ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଆମ୍ବୁଲାନ୍ସକୁ ବାଟ ଛାଡ଼ିଲେନି କାର୍‌ ଚାଳକ: ୨.୫ ଲକ୍ଷ ଜରିମାନା, ଲାଇସେନ୍ସ ରଦ୍ଦ

Published By : Prameya | November 18, 2024 11:58 AM

ତିରୁଅନନ୍ତପୁରମ,୧୮/୧୧: ରାସ୍ତାରେ ଆମ୍ବୁଲାନ୍ସକୁ  ବାଟ ନଛାଡିବା ଘଟଣାରେ କେରଳ ପୁଲିସ ଜଣେ କାର୍‌ ଚାଳକଙ୍କ  ଉପରେ ୨ ଲକ୍ଷ ୫୦ ହଜାର ଟଙ୍କାର ଜରିମାନା କରିବା ସହ ତାଙ୍କ ଲାଇସେନ୍ସକୁ ରଦ୍ଦ କରିଛି । ତ୍ରିସୁର ଜିଲ୍ଲା ଚଲାକୁଡି ଅଞ୍ଚଳରେ ଗତ  ୭ ତାରିଖରେ ଏହି ଘଟଣା ଘଟିଥିଲା । 

ଆମ୍ବୁଲାନ୍ସଟି ପୋନ୍ନାନିରୁ ରୋଗୀଙ୍କୁ ଧରି ତ୍ରିସୁର ମେଡିକାଲ କଲେଜକୁ ଆସୁଥିଲା । ରାସ୍ତାରେ  ଆମ୍ବୁଲାନ୍ସ ଆଗରେ ଏକ ସିଲଭର ରଙ୍ଗର କାର୍‌ ଯାଉଥିଲା । ୨  ଲେନ୍‌ ବିଶିଷ୍ଟ ଏହି ରାସ୍ତାରେ ଆମ୍ବୁଲାନ୍ସ ଚାଳକ ସାଇରନ ବଜାଇବା ସହ ହର୍ଣ୍ଣ ବଜାଇ କାର୍‌ ଚାଳକଙ୍କୁ ବାଟ ଛାଡିବାକୁ ସଙ୍କେତ ଦେଇଥିଲେ । ହେଲେ ସେ ବାଟ ଛାଡିନଥିଲେ । ବରଂ ଆମ୍ବୁଲାନ୍ସଟି  ଓଭରଟେକ କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ କାର୍‌ ଚାଳକ ବାଟ ଦେଇନଥିଲେ । ଆମ୍ବୁଲାନ୍ସରେ ଥିବା ଡାସକ୍ୟାମେରାରେ ଏହାର ଦୃଶ୍ୟ  ରେକର୍ଡିଂ ହୋଇଥିଲା । ପରେ ପୁଲିସ ଏହି ଭିଡିଓ ଆଧାରରେ କାର୍‌କୁ ଚିହ୍ନଟ କରିବା ସହ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.