିଳୁନାହିଁ। ବହୁତ ଖୁସି ଏମିତି ସମସ୍ୟାକୁ ନେଇ, କାର୍ତ୍ତିକ ଆର୍ଯ୍ୟନ ଯେଉଁ ଭିଡ଼ିଓ ସେୟାର କରିଛନ୍ତି ,ଏଥିରେ କାର୍ତ୍ତିକଙ୍କ ମାଆ ଫୋନ୍‌ରେ ‘ଭୂଲ୍‌ ଭୁଲୈୟା-୩’ର ଟିକେଟ୍‌ ବୁକ୍‌ କରିବାର ନଜର ଆସୁଛି। ହେଲେ , ସେ ଏହା କହୁ ଥିବାର ନଜର ଆସୁଛି ଯେ ରବିବାର କାରଣରୁ କାର୍ତ୍ତିକଙ୍କର ସବୁ ଶୋ’  ଫୁଲ୍‌ ଚାଲୁଛି। 

କାର୍ତ୍ତିକଙ୍କର ଏହି ଭିଡ଼ିଓରେ କାର୍ତ୍ତିକଙ୍କ ଫ୍ୟାନ୍ସ ହାର୍ଟ ଓ ଖୁସିର ଇମୋଜି ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ, ଆଣ୍ଟିଙ୍କ ପାଇଁ ଏହା କେତେ ଖୁସିର କଥା ହେବ। ଆଉ ଜଣେ ୟୁଜର ଲେଖିଛନ୍ତି ଯେ , କାର୍ତ୍ତିକଙ୍କର ମାଆ କେତେ ଗର୍ବ ଅନୁଭବ କରୁଥିବେ। ଅନ୍ୟ ଜଣେ ୟୁଜର ମଜାଳିଆ ଢଙ୍ଗରେ ପଚାରୁଛନ୍ତି ଯେ , ଆଣ୍ଟି କଣ ପୂର୍ବରୁ ଟିକେଟ୍‌ ବୁକ୍‌ କରାଇ ନଥିଲେ। 

କାର୍ତ୍ତିକଙ୍କର ଏହି ଭିଡ଼ିଓରେ କିଛି ଲୋକ ତାଙ୍କୁ ଟ୍ରୋଲ୍‌ ମଧ୍ୟ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି , କାର୍ତ୍ତିକଙ୍କର ଏହି ଫିଲ୍ମ ଫ୍ଲପ୍‌। ଆଉ ଜଣେ ୟୁଜର ଲେଖିଛନ୍ତି ଏହା ଏକ ଶସ୍ତା ପିଆର ଆକ୍ଟିଭିଟି। ପୁଣି ଜଣେ ୟୁଜର ଲେଖିଛନ୍ତି , ଟିକେଟ୍‌ ମିଳୁଛି , ହେଲେ ଫିଲ୍ମ ଦେଖିବାକୁ କେହି ଯାଉ ନାହାନ୍ତି।