ଭୁବନେଶ୍ୱର ୦୪/୦୨: ପନିର୍‌ ପ୍ରାୟ ଲୋକଙ୍କର ପସନ୍ଦର  ଖାଦ୍ୟ । ଏହାର ସ୍ୱାଦ ପିଲାଠାରୁ ବଡ଼  ଯାଏ ସମସ୍ତଙ୍କୁ ବାନ୍ଧି ରଖିଥାଏ । ତେଣିକି  ସେ ପାଳଙ୍ଗ ପନିର୍‌ ହେଉ ଅବା ଶାହୀ  ପନିର୍‌ । କିନ୍ତୁ ଜାଣନ୍ତି କି ପନିର୍‌  ସବୁବେଳେ ସତେଜ ଖାଇବା ଉଚିତ୍‌ ।  ବାସି ପନିର୍‌ ଖାଇବା ଅନୁଚିତ୍‌ ।  ପନିର୍‌ ଯେତିକି ପୁଷ୍ଟିକର, ସେତିକି ସ୍ୱାଦିଷ୍ଟ ମଧ୍ୟ । ଯଦି ଏହାକୁ  ଠିକ୍‌ ଭାବେ ଷ୍ଟୋର ନ କରାଯାଏ,  ତେବେ ଶରୀର ପାଇଁ କ୍ଷତିକାରକ ।  ପନିର୍‌ ଅନେକ ସମୟରେ  ଲୋକଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ  ହୋଇଥାଏ । କାରଣ ଏଥିରେ  ବ୍ୟାକ୍ଟେରିଆ ଖୁବ୍‌ ଶୀଘ୍ର ବଢିଥାନ୍ତି ।  ସେଥିପାଇଁ ପନିର୍‌କୁ ଅଧିକ ଦିନ ଯାଏ  ସଂରକ୍ଷିତ କରିବା ଅନୁଚିତ୍‌ ।  ନଚେତ୍‌  ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ   ହୋଇପାରେ ।

ଏୟାର କଣ୍ଟେନର୍‌ରେ ଷ୍ଟୋର  କରନ୍ତୁ: ଯଦି ପନିର୍‌ ରଖୁଛନ୍ତି,  ତେବେ ଏୟାର କଣ୍ଟେନର୍‌ରେ ହିଁ  ରଖନ୍ତୁ । ପବନ ସଂସ୍ପର୍ଶରେ ନ ଆସିବା  ଦ୍ୱାରା   ବ୍ୟାକ୍ଟେରିଆ ଓ ହାନିକାରକ  ଜୀବାଣୁ ପ୍ରାୟତଃ ବଢି ନଥାନ୍ତି ।  ଏୟାର କଣ୍ଟେନର୍‌ରେ ରଖିବା ଦ୍ୱାରା  ପନିର୍‌ ନଷ୍ଟ ହୋଇ ନଥାଏ । ଏପରିକି  ଫ୍ରିଜ୍‌ରେ ରଖିବା ଦ୍ୱାରା ମଧ୍ୟ ପନିର୍‌ରୁ  ଗନ୍ଧ ବାହାରି ନଥାଏ ।  ଫ୍ରିଜ୍‌ର ସବୁଠାରୁ ଥଣ୍ଡା ସ୍ଥାନରେ ହିଁ  ରଖନ୍ତୁ: କାରଣ ଏଠାକୁ ବ୍ୟାକ୍ଟେରିଆ ଓ  ଅନ୍ୟାନ୍ୟ ଜୀବଣୁ ସହଜରେ ପହଞ୍ଚିପାରି  ନଥାନ୍ତି । କିନ୍ତୁ ଫ୍ରିଜର୍‌ରେ ଆଦୌ  ରଖନ୍ତୁନାହିଁ ।   

୩/୪ ଦିନରୁ ଅଧିକ ରଖନ୍ତୁନାହିଁ:  ପନିର୍‌କୁ ୩/୪ ଦିନରୁ ଅଧିକ  ରଖିବା ଅନୁଚିତ୍‌ । ନଚେତ୍‌ ଏଥିରେ  ବ୍ୟାକ୍ଟେରିଆ କିମ୍ବା ଜୀବାଣୁ ହେବାର  ଆଶଙ୍କା ବଢିଥାଏ । ଯଦି ସପ୍ତାହକ ପାଇଁ  ପନିର୍‌ ଷ୍ଟୋର କରନ୍ତି, ତେବେ ଫୁଡ  ପଏଜନିଂ ହେବାର ଆଶଙ୍କା ରହିଛି ।  

ଷ୍ଟୋର କରିବ ପୂର୍ବରୁ ଭଲ ଭାବେ  ଧୋଇ ନିଅନ୍ତୁ: ପନିର୍‌କୁ ଷ୍ଟୋର୍‌  କରିବା ପୂର୍ବରୁ ଏହାକୁ ଭଲ ଭାବେ  ଧୋଇ ନିଅନ୍ତୁ । ସେଥିରେ ପୂର୍ବରୁ ଥିବା  ବ୍ୟାକ୍ଟେରିଆ , ଜୀବାଣୁ ଓ ଅପରିଷ୍କାର  ରହିଥିଲେ ସଫା ହୋଇଯିବ ।  ଯଦି ପନିର୍‌କୁ ଠିକ୍‌ ଭାବେ ଷ୍ଟୋର  ନ କରାଯାଏ, ତେବେ ଡାଇରିଆ, ପେଟ  ଯନ୍ତ୍ରଣା ଓ ବାନ୍ତି ହେବାର ଆଶଙ୍କା ସୃଷ୍ଟି  ହୋଇଥାଏ ।