ମୁମ୍ବାଇ ୧୩/୧୨: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସାଉଥ୍‌ ସିନେ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଅଭିନେତ୍ରୀ କୀର୍ତ୍ତି ସୁରେଶ । ଗତକାଲି ଅର୍ଥାତ୍‌ ବୁଧବାର ଗୋଆଠାରେ ନିଜର ଦୀର୍ଘ ଦିନର ସାଥୀ ବ୍ୟବସାୟୀ ଆଣ୍ଟୋନି ଥଟ୍ଟିଲଙ୍କ ସହ ତାଙ୍କର ହାତଗଣ୍ଠି ପଡ଼ିଛି । ଦେଶୀ ଷ୍ଟାଇଲ୍‌ରେ ଆୟୋଜିତ ଏହି ବିବାହ ଉତ୍ସବକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । ତେବେ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା କୀର୍ତ୍ତିଙ୍କ ବ୍ରାଇଡାଲ ଲୁକ୍‌ । ଗୋଟିଏ ନୁହେଁ, ଦୁଇ ପ୍ରକାର ପାରମ୍ପରିକ ପୋଷାକରେ ତାଙ୍କ ଲୁକ୍‌ ଅତ୍ୟନ୍ତ ଆକର୍ଷଣୀୟ ଥିଲା । 

ପର୍‌ଫେକ୍ଟ ଭାରତୀୟ ବ୍ରାଇଡାଲ ଲୁକ୍‌ ପାଇଁ ସେ ହଳଦିଆ ଓ ସବୁଜ ରଙ୍ଗର ଶାଢ଼ି ପିନ୍ଧିଥିଲେ । ପାରମ୍ପରିକ ଗହଣା ତାଙ୍କ ଦକ୍ଷିଣ ଭାରତୀୟ କନ୍ୟା ଲୁକ୍‌କୁ ଆହୁରି ଆକର୍ଷଣୀୟ କରିଥିଲା । ଆଉ ଏକ ଲୁକ୍‌ରେ କୀର୍ତ୍ତି ଲାଲ୍‌ ରଙ୍ଗର ଶାଢ଼ି ଓ ମ୍ୟାଚିଂ ଗହଣାରେ ନଜର ଆସିଥିଲେ । ଆଣ୍ଟୋନି ଥଟ୍ଟିଲ ବି ପଛରେ ନ ଥିଲେ । କୀର୍ତ୍ତିଙ୍କ ଲୁକ୍‌କୁ ସେ ପର୍‌ଫେକ୍ଟ ମ୍ୟାଚ୍‌ କରିଥିଲେ । ପାରମ୍ପରିକ ବିବାହ ପୋଷାକରେ ତାଙ୍କ ଲୁକ୍‌ ବେଶ ଆକର୍ଷଣୀୟ ଥିଲା । ଦୁହିଁଙ୍କ ବ୍ରାଇଡାଲ ଲୁକ୍‌ ଭବିଷ୍ୟତର ବିବାହ ପାଇଁ ମୁଖ୍ୟ ଫ୍ୟାଶନ୍‌ ଭାବେ ଟ୍ରେଣ୍ଡ୍‌ ସେଟର୍‌ ହୋଇଛି । 


ସାଉଥ୍‌ ସିନେମା ଜଗତର ଅନେକ ସେଲିବ୍ରିଟି ଏହି ଯୋଡ଼ିଙ୍କୁ ନୂଆ ଜୀବନ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ହାଇସ୍କୁଲ ସମୟରୁ କୀର୍ତ୍ତି ଓ ଆଣ୍ଟୋନି ପରସ୍ପରକୁ ଜାଣିଥିଲେ । ଦୀର୍ଘ ୧୫ ବର୍ଷ ହେଲା ଦୁହେଁ ପ୍ରେମ ସମ୍ପର୍କରେ ଥିଲେ । କୀର୍ତ୍ତିଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମରେ ଅଛି ‘ବେବି ଜନ୍‌’ ଏଥିରେ ସେ ବରୁଣ ଧୱନଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି । କ୍ରିସ୍‌ମାସରେ ଏହା ମୁକ୍ତିଲାଭ କରିବେ । ଥଲାପତି ବିଜୟଙ୍କ ଫିଲ୍ମ ‘ଥେରି’ର ରିମେକ୍‌ରେ ମଧ୍ୟ ସେ ନଜର ଆସିବେ ।