ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଟୋପେ ପାଣି ପାଇଁ ହନ୍ତସନ୍ତ ଗାଁ ଲୋକ, ଗରା-କଳସୀ ଧରି ଦୈନିକ ପାର୍ ହୁଅନ୍ତି ଜାତୀୟ ରାଜପଥ

Published By : Swapna Ray | February 12, 2025 6:36 PM

କେନ୍ଦୁଝର ସଦର, ୧୨।୨: ଗାଁରେ ଶହେରୁ ଉର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି । ନା ନଳକୂପରୁ ପାଣି ବାହାରୁଛି, ନା ପ୍ରଶାସନ ପକ୍ଷରୁ ପାନୀୟ ଜଳର କିଛି ବ୍ୟବସ୍ଥା କରାଯାଇଛି । ପାଇପ୍ ପାଣି ଗାଁ ଲୋକଙ୍କ ପାଇଁ ସାତ ସପନ । ପାଣି ଟୋପେ ପାଇଁ ଗାଁର ସ୍ତ୍ରୀ ଲୋକମାନଙ୍କୁ ନିତି ମରଣଯନ୍ତା ପାର୍ କରିବାକୁ ପଡ଼ୁଛି । ଜୀବନକୁ ବାଜି ଲଗାଇ ୨୦ ନମ୍ବର ଜାତୀୟ ରାଜପଥ ପ୍ରାଧିକରଣର ଦୁଇ ଦୁଇଟି ସର୍ଭିସ୍ ରାସ୍ତା ସାଙ୍ଗକୁ ଦୁଇଟି ମୁଖ୍ୟ ରାସ୍ତା ବି ଅତିକ୍ରମ କରିବାକୁ ପଡ଼ୁଛି । ଗାଁର ମହିଳାମାନେ ଅଧକିଲୋମିଟରୁ ଅଧିକ ରାସ୍ତା ଯିବା ପରେ ପଡ଼ିଆ ସାହି ଅଙ୍ଗନୱାଡ଼ି କେନ୍ଦ୍ର ନଳକୂପକୁ ପାଣି ଆଣିବା ପାଇଁ ଯାଉଛନ୍ତି । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ପୁଟୁକୁଳିଆ ରୁଡ଼ ସାହିବାସୀ ପାନୀୟ ଜଳ ପାଇଁ ଏଭଳି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବହୁ ବର୍ଷ ପୂର୍ବରୁ ଧର୍ମକୁ ଆଖିଠାର ପରି ପ୍ରଶାସନ ପକ୍ଷରୁ ନଳକୂପଟିଏ ବସାଯାଇଥିଲା । କିନ୍ତୁ, ପାଣି ବାହାରୁନଥିବାରୁ ନଳକୂପଟା କଳଙ୍କି ଖାଇଗଲାଣି । ଗାଁରେ ଶତାଧିକ ଲୋକ ବାସ କରୁଥିବା ବେଳେ ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ପାନୀୟ ଜଳର କୌଣସି ବ୍ୟବସ୍ଥା କରାଯାଇନାହିଁ । 

ଟୋପେ ପାଣି ପାଇଁ ପ୍ରତିଦିନ ଗାଁର ମହିଳାମାନେ ଗରା କଳସୀ ଧରି ଜାତୀୟ ରାଜପଥକୁ ଅତିକ୍ରମ କରୁଛନ୍ତି । ସେତକ ପାଣି ବି ପୂରା ପରିବାର ପାଇଁ ଯଥେଷ୍ଟ ହେଉନି । ସ୍ଥାନୀୟ ମହିଳାଙ୍କ କହିବାନୁସାରେ, ପାଣି ପାଇଁ ଦୂର ବାଟ ଯିବାକୁ ପଡ଼ୁଛି । ବିପଦ ସାଜୁଛି ଜାତୀୟ ରାଜପଥ ରାସ୍ତା । ଅହରହ ଚାରିଟି ରାସ୍ତାରେ ଦ୍ରୁତଗାମୀ ଗାଡ଼ି ଚାଲୁଛି । ତା’ରି ଭିତରେ ସାହିବାସୀ ପାନୀୟ ଜଳ ପାଇଁ ନିଜ ଜୀବନକୁ ବାଜିରେ ଲଗାଉଥିବା କହିଛନ୍ତି । ବିଭିନ୍ନ ରାଜନୈତିକ ଦଳ ଭୋଟ୍ ପରେ ଗାଁରେ ନଳକୂପ ଲଗାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଭୋଟ୍ ପରେ ଆଉ ଦେଖାଦର୍ଶନ ଦେଉଥନଥିବା ଗାଁର ଜଣେ ମହିଳା ଅଭିଯୋଗ କରିଛନ୍ତି । 

“ମୋତେ ଆସି ସତୁରୀ ହେଲାଣି ଆମ ସାହିରେ ପାଣି ସମସ୍ୟା ଯାଉନି । ବୋହୂ ହେଇ ଆସିଲା ବେଳୁ ଦେଖୁଛି... ପର ଘର ଉପାରେ ଭରସା କରିବାକୁ ପଡ଼ୁଛି । ବର୍ଷା ଦିନରେ ଯେନତେନ ପ୍ରକାର ପାଣି ମିଳିଯାଏ । ହେଲେ ଖରା ଦିନେ ଆସିଲେ ଦୁର୍ଦ୍ଦଶା ଭୋଗିବାକୁ ପଡ଼େ” ବୋଲି ଗାଁର ଜଣେ ମହିଳା ନିୟର ଦେହୁରୀଙ୍କ କହିଛନ୍ତି । ସେହିପରି ମଞ୍ଜୁଲତା ଦେହୁରୀ କହିଛନ୍ତି, ପିଇବା ପାଣି ପାଇଁ ଆମକୁ ବହୁତ୍ ହଇରଣ ହରକତ ହେବାକୁ ପଡ଼ୁଛି । ବର୍ଷ ବର୍ଷ ଧରି ଜାତୀୟ ରାଜପଥକୁ ଅତିକ୍ରମ କରିବା ଆମ ପାଇଁ ସମ୍ପୂର୍ଣ ବିପଦ ଟିକେ ଅବହେଳା ହେଲେ ଜୀବନ ଟ୍ରକ ତଳେ ରହିଯିବା ଏପରି ସ୍ଥଳେ ଆମକୁ ପାଇବା ପାଇଁ ସଂଗ୍ରହ କରିବାକୁ ପଡ଼ୁଛି । ଅନ୍ୟପଟେ ସାହିବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ଆସିଲେ ନଳକୂପ ଖନନର ବ୍ୟବସ୍ଥା କରାଯିବ ବୋଲି ସଦର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି । ତେବେ ଗ୍ରାମବାବୀଙ୍କ ପାନୀୟ ଜଳର ସମସ୍ୟା କେବେ ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା ।

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.