ପ୍ରମୂଖ ଖବର
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

'ରୁହ ବାବା'ଙ୍କ ପରେ କାର୍ତ୍ତିକ ହେବେ ଶକ୍ତିମାନ ? ପ୍ରଶଂସକମାନେ ଦେଲେ ରୋଲ୍‌ ରିଜେକ୍ଟ କରିବାକୁ ପରାମର୍ଶ

Published By : Prameya | November 15, 2024 6:26 PM

ମୁମ୍ୱାଇ : ମୁକେଶ ଖାନ୍ନା ଯେବେ ଠାରୁ ଶକ୍ତିମାନର ଟିଜର ରିଲିଜ କରିଛନ୍ତି, ସୋସିଆଲ ମିଡ଼ିଆରେ ପ୍ରଶଂସନ ଖୁବ୍‌ ଉତ୍ସାହିତ ହୋଇଛନ୍ତ। ୯୦ ଦଶକର ପିଲାଙ୍କ ପାଇଁ ଶକ୍ତିମାନ ଖୁବ୍ ସ୍ୱତନ୍ତ୍ର ଥିଲା। ଏବେ ଯେତେବେଳେ ଫିଲ୍ମର ଘୋଷଣା ହୋଇଛି , ପ୍ରଶଂସକମାନେ ଏହା ଜାଣିବା ପାଇଁ ଉତ୍ସାହିତ ଯେ, ଏବେ ଶକ୍ତିମାନ ରୋଲ୍ କିଏ କରିବେ ? ଏହି ରୋଲ୍ ପାଇଁ ପ୍ରଥମେ ରଣବୀର ସିଂହଙ୍କ ନାମର ଚର୍ଚ୍ଚା ହୋଇଥିଲା। ଏହି ନାଁରେ ମୁକେଶ ଖାନ୍ନା ସ୍ପଷ୍ଟ କରିଦେଇ ଥିଲେ କି ସେ ତାଙ୍କୁ ଶକ୍ତିମାନ ରୋଲ୍‌ରେ ଦେଖିବାକୁ ଚାହାନ୍ତି ନାହିଁ। ଏହାପରେ ଟାଇଗର ଶ୍ରଫ୍‌ଙ୍କ ନାଁ ଉଠିଥିଲା। ଏହାକୁ ବି ମୁକେଶ ଖାନ୍ନା ସ୍ପଷ୍ଟ ଭାବେ ମନା କରି ଥିଲେ। ଏବେ କାର୍ତ୍ତିକ ଆର୍ଯ୍ୟନଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି।


ରେଡିଟ୍‌ରେ ଏକ ପୋଷ୍ଟରେ ସୂଚନା ଦିଆଯାଇଛି ଯେ, କାର୍ତ୍ତିକ ଆର୍ଯ୍ୟନଙ୍କୁ ଏହି ରୋଲ୍‌ ପାଇଁ ଆପ୍ରୋଚ କରାଯାଇଛି। ହେଲେ , କାର୍ତ୍ତିକ ଆର୍ଯ୍ୟନ ଏବେ ଏହାକୁ ନେଇ ବିଚାର କରୁଛନ୍ତି। ଏହି ସୂଚନା ପରେ ,କାର୍ତ୍ତିକଙ୍କ କିଛି ପ୍ରଶଂସକ ତ ଖୁବ୍‌ ଉତ୍ସାହିତ ନଜର ଆସିଛନ୍ତି। ସେମାନେ କହୁଛନ୍ତି, କାର୍ତ୍ତିକ ଏହି ରୋଲ୍‌କୁ ଠିକ୍‌ରେ କରି ପାରିବେ। ଅନ୍ୟପଟେ କିଛି ପ୍ରଶଂସକ ଏହି ଖବରରେ ନିରାଶ ଅଛନ୍ତି।
ଏହି ରେଡିଟ୍‌ ପୋଷ୍ଟରେ ଅନେକ ସୋସିଆଲ ମିଡ଼ିଆ ୟୁଜର୍ସ କମେଣ୍ଟ କରି କହିଛନ୍ତି ଯେ, କାର୍ତ୍ତିକ ଆର୍ଯ୍ୟନଙ୍କୁ ଏହି ରୋଲ୍‌ କରିବା ଉଚିତ ନୁହେଁ। ଜଣେ ୟୁଜର ଲେଖିଛନ୍ତି କାର୍ତ୍ତିକ ଆର୍ଯ୍ୟନ ଏହି ରୋଲ୍‌ ପାଇଁ ମନା କରି ଦିଅନ୍ତୁ। 

ସେପଟେ ଆଉ ଜଣେ ୟୁଜର ଲେଖିଛନ୍ତି କାର୍ତ୍ତିକ ଆର୍ଯ୍ୟନ ଯଦି ଏହି ରୋଲ୍‌ ପାଇଁ ହଁ କରନ୍ତି ତ ଏହା ତାଙ୍କର କ୍ୟାରିୟର ସୁସାଇଡ୍ ହେବ। ଆଉ କିଛି ୟୁଜରଙ୍କ କହିବାନୁସାରେ , ମୁକେଶ ଖାନ୍ନା କାହାକୁ ବି ଏହି ରୋଲ୍‌ କରିବାକୁ ଦେବେ ନାହିଁ , ସେ ନିଜେ ଏହି ରୋଲ୍‌କୁ କରିବାକୁ ଚାହାନ୍ତି।

କହି ରଖୁଛୁ କି, କାର୍ତ୍ତିକ ଆର୍ଯ୍ୟନଙ୍କର ଫିଲ୍ମ ଭୂଲ ଭୁଲୈୟା-୩ ନିକଟରେ ଫିଲ୍ମ ହଲ୍‌ରେ ରିଲିଜ୍‌ ହୋଇଛି। ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛି। କାର୍ତ୍ତିକ ଆର୍ଯ୍ୟନଙ୍କର ପ୍ରଶଂସକ ମଧ୍ୟ କାର୍ତ୍ତିକଙ୍କୁ ରୁହ ବାବାଙ୍କ ରୋଲ୍‌ରେ ଦେଖି ଖୁବ୍‌ ଖୁସି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.