ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

Kashmir: ପୁଣି ଅଶାନ୍ତ କାଶ୍ମୀର; ଆତଙ୍କୀଙ୍କ ଗୁଳିମାଡରେ ଅବସରପ୍ରାପ୍ତ ଯବାନଙ୍କ ମୃତ୍ୟୁ

Published By : Bijay Swain | February 3, 2025 5:30 PM

Image courtesy: indiatoday

ନୂଆଦିଲ୍ଲୀ: ପୁଣି ଅଶାନ୍ତ ହୋଇଉଠିଛି କାଶ୍ମୀର ଅଞ୍ଚଳ। ସୋମବାର ଆତଙ୍କବାଦୀଙ୍କ ଗୁଳିମାଡରେ ଜଣେ ଅବସରପ୍ରାପ୍ତ ସୌନିକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏହି ଆକ୍ରମଣରେ ଯବାନଙ୍କ ପତ୍ନୀ ଓ ଝିଅ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣା ପଡିଛି। 

ସୂଚନା ମୁତାବକ, ଅବସର ପ୍ରାପ୍ତ ଯବାନଙ୍କ ନାମ ହେଉଛି ମଞ୍ଜୁର ଅହମ୍ମଦ। ସେ କାଶ୍ମୀରର କୁଲଗାମ ଅଞ୍ଚଳରେ ବାସ କରୁଥିବା ନେଇ ସୂଚନା ମିଳିଛି। ସେ ନିଜ ଘରେ ଥିବାବେଳେ କେତେକ ଆତଙ୍କବାଦୀ ତାଙ୍କ ଘର ଭିତରକୁ ଧସେଇ ପଶି ତାଙ୍କ ଉପରେ ବନ୍ଧୁକ ଦ୍ୱାରା ଆକ୍ରମଣ ଆରମ୍ଭ କରିଦେଇଥିଲେ। ଆତଙ୍କବାଦୀ ମାନଙ୍କ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ସେମାନେ ମଞ୍ଜୁରଙ୍କୁ ଗୁଳି କରିବା ପରେ ସେଠାରେ ଉପସ୍ଥିତ ଥିବା ତାଙ୍କ ପତ୍ନୀ ଓ ଝିଅକୁ ମଧ୍ୟ ଛାଡି ନଥିଲେ। 

ଏହି ଆକ୍ରମଣରେ ମଞ୍ଜୁରଙ୍କ ସହ ତାଙ୍କ ପତ୍ନୀ ଓ ଝିଅ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଏ ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହ ସମସ୍ତଙ୍କୁ ସ୍ଥାନିୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପରେ ମଞ୍ଜୁର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି କାଶ୍ମୀରର ଜଣେ ପୋଲିସ ଅଧିକାରୀ ନିଜ ନାମ ଗୋପନ ରଖି ସୂଚନା ପ୍ରଦାନ କରିଛନ୍ତି।

ଏହି ଆକ୍ରମଣ ପରେ ଭାରତୀୟ ସୁରକ୍ଷା କର୍ମୀ ମାନେ ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ତେବେ ଖବର ଲେଖାହେବାଯାଏ ଆତଙ୍କବାଦୀମାନଙ୍କୁ ସମ୍ପର୍କରେ କୌଣସି ସୂଚନା ମିଳିପାରିନଥିବା ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.