ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆଇପିଏଲ୍ ୨୦୨୫ ଲାଗି କେଭିନ ପିଟରସନଙ୍କୁ ଏହି ଟିମ୍ କଲା ନିଜର ମେଣ୍ଟର

Published By : Gurupada Nath | February 27, 2025 4:45 PM

ନୂଆଦିଲ୍ଲୀ,୨୭/୨ : ଆଇପିଏଲ୍ ୨୦୨୫ ଲାଗି ଦିଲ୍ଲୀ କ୍ୟାପିଟାଲ୍ସ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନଙ୍କୁ ନିଜ ମେଣ୍ଟର ନିଯୁକ୍ତ କରିଛି । ପିଟରସନ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ସମେତ କେତେକ ଟିମରେ ଖେଳିସାରିଛନ୍ତି । ପିଟରସନ ଟିମ୍ ହେଡ଼ କୋଚ୍ ହେମଙ୍ଗ ବଦାନୀ, ମ୍ୟାଥ୍ୟୁ ମାଣ୍ଟ(ସହାୟକ କୋଚ), ମୁନାଫ ପଟେଲ(ବୋଲିଂ କୋଚ୍) ଏବଂ ବେଣୁ ଗୋପାଳ ରାଓ୍ବ(କ୍ରିକେଟ ନିର୍ଦେଶକ)ଙ୍କ ସହ ଟିମକୁ ମଜବୁତ କରିବା ଲାଗି କାର୍ଯ୍ୟ କରିବେ ।

ଏହା ଆଇପିଏଲରେ କେଭିନ ପିଟରସନଙ୍କ ପ୍ରଥମ କୋଚିଂ ଅନୁଭବ ହେବ । ସେ ୨୦୧୬ରେ ଶେଷ ଥର ଲାଗି ଲିଗ୍ କ୍ରିକେଟ ଖେଳିଥିଲେ । ସେ ୨୦୦୯ରୁ ୨୦୧୬ପର୍ଯ୍ୟନ୍ତ ୩ଆଇପିଏଲ୍ ଫ୍ରାଞ୍ଚାଇଜ୍ ଲାଗି ଖେଳିଛନ୍ତି । ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ବି ସାମିଲ ରହିଛି। ଆଇପିଏଲରେ ସେ ୧୭ମ୍ୟାଚରେ ଅଧିନାୟକ ଥିଲେ । ୨୦୦୯ରେ ପିଟରସନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଲାଗି ଅଧିନାୟକ କରିଥିଲେ। ଏହାପରେ ୨୦୧୪ରେ ସେ ପୂରା ସିଜନ ସମୟରେ ଡେୟାରଡେବିଲ୍ସର ଅଧିନାୟକତ୍ବ କରିଥିଲେ। ମାତ୍ର ଟିମର ପ୍ରଦର୍ଶନ ଖରାପ ଥିଲା। ସେହି ସିଜନରେ ଦିଲ୍ଲୀ ୧୪ମ୍ୟାଚରେ ଦୁଇ ବିଜୟ ପରେ ତାଲିକାରେ ତଳେ ଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.