ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଟଳିନି ବିପଦ! ପହଲଗାମ୍‌ରେ ଆହୁରି ୫ ଆତଙ୍କୀ ଲୁଚିଥିବାର ଆଶଙ୍କା, ଆର୍ଲଟରେ ସେନା

Published By : Harapriya Biswal | April 23, 2025 3:36 PM

ନୂଆଦିଲ୍ଲୀ,୨୩।୪: ଜାମ୍ମୁ-କାଶ୍ମୀରରେ ପୋଲିସଠାରୁ ନେଇ ସୁରକ୍ଷାବଳଙ୍କ ପର୍ଯ୍ୟନ୍ତ ସମସ୍ତେ ମୁତୟନ ଅଛନ୍ତି। ମଙ୍ଗଳବାର ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା ପରେ ଆତଙ୍କବାଦୀଙ୍କ ସନ୍ଧାନ ଜାରି ରହିଛି। ଏହା ଭିତରେ ଏବେ ଖବର ଆସିଛି ଯେ, ପାହାଡିଆ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିପାରିଥାନ୍ତି। ତେବେ ଏହାକୁ ନେଇ ପୋଲିସ କିମ୍ବା ସେନାର ଅଧିକାରୀଙ୍କ ପକ୍ଷରୁ କିଛି ସୂଚନା ମିଳିନାହିଁ। ଆକ୍ରମଣ ପାଇଁ  ଲସ୍କର-ଇ-ତୋଇବା ସହ ଜଡିତ ଟିଆରଏଫ୍‌ ବା ଦ ରେଜିଷ୍ଟର୍ଡ ଫୋର୍ସ ନିଜକୁ ଦାୟୀ କରିଛି।

କିଛି ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ପହଲଗାମ୍‌ର ଆଖପାଖ ପାହାଡି ଅଞ୍ଚଳରେ ଏବେ ବି ପ୍ରାୟ ୪-୫ ଆତଙ୍କବାଦୀ ଲୁଚ ରହିଛନ୍ତି। ତାଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଜାରି ରହିଛି। ଗୁଇନ୍ଦା ଏଜେନ୍ସିର ସୂଚନା ଅନୁସାରେ ପର୍ଯ୍ୟଟକଙ୍କ ଉପରେ ଏଭଳି ଆକ୍ରମଣ ଅଦ୍ଭୁତପୂର୍ବ। ଏହା ଅକ୍ଷରଧାମ ଆକ୍ରମଣ ଭଳି ରହିଛି, ଯେଉଁଠି ଶ୍ରଦ୍ଦାଳୁଙ୍କୁ ପ୍ରଥମ ଥର ଟାର୍ଗେଟ କରାଯାଇଥିଲା।’

ଏହି ଆକ୍ରମଣ ଘଟଣା ପରେ ସୁରକ୍ଷା ପ୍ରୋଟୋକଲ୍‌ରେ ପରିବର୍ତ୍ତନ ହୋଇଛି। ୨୦୧୯ ରେ ହୋଇଥିବା ପୁଲଓ୍ବାମା ଆକ୍ରମଣ ପରେ ଏହା ଥିଲା ବଡ଼ ଆକ୍ରମଣ। ମଙ୍ଗଳବାର ପର୍ଯ୍ୟଟକମାନେ ଘାଟିରେ ପ୍ରକୃତିର ଉପଭୋଗ କରୁଥିବା ବେଳେ ତାଙ୍କ ଉପରକୁ ଆତଙ୍କବାଦୀମାନେ କରିଥିଲେ ଆଖିବୁଜା ଗୁଳିମାଡ଼। ଏଥିରେ ୨ ପର୍ଯ୍ୟଟକଙ୍କ ସହିତ ମୋଟ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସୁତ୍ରରୁ ମିଳିଥିବା ଖବର ଅନୁସାରେ, ୮ରୁ ୧୦ ଜଣ ଆତଙ୍କବାଦୀ ସାମିଲ ହୋଇପାରନ୍ତି। ସେମାନଙ୍କ ମଧ୍ୟରୁ ୫ ରୁ ୭ ଜଣ ପାକିସ୍ତାନର ନାଗରିକ ହୋଇଥାଇ ପାରନ୍ତି। ପହଲଗାମ୍ ମାଷ୍ଟରମାଇଣ୍ଡ ଲସ୍କରର ଡେପୁଟି ଚିଫ୍ ସୈଫୁଲା କସୁରୀ ନାମରେ ଜଣାଯାଏ। ବର୍ତ୍ତମାନ ଅଫସିଆଲି କୌଣସି ସୂଚନା ମିଳିପାରିନି। କସୁରୀକୁ ଆତଙ୍କବାଦୀ ହାଫିଜ୍ ସଇଦର ଘନିଷ୍ଠ ଭାବରେ   ମନେକରାଯାଏ। ସେଭଳି ଟିଆରଏଫ୍‌ ମଧ୍ୟ ଲସ୍କର ସହ ଜଡିତ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.