- ଥିରୁଅନନ୍ତପୁରମ୍ରେ ଭୁଶୁଡିଲା ଏଲଡିଏଫ୍ର ଦୁର୍ଗ
- ପୌର ନିର୍ବାଚନରେ ଜିତିଲା ବିଜେପି
- ୪ ଦଶକ ପରେ କ୍ଷମତା ପରିବର୍ତ୍ତନ
- ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୩।୧୨: କେରଳ ରାଜନୀତିରେ ଝଡ଼। ଥିରୁଅନନ୍ତପୁରମ୍ ପୌର ନିର୍ବାଚନରେ ବିଜେପିକୁ ମିଳିଛି ବଡ଼ ଧରଣର ବିଜୟ। ଏହି ଐତିହାସିକ ବିଜୟ ସହ ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ ବା ଏଏଲଡିଏଫ୍ କ୍ଷମତାଚ୍ୟୁତ ହୋଇଛି। ଏହା ହେଉଛି ସେହି ପୌର ନିଗମ, ଯେଉଁଠି ଏଲଡିଏଫ୍ ଗତ ୪ ଦଶକରୁ ଅଧିକ ସମୟ ପର୍ଯ୍ୟନ୍ତ ଲଗାତାର କ୍ଷମତାରେ ରହିଥିଲା। ରାଜଧାନୀରେ ଏହି କ୍ଷମତା ପରିବର୍ତ୍ତନ ବାମ ଦଳ ପାଇଁ ବଡ଼ ଧରଣର ରାଜନୈତିକ ଝଟକା ବୋଲି କୁହାଯାଉଛି।
ଆହୁରି ପଢନ୍ତୁ :କାହିଁକି ରାହୁଲଙ୍କ ବୈଠକକୁ ଗଲେନି ଶଶି ଥରୁର ? ୩ ଥର ବର୍ଜନ କଲେଣି କଂଗ୍ରେସ ବୈଠକ
ଥିରୁଅନନ୍ତପୁରମ୍ ନା କେବଳ କେରଳର ପ୍ରଶାସନିକ ରାଜଧାନୀ ବଂର, ରାଜନୈତିକ ଦୃଷ୍ଟିକୋଣରୁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଏହି ଲୋକସଭା ଆସନରୁ କଂଗ୍ରେସର ବରିଷ୍ଠ ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର ଲଗାତାର ୪ ଥର ସାଂସଦ ହୋଇସାରିଛନ୍ତି। ଏଭଳି ସ୍ଥିତିରେ ପୌର ନିର୍ବାଚନରେ ବିଜେପିର ବିଜୟ ରାଜ୍ୟ ରାଜନୀତିରେ ନୂଆ ସମୀକରଣକୁ ଜନ୍ମ ଦେଇଛି।ରାଜନୀତି ବିଶ୍ଲେଷକଙ୍କ ମତରେ ଏହି ବିଜୟ ବିଧାନସଭା ନିର୍ବାଚନରେ ୨-୩ ଆସନରେ ଜିତିବାଠାରୁ ଖୁବ୍ ପ୍ରଭାବଶାଳୀ। ଥିରୁଅନନ୍ତପୁରମ୍ ଭଳି ବଡ଼ ସହରରେ ମ୍ୟୁନିସପାଲିଟି ନିର୍ବାଚନ ଜିତିବା ଏକ ପରିବର୍ତ୍ତନ ଆଡକୁ ଦର୍ଶାଉଛି। ସହରୀ ମତଦାତା ରାଜନୈତିକ ଧ୍ରୁବୀକରଣରୁ ଅଲଗା ହୋଇ ବିକଳ୍ପ ବାଟ ଖୋଜୁଛନ୍ତି। ଏହି ପରିବର୍ତ୍ତନ ବିଶେଷ ଭାବରେ ସେହି ରାଜ୍ୟ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ, ଯେଉଁଠି ଏପର୍ଯ୍ୟନ୍ତ ମୁକାବିଲା ମୁଖ୍ୟ ରୂପରେ ଏଲଡିଏଫ୍ ଓ ୟୁଡିଏଫ୍ ଭିତରେ ସୀମିତ ରହିଛି।
ଏହି ବିଜୟକୁ ବିଜେପି ଐତିହାସିକ ଓ ନିର୍ଣ୍ଣାୟକ ଜନାଦେଶ ବୋଲି କହିଛି। ପାର୍ଟି ନେତାଙ୍କର କହିବା ଅନୁସାରେ, ଏହାର ପରିଣାମ କେରଳରେ ବିଜେପିର ବଢୁଥିବା ସଂଗଠନାତ୍ମକ ଆଧାର ଓ ଜନତାଙ୍କ ପରିବର୍ତ୍ତିତ ଚିନ୍ତାଧାରାର ପ୍ରମାଣ। ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଭିତରେ ପ୍ରବଳ ଉତ୍ସାହ ରହିଛି। ଏହାକୁ କେରଳରେ ବିଜେପି ପାଇଁ ଭବିଷ୍ୟତର ରାଜନୀତିକୁ ମଜବୁତ ଆଧାର ଦେବ ବୋଲି କୁହାଯାଉଛି। ସେଭଳି ଏଲଡିଏଫ୍ ନେତୃତ୍ବ ଫଳାଫଳକୁ ଗମ୍ଭୀରତାର ସହର ନେଇ ଆତ୍ମ ମନ୍ଥନର କଥା କହିଛନ୍ତି। ବାମ ନେତାଙ୍କ କହିବା ଅନୁସାରେ, ନିର୍ବାଚନ ପରିଣାମର ବୋର୍ଡ ସ୍ତରରେ ବିଶ୍ଲେଷଣ କରାଯିବ ଓ ଆବଶ୍ୟକ ହେଲେ ସଂଶୋଧନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ। ଥିରୁଅନନ୍ତପୁରମ୍ ନଗର ନିଗମରେ ବିଜେପିର ଐତିହାସିକ ବିଜୟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହରର ଜନତା ଓ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲୋଖିଛନ୍ତି, ଥ୍ୟାଙ୍କ ୟୁ ଥିରୁଅନନ୍ତପୁରମ୍।’