ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଦୀପାବଳି ପାଇଁ ଚଢା ରେଟ୍ : କାଉଁରିଆ କାଠି ଗୋଟା ୧୦ ଟଙ୍କା, ଆକାଶଦୀପ ଗୋଟାକୁ ୨୦ ଟଙ୍କା

Published By : Rasmita Pradhan | October 30, 2024 2:23 PM

ଭୁବନେଶ୍ୱର, ୩୦/୧୦ : ଆସୁଛି ଆଲୋକର ପର୍ବ ଦୀପାବଳି । କେବେ ଦୀପାବଳି ପାଳିବେ ଏହାକୁ ନେଇ ରହିଛି ଦ୍ୱନ୍ଦ୍ୱ । କିଏ ଗୁରୁବାର ତ ଆଉ କିଏ ଶୁକ୍ରବାର ଦୀପାବଳି ପାଳିବାକୁ ଚିନ୍ତା କରୁଛନ୍ତି । ତେବେ ଇତିମଧ୍ୟରେ କିନ୍ତୁ କିଣାକିଣି ସରିଗଲାଣି । ଆଜି ବଜାରରେ ବହୁ ଭିଡ଼ ହୋଇଥିଲା । ଦୋକାନୀ ମଧ୍ୟ ଭଳିକି ଭଳି ସାମଗ୍ରୀର ପସରା ମେଲାଇଛନ୍ତି । ଲୋକେ ପୂଜା ସାମଗ୍ରୀ ସମେତ ଲଷ୍ମୀ, ଗଣେଶଙ୍କ ମାଟି ମୂର୍ତ୍ତି କିଣୁଥିବା ଦେଖାଯାଉଛି ଯାହାର ମୂଲ୍ୟ ୧୫୦ ଟଙ୍କାରୁ ଆରମ୍ଭ ହୋଇ ୫୦୦ ଟଙ୍କା ପର୍ଯ୍ୟନ୍ତ ରହୁଛି । ସେହିପରି ପୋଷାକ ଓ ଶାଢ଼ି କିଣିବାପାଇଁ ଗହଳି ହେଉଛି । ମହିଳା ବେଶୀ ମୁରୁଜ କିଣୁଥିବା ଦେଖାଯାଉଛି । ଏହି ମୁରୁଜ ପକାଇବା ପାଇଁ ଅନେକ ଛାଞ୍ଚ ମିଳୁଛି ଯାହାକୁ ବ୍ୟବହାର କରି ସହଜରେ ଡିଜାଇନ୍‌ କରିହେଉଛି । ଛାଞ୍ଚର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ ହେଉଛି । ସାଲେପୁର, ରାହାମା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମାର୍ଶାଘାଇରୁ ବ୍ୟବସାୟୀ କାଉଁରିଆର ପସରା ରାଜଧାନୀର ଏକ ନମ୍ବର ହାଟରେ ଜମା କରିଛନ୍ତି । ବ୍ୟବସାୟୀ କାଉଁରିଆ କାଠି ଗୋଟିଏ ୧୦ ଟଙ୍କାରେ ବିକୁଛନ୍ତି । ୩ଟାକୁ ୨୦ ଟଙ୍କା ନେଉଛନ୍ତି । ଗୋଟିଏ ବଡ଼ ଆଖୁର ଦାମ୍‌ ୫୦ ଟଙ୍କା ଏବଂ ଛୋଟ୍‌ ଆଖୁ ୧୦ଟଙ୍କାରେ ବିକ୍ରି ହେଉଛି ।

ଆକାଶଦୀପ ଗୋଟାକୁ ୨୦ ଟଙ୍କା

ବାଣକୁ ପସନ୍ଦ କରୁନଥିବା ଲୋକ ଆକାଶଦୀପ ପ୍ରତି ବେଶୀ ମନ ବଳାଉଛନ୍ତି । କିଏ ପ୍ୟାକେଟ୍‌ ପ୍ୟାକେଟ୍‌ ଆକାଶଦୀପ କିଣି ନେଉଛନ୍ତି ତ ଆଉ କିଏ ଗୋଟେ ହିସାବରେ ଆକାଶ ଦୀପ କିଣୁଛନ୍ତି । ଦୀପାବଳିରେ ଆକାଶ ଦୀପର ଚାହିଦା ଏବେ ବହୁତ ଅଧିକ । ଆକାଶ ଦୀପ ଗୋଟା ୨୦ ଟଙ୍କାରେ ବିକ୍ରି ହେଉଛି । ଦୁଇ ପ୍ରକାରର ଆକାଶ ଦୀପ ରହିଛି । ଗୋଟିଏ ପତଳା ଓ ଆରଟି ଟିକେ ମୋଟା । ଆଜି କେତେକ ଲୋକେ ସାଇଜ୍‌ ଆଉ ଚିକ୍କଣ ଦୀପ ତ ଆଉ କେହି ଡିଜାଇନ୍‌ ଦୀପ କିଣିବାକୁ ଜୋର୍‌ଦାର୍‌ ମୂଲ୍‌ଚାଲ୍‌ କରୁଥିଲେ । ବଜାରରେ ଓଡ଼ିଶାର ଦୀପ ସହ କୋଲକାତାର ୭ ପ୍ରକାରର ଦୀପ ମିଳୁଛି । ଦାମ୍‌ ୭୦ ପଇସାରୁ ନେଇ ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଡିଜାଇନ୍‌ ଦୀପର ଦାମ୍‌ ଅଲଗା ରହିଛି । ମହମବତି କିଣିବାକୁ ମଧ୍ୟ ଲୋକ ଭିଡ଼ ଜମାଉଛନ୍ତି । ରଙ୍ଗ ବେରଙ୍ଗର ତଥା ବଡ଼ରୁ ଛୋଟ ମହମବତି, ଟିଲାଇଟ୍‌ କ୍ୟାଣ୍ଡେଲ, ଉଡେନ୍‌ ଲଗ୍‌ ଟି-ଲାଇଟ୍‌ କ୍ୟାଣ୍ଡେଲ, ଜରି ଓ ମୁକ୍ତାରେ ତିଆରି କ୍ୟାଣ୍ଡେଲ, ହାତ ତିଆରି ଆକାଶ ରଙ୍ଗର କ୍ୟାଣ୍ଡେଲ ବିକ୍ରି ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.