ନୂଆଦିଲ୍ଲୀ,୬।୯: ଖଲିସ୍ତାନୀ ଆତଙ୍କୀ ଫଣ୍ଡିଂକୁ ନେଇ କାନାଡା ସରକାରଙ୍କ ବଡ଼ ଖୁଲାସା। କାନାଡା ମାଟିରେ ଖଲିସ୍ତାନୀ ଆତଙ୍କୀ ସଂଗଠନ ଓ ତା’ର ଗୋଷ୍ଠୀଙ୍କୁ ବିଶ୍ବର ଏକାଧିକ ଦେଶରୁ ଫଣ୍ଡିଂ କରାଯାଉଛି । ବାବର ଖାଲସା ଓ ଇଣ୍ଟରନ୍ୟାସନାଲ ସିଖ୍ ଫର ୟୁଥ୍ ଫେଡେରେସନ୍କୁ ମଧ୍ୟ ମିଳୁଛି ଆର୍ଥକ ସହାୟତା। ଏନେଇ ପ୍ରଥମ ଥର ନିଜ ରିର୍ପୋଟରେ ସ୍ବୀକାର କରିଛନ୍ତି କାନାଡା ସରକାର।
କାନାଡାରେ ଖଲିସ୍ତାନୀଙ୍କ ସକ୍ରିୟତା ଓ ତାଙ୍କର ଆର୍ଥିକ ସହାୟତା ନେଇ ଆସିଛି ବଡ଼ ଖବର। ଏହି ରିର୍ପୋଟ ବର୍ତ୍ତମାନ ଖୁବ୍ ଗୁରୁତ୍ବପୂର୍ଣ୍ଣ କାରଣ। ଏହି ପ୍ରସଙ୍ଗ ନେଇ ଭାରତ ଓ କାନାଡା ମଧ୍ୟରେ ବିବାଦ ଜାରି ରହିଛି। ପ୍ରଥମ ଥର କାନାଡା ସରକାର ସ୍ବୀକାର କରିଛନ୍ତି, ତାଙ୍କ ଦେଶରେ ଖଲିସ୍ତାନୀଙ୍କୁ ଫଣ୍ଡିଂ ମିଳୁଛି। କେବଳ କାନାଡା ନୁହେଁ ଏକାଧିକ ଦେଶରୁ ସହାୟତା ମିଳୁଛି। ଖଲିସ୍ତାନୀ ସଂଗଠନ ଭାରତର ପଞ୍ଜାବରେ ସ୍ବତନ୍ତ୍ର ରାଜ୍ୟ ଗଠନ କରିବାକୁ ହିଂତ୍ସାତ୍ମକ ମାର୍ଗ ଗ୍ରହଣ କରିପାରନ୍ତି।
ଏନେଇ ‘2025 ଆସେସମେଣ୍ଟ ଅଫ୍ ମନି ଲଣ୍ଡରିଂ ଆଣ୍ଡ ଟେରୋରିଷ୍ଟ ଫାଇନାନ୍ସିଂ ରିସ୍କ ଇନ୍ କାନାଡା‘ ର ରିପୋର୍ଟରେ ଉଲ୍ଲେଖ କରାଯାଇଛି।ଏହା ଅନୁସାରେ,ଆତଙ୍କୀ ସଂଗଠନ ହମାସ, ହିଜବୁଲ୍ଲାହ ଓ ଖଲିସ୍ତାନୀ ଚରମପନ୍ଥୀକୁ କାନାଡାରୁ ମଧ୍ୟ ଆର୍ଥକ ସହାୟତା ମିଳୁଛି। ପୂର୍ବରୁ କାନାଡାରେ ବଡ଼ ଫଣ୍ଡିଂ ନେଟଓ୍ବର୍କ ସକ୍ରିୟ ଥିଲା, କିନ୍ତୁ ଏବେ ଏହା ଛୋଟ ଛୋଟ ଗୋଷ୍ଠୀ ଓ ବ୍ୟକ୍ତିଙ୍କ ମାଧ୍ୟମରେ ପରିଚାଳିତ ହେଉଛି। ଯଦିଓ ସେମାନେ କୌଣସି ସଂଗଠନ ସହ ଜଡିତ ନୁହେଁ, କିନ୍ତୁ ତାଙ୍କର ଖଲିସ୍ତାନୀ ଆନ୍ଦୋଳନ ପ୍ରତି ନିଷ୍ଠା ରହିଛି। ଆତଙ୍କୀ ସଂଗଠନଙ୍କୁ ଅର୍ଥ ଦେବା ପାଇଁ ଏନ୍ପିଓ ଓ ଚାରିଟେବଲ ଟ୍ରଷ୍ଟର ବ୍ୟବହାର କରାଯାଉଛି। ହମାସ ଓ ହିଜୁବୁଲ୍ଲାହ ଦୀର୍ଘ ସମୟ ଧରି ଏହାର ଦୁରୂପଯୋଗ କରୁଛନ୍ତି। ଚରମପନ୍ଥୀ ସଂଗଠନ ମଧ୍ୟ ପ୍ରବାସୀ ସମୁଦାୟଙ୍କ ନିକଟରୁ ଚାନ୍ଦା ଜରିଆରେ ଅର୍ଥ ଏକତ୍ରିତ କରୁଛନ୍ତି। କାନାଡାରେ ଅଧିକାଂଶ ଏନପିଓରେ ମନି ଲଣ୍ଡରିଂ ଓ ଟେରର ଫାଇନାନ୍ସର ବିପଦ ନଥାଏ, କିନ୍ତୁ କିଛି ସଂସ୍ଥାରେ ଏଭଳି କାର୍ଯ୍ୟ ଚାଲିଛି।