ଫିରିଙ୍ଗିଆ, ୨୯/୧୧ : କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ କେଉଁ ବିଦ୍ୟାଳୟରେ ଶିକ୍ଷକ ନ ଥିବାବେଳେ କେଉଁଠି ବିଦ୍ୟାଳୟରେ ଶିକ୍ଷକ ଥାଇ ମଧ୍ୟ ଶିକ୍ଷକଙ୍କ ଅବହେଳାରୁ ଏବଂ ବିଦ୍ୟାଳୟକୁ ଠିକ୍ ଭାବରେ ଆସୁ ନ ଥିବାରୁ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି l ଏମିତି ଏକ ଅବ୍ୟବସ୍ଥାରେ ଚାଲିଥିବା ବିଦ୍ୟାଳୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଡା ପ୍ରାଥମିକ ବିଦ୍ୟାଳୟରେ l
ବିଦ୍ୟାଳୟଟି ଅବ୍ୟବସ୍ଥାରେ ଚାଲିଛି । ବିଦ୍ୟାଳୟକୁ ଠିକ୍ ଭାବେ ଶିକ୍ଷକ ଶିକ୍ଷୟିତ୍ରୀ ଆସୁନଥିବାବେଳେ ଠିକ୍ ଭାବରେ ପାଠପଢା ହେଉ ନ ଥିବାରୁ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି l ଖଜୁରୀପଡା ପ୍ରାଥମିକ ବିଦ୍ୟାଳୟଟି ବହୁ ପୁରାତନ ବିଦ୍ୟାଳୟ ହୋଇଥିବାବେଳେ ବର୍ତ୍ତମାନ ବିଦ୍ୟାଳୟରେ ୨ଜଣ ଶିକ୍ଷୟିତ୍ରୀ ମଧ୍ୟ ପାଠ ପଢ଼ାଉଛନ୍ତି l ୨ଜଣ ଶିକ୍ଷୟିତ୍ରୀ ଥିଲେ ମଧ୍ୟ ବିଦ୍ୟାଳୟକୁ ଠିକ୍ ସମୟରେ ଆସୁ ନ ଥିବାରୁ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି l ଏହି ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଆସୁନଥିବା ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି l
ଶୁକ୍ରବାର ବିଦ୍ୟାଳୟ ବାହାରେ ଦିନ ୧୧ଟା ପର୍ଯ୍ୟନ୍ତ କୌଣସି ଶିକ୍ଷୟିତ୍ରୀ ନ ଆସିବାରୁ ବିଦ୍ୟାଳୟରେ ତାଲା ଝୁଲି ରହିଥିବାବେଳେ ବିଦ୍ୟାଳୟ ବାହାରେ ୧୨ଜଣ ଛାତ୍ରଛାତ୍ରୀ ଜଗି ରହିବା ଘଟଣା ପରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି l ୧୧ଟା ୧୦ମିନିଟରେ ବିଦ୍ୟାଳୟର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ସବିତା ପୁରୋହିତ ପହଞ୍ଚି ଥିବାବେଳେ ଅନ୍ୟ ଜଣେ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିନଥିଲେ । ଯାହାଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀ ବାହାରେ ଠିଆ ହୋଇରହିଥଲେ l ଏହି ବିଦ୍ୟାଳୟକୁ ଶିକ୍ଷୟିତ୍ରୀମାନେ ଠିକ୍ ଭାବରେ ଆସୁନଥିବା ନେଇ ବିଦ୍ୟାଳୟର ସଭାପତି ହେମନ୍ତ କହଁର ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ଦିଗାଲଙ୍କୁ ଭେଟି ଆଲୋଚନା କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି କଥା ଶୁଣି ନ ଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାବିତା ପୁରୋହିତଙ୍କୁ ପଚାରିବାରୁ ମୁଁ ପ୍ରତିଦିନ ଠିକ୍ ସମୟରେ ଆସୁଛି । ଆଜି ଟିକେ ଲେଟ ହୋଇଗଲା ବୋଲି ସଫେଇ ଦେଇଛନ୍ତି l
ଅନ୍ୟ ଜଣେ ଶିକ୍ଷୟିତ୍ରୀ ମଧ୍ୟ ଆଜି ଆସିନଥିବାବେଳେ ସେ ସବୁ ଦିନେ ଠିକ୍ ଭାବେ ଆସୁଛନ୍ତି l ଆଜି ଆସିନଥିବା ଘଟଣାକୁ ନେଇ ପଚାରିବାରୁ ସେ ଛୁଟିରେ ରହିବେ ବୋଲି କହିଛନ୍ତି l ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଦ୍ୟାଳୟକୁ ଠିକ୍ ଭାବେ ନ ଆସି ବିଦ୍ୟାଳୟକୁ ପାଳି କରି ଆସୁଥିବା କିଛି ଅଭିଭାବକ ଅଭିଯୋଗ କରିଛନ୍ତି l ଏହି ଘଟଣାରେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ଦିଗାଲଙ୍କୁ ପଚାରିବାରୁ ବିଦ୍ୟାଳୟକୁ ଠିକ୍ ଭାବରେ ଆସୁନଥିଲେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି l