ପ୍ରମୂଖ ଖବର
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଫ୍ରିଜ୍‌ରେ ପନିର୍‌ ରଖୁଛନ୍ତି କି? ଏହି ସବୁ ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ

Published By : Krishna Priya | February 5, 2025 12:37 PM

ଭୁବନେଶ୍ୱର ୦୪/୦୨: ପନିର୍‌ ପ୍ରାୟ ଲୋକଙ୍କର ପସନ୍ଦର  ଖାଦ୍ୟ । ଏହାର ସ୍ୱାଦ ପିଲାଠାରୁ ବଡ଼  ଯାଏ ସମସ୍ତଙ୍କୁ ବାନ୍ଧି ରଖିଥାଏ । ତେଣିକି  ସେ ପାଳଙ୍ଗ ପନିର୍‌ ହେଉ ଅବା ଶାହୀ  ପନିର୍‌ । କିନ୍ତୁ ଜାଣନ୍ତି କି ପନିର୍‌  ସବୁବେଳେ ସତେଜ ଖାଇବା ଉଚିତ୍‌ ।  ବାସି ପନିର୍‌ ଖାଇବା ଅନୁଚିତ୍‌ ।  ପନିର୍‌ ଯେତିକି ପୁଷ୍ଟିକର, ସେତିକି ସ୍ୱାଦିଷ୍ଟ ମଧ୍ୟ । ଯଦି ଏହାକୁ  ଠିକ୍‌ ଭାବେ ଷ୍ଟୋର ନ କରାଯାଏ,  ତେବେ ଶରୀର ପାଇଁ କ୍ଷତିକାରକ ।  ପନିର୍‌ ଅନେକ ସମୟରେ  ଲୋକଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ  ହୋଇଥାଏ । କାରଣ ଏଥିରେ  ବ୍ୟାକ୍ଟେରିଆ ଖୁବ୍‌ ଶୀଘ୍ର ବଢିଥାନ୍ତି ।  ସେଥିପାଇଁ ପନିର୍‌କୁ ଅଧିକ ଦିନ ଯାଏ  ସଂରକ୍ଷିତ କରିବା ଅନୁଚିତ୍‌ ।  ନଚେତ୍‌  ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ   ହୋଇପାରେ ।

ଏୟାର କଣ୍ଟେନର୍‌ରେ ଷ୍ଟୋର  କରନ୍ତୁ: ଯଦି ପନିର୍‌ ରଖୁଛନ୍ତି,  ତେବେ ଏୟାର କଣ୍ଟେନର୍‌ରେ ହିଁ  ରଖନ୍ତୁ । ପବନ ସଂସ୍ପର୍ଶରେ ନ ଆସିବା  ଦ୍ୱାରା   ବ୍ୟାକ୍ଟେରିଆ ଓ ହାନିକାରକ  ଜୀବାଣୁ ପ୍ରାୟତଃ ବଢି ନଥାନ୍ତି ।  ଏୟାର କଣ୍ଟେନର୍‌ରେ ରଖିବା ଦ୍ୱାରା  ପନିର୍‌ ନଷ୍ଟ ହୋଇ ନଥାଏ । ଏପରିକି  ଫ୍ରିଜ୍‌ରେ ରଖିବା ଦ୍ୱାରା ମଧ୍ୟ ପନିର୍‌ରୁ  ଗନ୍ଧ ବାହାରି ନଥାଏ ।  ଫ୍ରିଜ୍‌ର ସବୁଠାରୁ ଥଣ୍ଡା ସ୍ଥାନରେ ହିଁ  ରଖନ୍ତୁ: କାରଣ ଏଠାକୁ ବ୍ୟାକ୍ଟେରିଆ ଓ  ଅନ୍ୟାନ୍ୟ ଜୀବଣୁ ସହଜରେ ପହଞ୍ଚିପାରି  ନଥାନ୍ତି । କିନ୍ତୁ ଫ୍ରିଜର୍‌ରେ ଆଦୌ  ରଖନ୍ତୁନାହିଁ ।   

୩/୪ ଦିନରୁ ଅଧିକ ରଖନ୍ତୁନାହିଁ:  ପନିର୍‌କୁ ୩/୪ ଦିନରୁ ଅଧିକ  ରଖିବା ଅନୁଚିତ୍‌ । ନଚେତ୍‌ ଏଥିରେ  ବ୍ୟାକ୍ଟେରିଆ କିମ୍ବା ଜୀବାଣୁ ହେବାର  ଆଶଙ୍କା ବଢିଥାଏ । ଯଦି ସପ୍ତାହକ ପାଇଁ  ପନିର୍‌ ଷ୍ଟୋର କରନ୍ତି, ତେବେ ଫୁଡ  ପଏଜନିଂ ହେବାର ଆଶଙ୍କା ରହିଛି ।  

ଷ୍ଟୋର କରିବ ପୂର୍ବରୁ ଭଲ ଭାବେ  ଧୋଇ ନିଅନ୍ତୁ: ପନିର୍‌କୁ ଷ୍ଟୋର୍‌  କରିବା ପୂର୍ବରୁ ଏହାକୁ ଭଲ ଭାବେ  ଧୋଇ ନିଅନ୍ତୁ । ସେଥିରେ ପୂର୍ବରୁ ଥିବା  ବ୍ୟାକ୍ଟେରିଆ , ଜୀବାଣୁ ଓ ଅପରିଷ୍କାର  ରହିଥିଲେ ସଫା ହୋଇଯିବ ।  ଯଦି ପନିର୍‌କୁ ଠିକ୍‌ ଭାବେ ଷ୍ଟୋର  ନ କରାଯାଏ, ତେବେ ଡାଇରିଆ, ପେଟ  ଯନ୍ତ୍ରଣା ଓ ବାନ୍ତି ହେବାର ଆଶଙ୍କା ସୃଷ୍ଟି  ହୋଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.