ପ୍ରମୂଖ ଖବର
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଭକ୍ତି ନାଁରେ ଭାଣ୍ଡାମି : ନାବାଳକଙ୍କୁ ଦିଆଯାଇଥିଲା ବ୍ରହ୍ମର ଆଖ୍ୟା, ୫ ହଜାର ଟଙ୍କାରେ ବିକୁଥିଲେ ଖଣ୍ଡେ ବହି

Published By : Rasmita Pradhan | November 20, 2024 9:09 AM

ଭୁବନେଶ୍ୱର, ୨୦/୧୧ : କୁନି ସାରଥୀଙ୍କ ପାଦରେ ତୁଳସୀ ପତ୍ର ପ୍ରସଙ୍ଗରେ ଦିନ ଯେତିକି ବିତୁଛି । ଶ୍ରୀବୈକୁଣ୍ଠନାଥ ଧାମ ଆଶ୍ରମର ଗହନ ଗୁମର ସେତିକି ଫିଟିବାରେ ଲାଗିଛି । ଆଶ୍ରମକୁ ଆସୁଥିବା ଭକ୍ତଙ୍କ ଭାବାବେଗ ସହ ଖେଳୁଥିଲେ ତଥାକଥିତ ବାବା ପଣ୍ଡିତ କାଶୀନାଥ ମିଶ୍ର । ନାବାଳକ ପୁଅକୁ ଭଗବାନ ବିଷ୍ଣୁଙ୍କ ଅବତାର କହି ପ୍ରବଚନ ଆଳରେ ଅଲୌକିକ କାହାଣୀ ବଖାଣୁଥିଲେ । ଆତ୍ମଘୋଷିତ ବାବାଙ୍କ ଟାର୍ଗେଟରେ ଅନେକ ବଡ଼ବଡି଼ଆ, ରାଜନେତା ଥିଲେ । ମଙ୍ଗଳବାର ଆଶ୍ରମରୁ ମିଳିଥିବା ବହି ଓ ଡାଏରୀ ଏଭଳି ସୁରାକ ମିଳିଛି । ବାବାଙ୍କ ବହିର ନାଁ ଥିଲା ‘ଅନୁଭୂତିରେ ଭଗବାନ ଶ୍ରୀ ଶ୍ରୀ ଶ୍ରୀ ସତ୍ୟ ଅନନ୍ତ’ । ଏହାର ପ୍ରକାଶକ ହେଉଛନ୍ତି ଷୋଳମଣ୍ଡଳ ଭକ୍ତବୃନ୍ଦ । ଉକ୍ତ ବହିରେ ମୁଖ୍ୟ ପୃଷ୍ଠାରେ ପ୍ରଭୂ ବିଷ୍ଣୁଙ୍କ ଫଟୋଚିତ୍ର ମଝିରେ ନାବାଳକର ଫଟୋ ଖଞ୍ଜାଯାଇଛି । 

