ଭୁବନେଶ୍ବର, ୧୦।୧୨ : ନୀତି ଆୟୋଗର ଆକାଂକ୍ଷ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ମାଲକାନଗିରିର ଖଇରପୁଟ ବ୍ଲକ ଏବଂ କନ୍ଧମାଳର ଫିରିଙ୍ଗିଆ ବ୍ଲକ ମାନ୍ୟତା ପାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଏକ୍ସରେ ଅଭିନନ୍ଦନ ଜଣାଇଛନ୍ତି।
ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଏବଂ ଆଗଧାଡ଼ିର କର୍ମୀଙ୍କ କଠିନ ପରିଶ୍ରମ ପାଇଁ ଏହି ସଫଳତା ମିଳିଛି। ଓଡ଼ିଶା ଆପଣଙ୍କ ପ୍ରୟାସ ଏବଂ ପ୍ରତିବଦ୍ଧତା ପାଇଁ ଗର୍ବିତ। ଆମ ସରକାର ପ୍ରତ୍ୟେକ ଅଞ୍ଚଳରେ ବିକାଶ କରିବା ଉପରେ ଧ୍ୟାନ ଦେଉଛି। ଏହି ମାନ୍ୟତା ରାଜ୍ୟର ଅଧିକ ବ୍ଲକକୁ ପ୍ରଗତିର ନୂତନ ମାନଦଣ୍ଡରେ ପହଞ୍ଚିବା ପାଇଁ ପ୍ରେରଣା ଦେବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
Congratulations to Khairaput Block of Malkangiri and Phiringia Block of Kandhamal for being recognised under NITI Aayog’s Aspirational Blocks Programme.
— Mohan Charan Majhi (@MohanMOdisha) December 10, 2025
This achievement reflects the hard work of district administrations, block teams and frontline workers who are improving core…