ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଗର୍ଭ ଯନ୍ତ୍ରଣା ପାଉଥିବା କିରାଣିଙ୍କୁ ଡାକ୍ତରଖାନା ଛାଡ଼ିଲେନି ସିଡିପିଓ ! ଗର୍ଭସ୍ଥ ଶିଶୁର ମୃତ୍ୟୁ, ମହିଳା ଗୁରୁତର, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

Published By : Prameya | October 29, 2024 11:03 AM

ଡେରାବିଶ,୨୯/୧୦: ଗର୍ଭବତୀଙ୍କ ଚିକିତ୍ସା ଓ ଯତ୍ନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାରର ପଦକ୍ଷେପ ନିଆଯାଉଥିବା ବେଳେ ଜଣେ ଗର୍ଭବତୀ ସରକାରୀ କର୍ମଚାରୀ ଗର୍ଭବେଦନା  ସମୟରେ ଉପରିସ୍ଥ ଅଧିକାରୀଙ୍କ ଅସହଯୋଗ ନେଇ ଅଭିଯୋଗ  ଆଣିଛନ୍ତି । ଅଧିକାରୀଙ୍କ ଅଧିକ କାର୍ଯ୍ୟ  ଚାପ ଯୋଗୁଁ ତାଙ୍କ ଗର୍ଭସ୍ଥ ଶିଶୁଟିର ମୃତ୍ୟୁ  ହୋଇଥିବା ନେଇ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ  ହୋଇଛି । ଏଭଳି ଅଭାବନୀୟ ଘଟଣା  କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଡେରାବିଶ  ବ୍ଲକ୍‌ ମହିଳା ଓ ଶିଶୁ ସମନ୍ୱିତ ବିଭାଗରେ ଘଟିଥିବା ଜଣାଯାଇଛି ।  

ଅଭିଯୋଗରୁ ପ୍ରକାଶ, ମହିଳା ଓ  ଶିଶୁ ସମନ୍ୱିତ ବିଭାଗରେ କାର୍ଯ୍ୟରତ  ବରିଷ୍ଠ ମହିଳା କିରାଣି ବର୍ଷା ପ୍ରିୟଦର୍ଶିନୀ  ମହାପାତ୍ର ୭ ମାସର ଗର୍ଭବତୀ ଥାଇ ମଧ୍ୟ  ନିୟମିତ କାର୍ଯ୍ୟାଳୟକୁ ଆସୁଥିଲେ । ଗତ  ଶୁକ୍ରବାର ଦିନ ତାଙ୍କର ଗର୍ଭ ବେଦନା  ଆରମ୍ଭ ହୋଇଥିଲା । ଏହି ସମୟରେ  ସେ ଡାକ୍ତରଖାନା ଯିବା ପାଇଁ ଅନୁମତି  ଦେବାକୁ ସିଡିପିଓ ସ୍ନେହଲତା ସାହୁଙ୍କୁ  ନିବେଦନ କରିଥିଲେ । ମାତ୍ର ସିଡିପିଓ  ତାଙ୍କୁ ଏଥିପାଇଁ ଅନୁମତି ଦେଇନଥିବା  ବେଳେ ଓଲଟା ଦୁର୍ବ୍ୟବହାର କରିଥିଲେ । ଉପରିସ୍ଥ ଅଧିକାରୀଙ୍କ କଟୁ ଭାଷା ସହି  ନପାରି ବର୍ଷା ପ୍ରିୟଦର୍ଶିନୀ ସେଠାରେ  ଅସୁସ୍ଥ ହୋଇ ପଡ଼ିଥିଲେ । ଖବର ପାଇ  ତାଙ୍କର ସମ୍ପର୍କୀୟମାନେ ସେଠାରେ ପହଞ୍ଚି  ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ାର  ଏକ ଘରୋଇ ଡାକ୍ତରଖାନାକୁ ନେଇ  ଯାଇଥିଲେ । ତେବେ ସେଠାରେ ଗର୍ଭରେ ଥିବା ଶିଶୁର ମୃତ୍ୟୁ ହୋଇ ଯାଇଥିବା  ନେଇ ଡାକ୍ତର ସୂଚନା ଦେଇଥିଲେ । ଦୀର୍ଘ  ୪ ଦିନ ହେଲା ପୀଡ଼ିତା ଡାକ୍ତରଖାନାରେ  ଚିକିତ୍ସାଧୀନ ଥିବା ଜଣାପଡ଼ିଛି । 

ଏ  ସମ୍ପର୍କରେ ଜିଲ୍ଲାପାଳ ଓ ଆରକ୍ଷୀ  ଅଧୀକ୍ଷକଙ୍କ ମିଳିତ ଅଭିଯୋଗ  ଶୁଣାଣିରେ ସଂପୃକ୍ତ ପୀଡ଼ିତାଙ୍କ ପରିବାର  ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ସହ  ନ୍ୟାୟ ଭିକ୍ଷା କରାଯାଇଛି । ଏ ସମ୍ପର୍କରେ  ସିଡିପିଓ ଶ୍ରୀମତୀ ସାହୁଙ୍କୁ ପଚାରିବାରୁ  ସେ କହିଥିଲେ ଯେ, ମୋ ବିରୋଧରେ  ହୋଇଥିବାଅଭିଯୋଗ ଭିତ୍ତିହୀନ ଓ  କପୋଳକଳ୍ପିତ । ମୋତେ ହଟାଇବାକୁ  ଏହା ଏକ ହୀନ ଚକ୍ରାନ୍ତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.