ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବଜାରକୁ ଆସିଲା କେଏଫ୍‌ସି ଚିକେନ ଫ୍ଲେଭର ଟୁଥପେଷ୍ଟ,୨ଦିନରେ ବିକ୍ରି ହୋଇଗଲା ମାଲ୍

Published By : Anindita Ratha | April 11, 2025 1:53 PM

ନୂଆଦିଲ୍ଲୀ,୧୧/୦୪:  ସାଧାରଣ ଭାବେ ଆପଣମାନେ ବିଭିନ୍ନ ପ୍ରକାରର ଟୁଥପେଷ୍ଟ ବ୍ୟବହାର କରିଥିବେ । ଆଉ ଏହାରି ମଧ୍ୟରେ ବଜାରକୁ ଆସିଛି ଏକ ନୂଆ ପ୍ରକାରର ଟୁଥପେଷ୍ଟ  । ଯେଉଁଥିରେ ଦାନ୍ତ ଘଷିଲେ ଆପଣମାନେ ଫ୍ରାଏଡ ଚିକେନର ସ୍ବାଦ ପାଇପାରିବେ । ଆମେରିକୀୟ ଫାଷ୍ଟଫୁଡ୍ ରେଷ୍ଟୁରାଣ୍ଟ ଚେନ୍ କେଏଫସି ଏକ ସ୍ୱତନ୍ତ୍ର ଟୁଥପେଷ୍ଟ ଲଞ୍ଚ କରିଛି । ଯାହାକୁ ଲୋକମାନେ ଏତେ ପସନ୍ଦ କରିଛନ୍ତି ଯେ ଏହାର ସମସ୍ତ ପ୍ରଡକ୍ଟ ମାତ୍ର ୪୮ ଘଣ୍ଟାରେ ବିକ୍ରି ହୋଇଛି । 

କମ୍ପାନୀ ଦାବି କରିଛି ଯେ, ଏହାକୁ କିଛି ଜଡ଼ିବୁଟି ଏବଂ ମସଲା ସାହାଯ୍ୟରେ ତିଆରି କରାଯାଇଛି । ଲୋକମାନେ ଏହାର ବିଶେଷ ସ୍ୱାଦକୁ ବେଶ୍ ପସନ୍ଦ କରୁଛନ୍ତି, କାରଣ ଏହାକୁ ବଜାରରେ ଲଞ୍ଚ କରିବାର ମାତ୍ର ୨ ଦିନ ମଧ୍ୟରେ ସମସ୍ତ ପ୍ରଡକ୍ଟ ବିକ୍ରି ହୋଇଯାଇଛିା । କେଏଫସିର ଓରିଜିନାଲ ହଟ ଚିକେନ ରେସିପୀର ଏକ ଗ୍ରେଭି ଭରା ପିସ ପରି ଏହି ଟୁଥପେଷ୍ଟ ଆପଣଙ୍କ ଦାନ୍ତକୁ ସ୍ବାଦରେ ଭରିଦେବ ଓ ମୁହଁକୁ ତାଜା, ସଫା ଅନୁଭବ କରାଇବ ବୋଲି କେଏଫସି ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ-  ବ୍ୟାୟାମ ପରେ ମାଂସପେଶୀରେ ଯନ୍ତ୍ରଣା ହେଉଛି କି? ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ଟୁଥପେଷ୍ଟ ନିର୍ମାତା ଅଷ୍ଟ୍ରେଲିୟ ଓରାଲ କେୟାର କମ୍ପାନୀ ହିସ୍ମାଇଲ ସହ ବୁଝାମଣା କରି କେଏଫସି ସୀମିତ ସମୟ ପାଇଁ ଏହି ଉତ୍ପାଦକୁ ଲଞ୍ଚ କରିଛି । ହିସ୍ମାଇଲର ମାର୍କେଟିଂ ପ୍ରବନ୍ଧକ କହିଛନ୍ତି, ଆମେ ଏହାକୁ ଆଗକୁ ବଢାଇବାକୁ ଚାହିଁବୁ । କେଏଫସିର ପ୍ରସିଦ୍ଧ ସ୍ବାଦକୁ ଦୈନନ୍ଦିନ ଜୀବନରେ ସାମିଲ କରିବା ନେଇ ଏହାଠାରୁ ଭଲ ତରିକା ଆଉ କ’ଣ ହୋଇପାରେ? ଏହି ଉତ୍ପାଦ ସାହସିକ, ଅପ୍ରତ୍ୟାଶିତ ଓ ବାସ୍ତବରେ ମଜାଦାର ଅଟେ । ଆଙ୍ଗୁଠିକୁ ଚାଟିବା ପାଇଁ ପ୍ରେରିତ କରୁଥିବା ଏହି ଟୁଥପେଷ୍ଟ ମୁହଁର ଯତ୍ନ ପ୍ରତି ସଚେତନ କରାଇବ। ଏହାକୁ ୧୧ଟି ଖାସ୍ ମସଲାର ମିଶ୍ରଣରେ ତିଆରି କରାଯାଇଛି । ଏହି ଟୁଥପେଷ୍ଟ ହିସ୍ମାଇଲ ଓ୍ବେବସାଇଟରେ ୧୩ ଡଲାର ବା ୧୧୧୩ ଟଙ୍କାରେ ଉପଲବ୍ଧ, ଯାହାକି ମଙ୍ଗଳବାର ସକାଳ ସୁଦ୍ଧା ବିକ୍ରି ସରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.