କେନ୍ଦୁଝର ସଦର ,୪/୧(ଆପ୍ର)କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ କାଠବାଂଉଁଶୂଳି ନେତାଜୀ ୟୁଥ୍ ଆସୋସିଏସନ୍ ଆନୁକୁଲ୍ୟରେ ୨୫ ତମ ଅଲ୍ ଇଣ୍ଡିଆ ପ୍ରିମିୟମ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରୌପ୍ୟ ଜୟନ୍ତୀ ଉଦଯାପିତ ହୋଇଛି। ଇରଫାନ ଏକାଦଶକୁ ହରାଇ ଡେଞ୍ଜର ଏକାଦଶ ଚାମ୍ପିଅନ୍ ହୋଇଛି।

ଫାଇନାଲ ମ୍ୟାଚ୍ ଇରଫାନ ଏକାଦଶ ରାଉଲକେଲା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଭର ଖେଳରେ ୧୫ ଓଭର ଖେଳି ୯ ୱିକେଟ୍ ହରାଇ ୧୨୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ।ଜବାବରେ ଡେଞ୍ଜର ଏକାଦଶ ରାଉଲକେଲା ୧୨୫ରନର ବିଜୟ ଲକ୍ଷକୁ ପିଛାକରି ୧୩ ଓଭରରେ ୬ ୱିକେଟ୍ ହରାଇ ୧୩୦ ରନ କରି ୪ ୱିକେଟରେ ବିଜୟ ସହ ଚଳିତ ବର୍ଷ ଚାମ୍ପିଅନ ହୋଇଛି। ବିଜୟ ଦଳ ପକ୍ଷରୁ ପପୁ ଯାଦବ ୩ ଓଭର ବୋଲିଂ କରି ୨୨ ଦେଇ ୪ ୱିକେଟ୍ ଅକ୍ତିଆର କରି ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ  ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ କହିଥିଲେ ଯେ ସମାଜକୁ ଆଗକୁ ନେବାକୁ ହେଲେ ଏକତା ହେବା ଆବଶ୍ୟକ । କ୍ରୀଡ଼ା ଆମ ସମସ୍ତଙ୍କ ଅବିଚ୍ଛେଦ ଅଙ୍ଗ । ରାଜ୍ୟ ସରକାର କ୍ରୀଡାଭିତ୍ତିଭୂମି ସୁଦୃଢ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରି ପ୍ରତି ବ୍ଲକରେ ଷ୍ଟାଡିୟମ ନିର୍ମାଣ କରିବାକୁ ଯାଉଛନ୍ତି। ମା’ ତାରିଣୀ ରାଜ୍ୟ ପାଇଁ ଗୌରବ । ମାଆ ତାରିଣୀଙ୍କ ବିକାଶ ହେବା ସଙ୍ଗେ ସଙ୍ଗେ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହେବ ଯାହା କେନ୍ଦୁଝର ଜିଲ୍ଲାରେ ବ୍ୟାପକ ରୋଜଗାର କ୍ଷମ ହେବେ ବୋଲି କହିଛନ୍ତି । ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, କେନ୍ଦୁଝର ପୌରାଞ୍ଚଳ ଅଧକ୍ଷା ନିକୁ ସାହୁ, ଜିଲ୍ଲା ବିଜେପି ଉପସଭାପତି ବିବେକାନନ୍ଦ ମହାନ୍ତ, ପୂର୍ବତନ ଜିଲ୍ଲା ବିଜେପି ଉପସଭାପତି ଗଣେଶ୍ଵର ମହାନ୍ତ,ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଓଡିଆ ଚଳଚ୍ଚିତ୍ର ଜଗତର ନାୟିକା ଶିବାନୀ ସଂଗୀତା ଓ ଏଲିନା ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଚାମ୍ପିଅନ ଦଳକୁ ଏକ ଲକ୍ଷ ରାଶି ସହିତ ଟ୍ରଫି, ରନର୍ସଅଫ ଦଳକୁ ୭୦ ହଜାର ରାଶି ସହିତ ଟ୍ରଫି ପ୍ରଦାନ କରିଛନ୍ତି।

ନେତାଜୀ ୟୁଥ୍ ଆସୋସିଏସନ୍ କମିଟି ସଭାପତି ଜଗନ୍ନାଥ ମୋଦୀଙ୍କ ଦ୍ଵାରା ଖେଳ ଆୟୋଜନ ସଫଳ ହୋଇଛି।ନେତାଜୀ ବିକାଶ କମିଟି ପକ୍ଷରୁ ଅତ୍ୟାଧୁନିକ ସାଉଣ୍ଡ, ଲାଇଟ୍ , ମେଲୋଡି ,ଚିୟର ଗାର୍ଲ୍ ଭଳି ବିଭିନ୍ନ ପ୍ରକାର ବ୍ୟବସ୍ଥା ଖେଳକୁ ଅଧିକ ଆକର୍ଷଣ କରିଥିଲା। ଖେଳ ଦେଖିବା ପାଇଁ ୨୦ ହଜାରରୁ ଅଧିକ ସଂଖ୍ୟକ ଦର୍ଶକ ଭିଡ଼ ପରିଲକ୍ଷିତ ହୋଇଛି। କମିଟିର ସମ୍ପାଦକ ବିଶ୍ଵାମିତ୍ର ମହାନ୍ତ, ଖେଳ ଅଧକ୍ଷ ମୋନଜ କୁମାର ମହାନ୍ତ, ନିର୍ଦ୍ଦେଶକ କରୁଣାକର ମାଟିଆ, ଉପଦେଷ୍ଟା ହିମାଂଶୁ ସର୍ଦାର, ସ୍କକାରର ଭାବେ ଆକାଶ ଆରୁକ , ତରଣୀ ଲହାର, କମିଟି ସଦସ୍ୟ ପ୍ରସନ୍ନ ସର୍ଦ୍ଦାର, କୃଷ୍ଣାଚନ୍ଦ୍ର ସର୍ଦ୍ଦାର, ସନ୍ତୋଷ ମହାନ୍ତ, ଚକ୍ରଧର ମହାନ୍ତ, ଅଶୋକ ଲୋହାର, ନାରଦ ମହାନ୍ତ, ବିପିନ୍ ଆରୁକୁ, କୃଷ୍ଣ ମୋଦୀ, ଲକ୍ଷ୍ମୀଧର ନାୟକ, ଯୋହାର ମହାନ୍ତ, କଳ୍ପତରୁ ଆରୁକ, ଶ୍ରୀଧର ସର୍ଦ୍ଧାର, କେଦାରନାଥ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଖେଳରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଖେଳରେ ଭାଷ୍ୟକାର ଜାର୍ଫୁଲା ଆନସାରୀ, ରାକେଶ ବେହେରା ହିନ୍ଦୀ ଇଂରାଜୀ ଓଡିଆରେ ଧରାବିବରଣୀ ପ୍ରଦାନ କରିଛନ୍ତି। ଓମ୍ପାୟାର ଦିବ୍ୟରଞ୍ଜନ ରଣା ସହଯୋଗୀ ସୁଶାନ୍ତ କୁମାର ପଣ୍ଡା, ମ୍ୟାଚ ରେଫରୀ ରାଜେଶ ଆରୁକ ଖେଳ ପରିଚାଳନା କରିଥିଲେ।