ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପ୍ରେମିକା ସହ ୫ଜଣଙ୍କୁ ବିଭତ୍ସ ହତ୍ୟା; ଚାପଡରେ ହାଣିଲେ, ଥାନାରେ ସରେଣ୍ଡର କଲେ ଯୁବକ

Published By : Ankita S | February 25, 2025 10:13 AM

ଥିରୁଅନନ୍ତପୁରମ,୨୫/୦୨: ବିଭତ୍ସ, ଭୟଙ୍କର, ଲୋମଟାଙ୍କୁରା । ପ୍ରେମିକା ସହ ୬ ଜଣଙ୍କୁ ବିଭତ୍ସ ହତ୍ୟା କରାଯାଇଛି । କେରଳ ଥିରୁଅନନ୍ତପୁରମରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ହୋଇଛି । ପ୍ରେମିକା ସହ ନିଜ ପରିବାରର ୫ଜଣଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ । ହତ୍ୟା ପରେ ଥାନାରେ ଯୁବକ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ମାଆ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି ।

କେରଳ ଥିରୁଅନନ୍ତପୁରମ ବେଞ୍ଜାରମୁଡୁରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟାଇଛନ୍ତି ଜଣେ ୨୩ ବର୍ଷୀୟ ଯୁବକ । ହାମର, ଚାପଡରେ ପ୍ରେମିକା ସହ ପରିବାରର ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ।  ଅତ୍ୟଧିକ ଋଣ କରିଥିଲେ ଯୁବକ ।  ବ୍ୟବସାୟରେ କ୍ଷତି ସହିବାରୁ ଚାପରେ ରହିଥିଲେ । ପରିବାରରେ ଅଶାନ୍ତି ଦେଖିବାକୁ ମିଳିଥିଲା । ଋଣ ଚାପରେ ରକ୍ତମୁଖା ହୋଇ ଘଟାଇଥିଲେ ବର୍ବରକାଣ୍ଡ । ଋଣ ସୁଝି ନପାରିବାରୁ ପୁରା ପରିବାରକୁ ହତ୍ୟା କରିଥିବା କୁହାଯାଉଛି । ପ୍ରେମିକ ସମେତ ନିଜ ମାଆ, ବୁଢିମା, ନାବାଳକ ଭାଇ, ଦାଦା ଓ ଖୁଡିଙ୍କୁ ହାମର ଓ ଚାପଡରେ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା କରିଛନ୍ତି ଅଫାନ । ଏହାପରେ ଥାନାକୁ ଯାଇ ୬ଜଣଙ୍କୁ ହତ୍ୟା କରିଥିବା କହି ଆତ୍ମସମର୍ପଣ କରିଛନ୍ତି । ଯୁବକଙ୍କ ମାଆ ଗୁରୁତର ଅବସ୍ଥାରେ ଥିରୁଅନନ୍ତପୁରମ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଅଧିକ ପଢନ୍ତୁ...ଯୁବତୀଙ୍କ ଗଳା କାଟି ହତ୍ୟା, ପ୍ରେମିକାର ଜୀବନ ନେଲା ବିଫଳ ପ୍ରେମିକ !

ମୃତ ୫ ଜଣ ହେଲେ ଅଫାନଙ୍କ ୧୩ ବର୍ଷୀୟ ଭାଇ ଅହସାନ, ଜେଜେମାଆ ସଲମା ବିବି, ତାଙ୍କ ଦାଦା ଲତିଫ, ଖୁଡି ସାହିହା ଓ ପ୍ରେମିକା ଫର୍ସାନା । ଅଫାନଙ୍କ ମାଆ ଗୁରୁତର ଅଛନ୍ତି ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଜୀବନ ମରଣ ସହ ଲଢୁଛନ୍ତି । ଅଭିଯୁକ୍ତ ଅଫାନ ବିଭତ୍ସ ହତ୍ୟାକାଣ୍ଡ ଘଟାଇବା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି । ୬ ଜଣଙ୍କୁ ହତ୍ୟା କରିବା ସହ ସେ ବିଷ ପିଇଥିବା ପୋଲିସକୁ କହିଛନ୍ତି । ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯଦିଓ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ଋଣ ସୁଝି ନପାରିବାରୁ ଏମିତି କରିଥିବା କୁହାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.