ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ରାମ ଭୂମିକାରେ ରଣବୀର, ରାବଣ ସାଜିବେ କେଜିଏଫ୍ ଷ୍ଟାର: ‘ଆଦିପୁରୁଷ’ର ବିଫଳତା ପରେ ସଫଳ ହେବ କି ‘ରାମାୟଣ’ ଚଳଚ୍ଚିତ୍ର ?

Published By : Tapas Panda | October 23, 2024 10:29 PM

Image Courtesy: indiatvnews

ମୁମ୍ବାଇ: ପ୍ରଭାସ ଏବଂ କିର୍ତ୍ତୀ ସାନନ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ୨୦୨୩ରେ ପ୍ରେକ୍ଷାଳୟକୁ ଆସିଥିଲା । ଏଥିରେ ରାବଣ ଭୂମିକାରେ ନଜର ଆସିଥିଲେ ସୈଫ ଅଲ୍ଲୀ ଖାନ । କିନ୍ତୁ ଉଭୟ ଫିଲ୍ମ ଏବଂ କଳାକାରଙ୍କୁ ଦର୍ଶକଙ୍କ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ରାବଣ ଭୂମିକାରେ ନଜର ଆସିଥିବା ସୈଫ ଅଲ୍ଲୀ ଖାନ ମଧ୍ୟ ସମାଲୋଚିତ ହୋଇଥିଲେ । କିନ୍ତୁ ଏବେ ସାଉଥ ସୁପରଷ୍ଟାର ‘ୟଶ୍‌’ ରାବଣ ଭୂମିକାରେ ନଜର ଆସିବେ । ନୀତେଶ ତିଓ୍ବାରୀ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ରାମାୟଣ’ରେ ରାବଣ ଭୂମିକାରେ ସେ ହିଁ ନଜର ଆସିବେ ବୋଲି ସ୍ପଷ୍ଟ କରିଛନ୍ତି କେଜିଏଫ୍‌ ଷ୍ଟାର ‘ୟଶ୍’ ।  

 ଏହି ଫିଲ୍ମରେ ବ୍ରହ୍ମାସ୍ତ୍ର ଅଭିନେତା ରଣବୀର କପୁର ଭଗବାନ ରାମଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ ମା’ ସୀତାଙ୍କ ଭୂମିକାରେ ଦର୍ଶକଙ୍କ ହୃଦୟ ଜିଣିବାକୁ ପ୍ରସ୍ତୁତ ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀ  ।  ତେବେ ଅପକମିଂ ଚଳଚ୍ଚିତ୍ର ‘ରାମାୟଣ’ର ନିର୍ଦ୍ଦେଶନା ଦେଉଛନ୍ତି ଦଙ୍ଗଲ ଫେମ୍‌ ନୀତେଶ ତିଓ୍ବାରୀ । ସେପଟେ ନିଜର ଆଗାମୀ ଚଳଚ୍ଚିତ୍ର ‘ଟକ୍ସିକ୍‌’ ପାଇଁ ବ୍ୟସ୍ତ ଅଛନ୍ତି ୟଶ୍‌ । 

 ଲସ୍‌ ଆଞ୍ଜେଲସ୍‌ରେ ହଲିଉଡ ରିପୋର୍ଟକୁ ପ୍ରତିକ୍ରିୟା ଦେଇ ୟଶ୍‌ କହିଥିଲେ, ଟକ୍ସିକ୍‌ର ଭିଏଫଏକ୍ସ ପାଇଁ ଆମେରିକା ଯାଇଥିଲି । ସେବେ ନମିତା ମଲହୋତ୍ରା ମୋତେ ସାକ୍ଷାତ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ ।  ସାକ୍ଷାତ କରିବା ପରେ ସେ, ରାମାୟଣରେ ରାବଣ ଭୂମିକା କରିବାକୁ ମୋତେ କହିଥିଲେ । ଆଉ ମୁଁ ଏଥିରେ ରାଜି ହୋଇଯାଇଥିଲି । ଏଭଳି ଫିଲ୍ମ ନିର୍ମାଣ କରିବାର ଶୈଳୀ ବିଲକୁଲ ଅଲଗା । ଏଥିରେ ପ୍ରତିଟି ଭୂମିକା ଲାଗି ଦମଦାର ଅଭିନୟର ଆବଶ୍ୟକତା ରହିଛି । ମୁଁ ଏହି ଭୂମିକା ଲାଗି ଖୁବ ପରିଶ୍ରମ କରିବି ଏବଂ ଦର୍ଶକଙ୍କୁ ଏକ ନୂଆ ସ୍ବାଦର ଅଭିନୟ ଭେଟି ଦେବି  ।’  

 ସାଉଥ ସୁପରଷ୍ଟାର ୟଶଙ୍କ ଫିଲ୍ମ ଲଗାତାର ସୁପରହିଟ୍‌ ସାବ୍ୟସ୍ତ ହୋଇଛି । ୨୦୧୮ରେ ୟଶ୍‌ ଅଭିନୀତ କେଜିଏଫ ବକ୍ସ ଅଫିସ୍‌ର ସବୁ ରେକର୍ଡ ବ୍ରେକ୍‌ କରିଥିଲା । ୟଶଙ୍କୁ ଏହି ଫିଲ୍ମ ‘ପ୍ୟାନ୍‌-ଇଣ୍ଡିଆ’ ଷ୍ଟାରର ମାନ୍ୟତା ଦେଇଥିଲା । ସେହିଭଳି ୨୦୨୨ରେ ଆସିଥିବା କେଜିଏଫ-୨ ମଧ୍ୟ ବକ୍ସ ଅଫିସ୍‌ରେ ଜବରଦସ୍ତ କଲେକ୍ସନ କରିଥିଲା । ବିଶ୍ବବ୍ୟାପୀ ୧୦୦୦ କୋଟିରୁ ଅଧିକ ଆୟ କରିଥିଲା ୟଶ୍‌ ଅଭିନୀତ କେଜିଏଫ-୨ । ରାମାୟଣ ବ୍ୟତୀତ ୟଶଙ୍କ ଟକ୍ସିକ୍‌ ଏବଂ କେଜିଏଫ୍‌-୩ ଚଳଚ୍ଚିତ୍ର ଆଗମୀ ଦିନରେ ରିଲିଜ୍‌ ହେବାକୁ ଯାଉଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.