- ବଦଳିଲା କେରଳ ନାଁ
- ଏବେ ‘କେରଳ’ରୁ ‘କେରଳମ୍’
- କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
- ୨୦୨୪ରେ ହୋଇଥିଲା ଦାବି
ନୂଆଦିଲ୍ଲୀ,୨୪।୨: ଦକ୍ଷିଣ ଭାରତର ସବୁଠାରୁ ସୁନ୍ଦର ରାଜ୍ୟ କେରଳକୁ ନେଇ ବଡ଼ ଖବର। ଏବେ କେରଳର ନାଁ ବଦଳି ହୋଇଛି ‘କେରଳମ୍’। ଏହାକୁ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ଆଜି ନୂତନ ପିଏମଓ ଭବନ ସେବା ତୀର୍ଥରେ ଅନୁଷ୍ଠିତ ପ୍ରଥମ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଏହି କ୍ରମରେ, ମୋଦି କ୍ୟାବିନେଟ୍ ରାଜ୍ୟର ନାମ ପରିବର୍ତ୍ତନ କରି ‘କେରଳମ୍’ କରିବା ପାଇଁ କେରଳ ସରକାରଙ୍କ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି।
ରାଜ୍ୟର ନାଁ ମାଲାୟଲମ୍ ଭାଷାରେ ‘କେରଳମ୍’ ରହିଛି। ୧ ନଭେମ୍ବର ୧୯୫୬ ରେ ଭାଷା ଆଧାରେ ରାଜ୍ୟ ଗଠନ କରାଯାଇଥିଲା। କେରଳ ପିରାଭି ଦିବସ ମଧ୍ୟ ୧ ନଭେମ୍ବରରେ ପାଳନ କରାଯାଏ। ଜାତୀୟ ସ୍ବାଧୀନତା ଆନ୍ଦୋଳନ ସମୟରୁ ହିଁ ମାଲାୟଲମ୍ ଭାଷା କହୁଥିବା ଲୋକଙ୍କ ପାଇଁ ମିଳିତ କେରଳ ଗଠନକୁ ଦାବି କରାଯାଉଥିଲା। ଉଲ୍ଲେଖନୀୟ ଯେ,କେରଳ ବିଧାନସଭା ପୂର୍ବରୁ ସରକାରୀ ରେକର୍ଡରେ ରାଜ୍ୟର ଔପଚାରିକ ନାଁ ବଦଳାଇବା ପାଇଁ ମଞ୍ଜୁରୀ ଦିଆଯାଇ ସାରିଛି। ରାଜ୍ୟରେ ମଇରୁ ପ୍ରଥମ ବିଧାନସଭାର ୧୪୦ ସଦସ୍ୟଙ୍କ ନିର୍ବାଚନ ହେବାର ଅଛି। ତେବେ ନିର୍ବାଚନ କମିଶନ୍ ଏବେ ବି ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା କରିନାହାନ୍ତି।
୨୦୨୪ ରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କେନ୍ଦ୍ର ସକାରଙ୍କୁ ରାଜ୍ୟର ନାଁ କେରଳବ ବଦଳାଇ ‘କେରଳମ୍’ କରିବାର ପ୍ରସ୍ତାବ ଦେଇଥିଲେ। ସେ ଦାବି କରିଥିଲେ,ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ ସବୁ ଭାଷାରେ ରାଜ୍ୟର ନାଁ ବଦଳାଇ ଦିଆଯାଉ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ପ୍ରାରମ୍ଭିକ ପ୍ରସ୍ତାବର ସମୀକ୍ଷା ବେଳେ କିଛି ଟେକ୍ନିକାଲ ସଂଶୋଧନ ସୁଧାରିବା ପରେ ୨୫ ଜୁନ୍ ୨୦୨୪ ରେ ବିଧାନସଭା ଏହି ପ୍ରସ୍ତାବକୁ ପୁଣିଥରେ ମଞ୍ଜୁରୀ ଦେଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ ମାଲାୟଲମ୍ ଭାଷାରେ ରାଜ୍ୟକୁ ‘କେରଳମ୍’ କୁହାଯାଏ। ମାଲାୟଲମ୍ ଭାଷାର ଲୋକଙ୍କ ପାଇଁ ଏକୀକୃତ କେରଳ ବିଚାର ରାଷ୍ଟ୍ରୀୟ ସ୍ବାଧିନତା ଆନ୍ଦୋଳନ ସମୟରୁ ଜଡିତ ରହିଛି।
ଆହୁରି ପଢନ୍ତୁ :ଲଗାତାର ଦୁଇଟି ରକେଟ ଉତ୍କ୍ଷେପଣ ବିଫଳ, ଷଡଯନ୍ତ୍ର ନା ଆଉ କିଛି ? ଡୋଭାଲଙ୍କ ଗସ୍ତ ପରେ ଯାଞ୍ଚ କରିବ ସ୍ବତନ୍ତ୍ର କମିଟି