ପ୍ରମୂଖ ଖବର
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଭାରତର ଆଉ ଏକ ଶତ୍ରୁର ହେବ ହିସାବ; ଆମେରିକାରୁ ପ୍ରତ୍ୟାର୍ପଣ ହେବ ହାପି ପାସିୟା

Published By : Ankita S | July 7, 2025 12:12 PM

ନୂଆଦିଲ୍ଲୀ,୦୭/୦୭: ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ସଫଳତା । ପଞ୍ଜାବରେ ୧୭ ଧମାକା କରିଥିବା 'ଗ୍ରେନେଡ୍ ଗ୍ୟାଙ୍ଗଷ୍ଟାର' ହାସି ପାସିଆ ଖୁବ୍‌ଶୀଘ୍ର ଫେରିବ ଭାରତ । ହାପି ନାମରେ ୩୩ ଅପରାଧିକ ମାମଲା ରହିଛି । ନିକଟରେ ୨୬/୧୧ ମାଷ୍ଟରମାଇଣ୍ଡ ତହବୁର ରଣାକୁ ଭାରତ ପ୍ରତ୍ୟାର୍ପଣ କରାଯାଇଥିଲା । ତଦନ୍ତ ଏଜେନ୍ସିଂ ଲଗାତାର ରଣା ସହ ପଚରାଉଚରା ଜାରି ରଖିଛି । ଏବେ ଆଉ ଜଣେ ଆତଙ୍କବାଦୀକୁ ଭାରତ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥର ଜଣେ ଖଲିସ୍ତାନୀ ଆତଙ୍କୀ ହାପି ପାସିୟାକୁ ଭାରତ ପ୍ରତ୍ୟାର୍ପଣ କରିବ ।

ଖଲିସ୍ତାନୀ ଆତଙ୍କବାଦୀ ହରପ୍ରୀତ୍ ସିଂହ ଓରଫ ହାପି ପାସିୟାକୁ ଖୁବଶୀଘ୍ର ଭାରତ ଅଣାଯିବ । ସୁରକ୍ଷା ଏଜେନ୍ସି ସୂତ୍ର ଅନୁସାରେ, କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକ ଖୁବଶୀଘ୍ର ହାପି ପାସିୟାକୁ ଭାରତ ଆଣୁଛନ୍ତି । ଆତଙ୍କବାଦୀ ହାପି ପାସିୟାକୁ ଆମେରିକାର ସେକ୍ରାମେଣ୍ଟୋରୁ ଭାରତ ଅଣାଯିବ । ଏନଆଇଏ ପୂର୍ବରୁ ହାପି ପାସିଆ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଏସଆଇ, ଆତଙ୍କବାଦୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ୍ ସହ ମିଶି ପଞ୍ଜାବରେ ଅନେକ ସ୍ଥାନରେ ଆକ୍ରମଣ କରିଥିଲା । ଗତ ଏପ୍ରିଲ ୧୭ରୁ ହାପିକୁ ଆଇସିଇର ହେପାଜତକୁ ନିଆଯାଇଛି । ୨୦୨୪ରେ ହାପି ଲଗାତାର ପଞ୍ଜାବ ପୁଲିସକୁ ଟାର୍ଗେଟ କରିଥିଲା । ହ୍ୟାଣ୍ଡ ଗ୍ରେନେଡ ସାହାଯ୍ୟରେ ଅନେକ ଥାନା ଉପରେ ଆକ୍ରମଣ କରିଥିଲା ।

ଅମୃତସର ଜିଲ୍ଲାର ହାପି ପହିୟା ୨୦୧୮ ଏପ୍ରିଲରେ ଦୁବାଇ ଚାଲି ଯାଇଥିଲା । ୨୦୧୯ରେ ଭାରତ ଆସିଥିଲା । ୨୦୨୦ରେ ଲଣ୍ଡନ ୟାଇଥିଲା । ଏହା ପରେ ଆମେରିକା ପଳାଇଥିଲା । ୨୦୨୩ ଡିସେମ୍ବର ଓ ଅକ୍ଟୋବର ମଧ୍ୟରେ ପସିୟା ରିଦା ସହ ମିଶି ପଞ୍ଜାବରେ ଆତଙ୍କୀ କାର୍ଯ୍ୟକାଳପକୁ ସଫଳ କରୁଥିଲା । ୨୦୨୪ରେ ପଞ୍ଜାବରେ ହୋଇଥିବା ଆତଙ୍କୀ ଆକ୍ରମଣରେ ସିଧା ସଳଖ ସାମିଲ ଥିବା ହାପି । ଆମେରିକାରେ ରହି ଆତଙ୍କୀ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଥିଲା ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.