ପ୍ରମୂଖ ଖବର
  • ବାଙ୍କୀ : ଢାବାରେ ଖାଇବାକୁ ନେଇ ମାରପିଟ୍, ହୋଟେଲ ମାଲିକଙ୍କ ଆକ୍ରମଣରେ ଗ୍ରାହକ ମୃତ
  • ||
  • ଉତ୍ତରାଖଣ୍ଡ: ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି, ଭ୍ୟାଲି ଅଫ୍ ଫ୍ଲାୱାର୍ସରେ ଆତଙ୍କବାଦ ବିରୋଧୀ ଦଳ ମୁତୟନ
  • ||
  • ଗୁଜରାଟ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା, ପ୍ଲେନ୍‌ରେ ଥିଲେ ୨୪୨ ଯାତ୍ରୀ
  • ||
  • ରାଜଧାନୀରୁ ୩ ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଡ଼ବିଲ: ଯୋଡ଼ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ଲୁଟ, ବନ୍ଧୁକ ମୁନରେ ୫ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୧ ଲକ୍ଷ ଟଙ୍କା, ସୁନା ଅଳଙ୍କାର
  • ||
  • ରାଜ୍ୟ ସ୍ତରୀୟ 'ବିକାଶ ବାହନ'ର ଶୁଭାରମ୍ଭ, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କୁ କରିବ ସଚେତନ
  • ||
  • ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ
  • ||
  • କଟକ : ଜମି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, ସମ୍ପର୍କୀୟ ଭାଇର କଟୁରୀ ଚୋଟରେ ବୃଦ୍ଧ ଗୁରୁତର
  • ||
  • ଛତିଶଗଡ଼ ସୁକମାରେ ଏନ୍‌କାଉଣ୍ଟ, ଯବନାଙ୍କ ଗୁଳିରେ ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଭଦ୍ରକ : ତିହିଡ଼ି ‘ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ରୁ ଡକାୟତି ଅଭିଯୋଗ; ୭ଲକ୍ଷ ୫୨ ହଜାର ଟଙ୍କା ଚୋରି
  • ||
  • ଅନୁଗୁଳ : ୨ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ , ଦୁଇ ଗୁରୁତର
  • ||
  • ଭୁବନେଶ୍ୱର-ଆବୁଧାବିକୁ ଡାଇରେକ୍ଟ ଫ୍ଲାଇଟ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ
  • ||
  • ସୋରରେ ଆତଙ୍କରାଜ୍, ଡାକ୍ତରଙ୍କ ଘରେ ଡକାୟତି, ଲୁଟେରାଙ୍କ ଭୁଜାଲି ମାଡ଼ରେ ୨ ଗୁରୁତର
  • ||
  • ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷ କ୍ଷତିପୂରଣ, ପରିବାରର ଜଣକୁ ନିଯୁକ୍ତି
  • ||
  • ଗୋ ଚାଲାଣରୁ ରକ୍ତପାତ ମାମଲା: ଜୀବନ ଯୁଦ୍ଧରେ ହାରିଗଲେ ସନ୍ତୋଷ, କଷଟି ଓ ତୁଳସୀପୁରରେ ପୁଲିସ ଛାଉଣି
  • ||
  • ଅଣସରରେ ଦାରୁବ୍ରହ୍ମ, ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ
  • ||
  • ଫେରିଲା ମୌସୁମୀ, ତାତିରେ ଲାଗିଲା ବ୍ରେକ୍: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ
  • ||

ପ୍ରିୟଙ୍କା ଗାନ୍ଧୀଙ୍କୁ ହାଇକୋର୍ଟରୁ ନୋଟିସ୍, ଉପନିର୍ବାଚନରେ ବିଜୟକୁ ଚ୍ୟାଲେଞ୍ଜ କରି ହୋଇଥିଲା ଆବେଦନ

Published By : Harapriya Biswal | June 11, 2025 7:08 PM

ନୂଆଦିଲ୍ଲୀ,୧୧।୬: କେରଳ ହାଇକୋର୍ଟ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନୋଟିସ ଜାରି କରିଛନ୍ତି।  ତାଙ୍କୁ ଏହି ନୋଟିସ୍ ୱାୟାନାଡ଼ରୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପ୍ରାର୍ଥୀ ନଭ୍ୟା ହରିଦାସଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ନିର୍ବାଚନ ଆବେଦନ ଉପରେ ତାଙ୍କୁ ଏହି ନୋଟିସ ଜାରି କରାଯାଇଛି। ହରିଦାସ ଲୋକସଭା ଉପନିର୍ବାଚନରେ ପ୍ରିୟଙ୍କାଙ୍କ ବିଜୟକୁ ଚ୍ୟାଲେଞ୍ଜ  ଦେଇଛନ୍ତି।

ସେ ହାଇକୋର୍ଟରେ ଏକ ଆବେଦନ କରି ପ୍ରିୟଙ୍କାଙ୍କ ବିଜୟକୁ ଅବୈଧ ଘୋଷଣା କରିବାକୁ ଦାବି କରି ଥିଲେ। ଆବେଦନରେ ସେ ପ୍ରିୟଙ୍କାଙ୍କ ଉପରେ ଅଭିଯୋଗ କରି ଗୁରୁତ୍ୱପୂର୍ଣ୍ଣ ବିବରଣୀ ଖୁଲାସା ନକରିବାର ଅଭିଯୋଗ   କରିଥିଲେ।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୧୩ ନଭେମ୍ବରରେ ଓ୍ବାଇନାଡ୍‌ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ପ୍ରଥମ ଥର ପାଇଁ ୬ ଲକ୍ଷ ୨୨ ହଜାର ୩୩୮ ଭୋଟ ପାଇ ବିଜୟୀ ହୋଇଥିଲେ। ତେବେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପି ନେତା ନଭ୍ୟା ହରିଦାସ ୧ ଲକ୍ଷ ୯ ହଜାର ୯୩୯ ଭୋଟ ସହିତ ତୃତୀୟ ସ୍ଥାନରେ ରହିଥିଲେ। 

ଲୋକସଭା ନିର୍ବାଚନ  ୨୦୨୪ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଜୟ ପରେ ୱାୟାନାଡ ଆସନ ଖାଲି ହେବାର କିଛି ମାସ ମଧ୍ୟରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ, ଗୋଟିଏ କେରଳର ୱାୟାନାଡ ଏବଂ ଅନ୍ୟଟି ଉତ୍ତର ପ୍ରଦେଶର ରାୟବରେଲି ଲୋକସଭା ଆସନ। ଉଭୟ ଆସନରେ ବିଜୟୀ ହେବା ପରେ, ରାହୁଲ ଗାନ୍ଧୀ ୱାୟାନାଡ ଲୋକସଭା ଆସନ ଛାଡି ଦେଇଥିଲେ ଏବଂ ପରିବାରର ପାରମ୍ପରିକ ଆସନ ରାୟବରେଲିକୁ ନିଜ ପାଖରେ ରଖିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.