ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ ଲାଗି ଆଉ ୫ ବର୍ଷ ମାଗିଲେ କେଜ୍ରିଓ୍ବାଲ

Published By : Tapas Panda | January 18, 2025 8:25 PM

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ନିଜର ପ୍ରତିଶ୍ରୁତି ପୂରଣ କରିନଥିବା ସ୍ବୀକାର କରିଛନ୍ତି । ପୂର୍ବ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ୩ଟି ପୂରଣ କରିପାରି ନାହାନ୍ତି ବୋଲି ଦିଲ୍ଲୀବାସୀଙ୍କ ଆଗରେ ମାନିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଯମୁନା ନଦୀ ପରିଷ୍କାର, ସ୍ବଚ୍ଛ ପାନୀୟ ଜଳ ଯୋଗାଣ ଏବଂ ଦିଲ୍ଲୀର ରାସ୍ତାକୁ ୟୁରୋପ୍‌ ଭଳି କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରି ନାହାନ୍ତି ବୋଲି କେଜ୍ରିଓ୍ବାଲ କହିଛନ୍ତି । 

ଏହି ସବୁ ପ୍ରତିଶ୍ରୁତି ପୂରଣ କରିବା ଦିଗରେ କାର୍ଯ୍ୟ ଜାରି ରହିଛି ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ପୂରା ହୋଇପାରିବ ବୋଲି କହିଛନ୍ତି ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ । ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ଆଗାମୀ ନିର୍ବାଚନ ପରେ ଏହାକୁ ପୂରଣ କରିବେ ବୋଲି ପୁଣି ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିଓ୍ବାଲ । 

ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବୃଆରୀ ୫ରେ ହେବାକୁ ଥିବା ବେଳେ ୮ ତାରିଖରେ ଫଳାଫଳ ଘୋଷଣା ହେବ । ଏହା ପୂର୍ବରୁ ଜାତୀୟ ରାଜଧାନୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।  ବିଜେପି, କଂଗ୍ରେସ ଏବଂ ଆପ୍‌ ମଧ୍ୟରେ ଜୋରଦାର ଲଢ଼େଇ ହେବାକୁ ଥିବା ବେଳେ ସବୁ ଦଳର ନେତା ଏବେ ମୈଦାନରେ । ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ସବୁ ଦଳର ପ୍ରାର୍ଥୀ ଏବଂ କାର୍ଯ୍ୟକର୍ତ୍ତା । ସେପଟେ ନିର୍ବାଚନୀ ବୈତରଣୀ ପାର ହେବାକୁ ରାଜନୈତିକ ଦଳ ଲୋକମାନଙ୍କୁ ଲୋଭନୀୟ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି । ତେବେ ନିର୍ବାଚନ ଶେଷ ହେବା ପରେ କେଉଁ ଦଳ ଜିତିବ  ତାହା ଜଣାପଡ଼ିବ । ଏହା ସହ ପରବର୍ତ୍ତୀ ସମୟରେ ସେହି ଦଳ ନିଜର ପ୍ରତିଶ୍ରୁତି ପୂରଣ କରୁଛି କି ନାହିଁ ସ୍ପଷ୍ଟ ହୋଇଯିବ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.