ବହି ଜରିଆରେ ନାବାଳକକୁ ବ୍ରହ୍ମ ବୋଲି ଦର୍ଶାଯାଇଛି । କିଛି ଭକ୍ତ ବହି ଜରିଆରେ ଅଲୌକିକ କାହାଣୀକୁ ବଖାଣିଛନ୍ତି । ନାବାଳକର ଅଦୃଶ୍ୟ ଶକ୍ତି ଜରିଆରେ ଅନେକ ଦୂରାରୋଗ, ସମସ୍ୟା ଦୂର ହୋଇଥିବା ଭକ୍ତମାନେ ଉକ୍ତ ବହିରେ ଲେଖିଛନ୍ତି । ଏହି ସ୍ୱତନ୍ତ୍ର ବଦି ଅନ୍ୟ ଭକ୍ତମାନଙ୍କୁ ଆଶ୍ରମକୁ ଆକୃଷ୍ଟ କରିବାର ମାଧ୍ୟମ ସାଜିଥିଲା । ଆତ୍ମଘୋଷିତ ବାବା ଗୋଟିଏ ବହିକୁ ୫ ହଜାର ଟଙ୍କାରେ ବିକୁଥିଲେ । ଆଶ୍ରମରୁ ମିଳିଥିବା ଏକ ଡାଏରୀ ଅନେକ ଗହନ କଥାକୁ ଇସାରା କରୁଛି । ଉକ୍ତ ଡାଏରୀର ଏକ ଫର୍ଦ୍ଦରେ ବିଭିନ୍ନ ଏମ୍‌ଏଲ୍‌ଏ ଓ ଏମ୍‌ପିଙ୍କ ନାଁ ଲେଖା ଯାଇଛି । ଖାଲି ସେତିକି ନୁହେଁ, ଚାମ୍ବର ଅଫ୍‌ କର୍ମସର କିଛି କର୍ପୋରେଟ ଜଗତର ବାଦଶାହା ଓ ଶିଳ୍ପପତିଙ୍କ ନାମ ମଧ୍ୟ ଅଛି । ଏହାଛଡ଼ା ନଗର ନିଗମ ମୁଖ୍ୟ, ସିଟିଜେନ ଫ୍ରମ ଫୋରମ କମିଟିର ଅନେକ ନାମ ଡାଏରୀରେ ଉଲ୍ଲେଖ ରହିଛି । ଏସବୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଆଶ୍ରମର ଭକ୍ତ ଥିଲେ ନା ସେମାନଙ୍କଠାରୁ ଚାନ୍ଦା ଆଦାୟ ପାଇଁ ଆତ୍ମଘୋଷିତ ବାବା ଚକ୍ରାନ୍ତ ଚଳାଇଥିଲେ । ସେନେଇ ଏକ ବିରାଟ ପ୍ରଶ୍ନ ଉଠିଛି । 

ଅନ୍ୟ ଏକ ପୃଷ୍ଠାରେ ସକାଳୁ ଭୋର୍‌ ୫ଟାରେ ଉଠିବାଠୁ ରାତିରେ ଶଯ୍ୟାଶାୟୀ ହେବା ଯାଏଁ ପ୍ରତିଟି କାର୍ଯ୍ୟସୂଚୀ ଲେଖାଯାଇଛି । ପ୍ରତିଦିନ ପ୍ରଭାତ ଫେରି କରିବା, ପୂଜାର୍ଚ୍ଚନା, ଶଙ୍ଖ, ତୁରୀ ବାଜିବା, ଏକାଠି ପ୍ରସାଦ ସେବନ, ସନ୍ଧ୍ୟାରେ ଭଜନ କୀର୍ତ୍ତନ ସହ ହୁଳହୁଳି ପକାଇବା ବାଧ୍ୟତାମୂଳକ ବୋଲି ଉଲ୍ଲେଖ ରହିଛି । ଏହାବାଦ୍‌ ଉକ୍ତ ଡାଏରୀରେ କାହାଠାରୁ କେତେ ଟଙ୍କା ଆଣିଛନ୍ତି? କାହାକୁ କାହାକୁ ଟଙ୍କା ଦିଆଯାଇଛି? ସେ ବାବଦରେ ବିସ୍ତୁତ ଭାବେ ଲେଖାଯାଇଛି । ଉକ୍ତ ଡାଏରୀ ଓ ବହିକୁ ପୁଲିସ ତଦନ୍ତ ପରିସର ଭୁକ୍ତ କରିବ ବୋଲି ସୂଚନା ମିଳିଛି । 

ଭକ୍ତି ନାଁରେ ଭାଣ୍ଡାମି ଚାଲିଥିଲେ, କ୍ଷମା ନାହିଁ : ମନ୍ତ୍ରୀ 

ଶ୍ରୀବୈକୁଣ୍ଠନାଥ ଧାମ ଘଟଣାରେ ମୁହଁ ଖୋଲିଛନ୍ତି ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । କହିଛନ୍ତି, ଭକ୍ତି ନାଁରେ ଯଦି ସେଠାରେ ଭାଣ୍ଡାମି ଚଳିଥିବ ତା’ହେଲେ ଆଦୌ କ୍ଷମା ମିଳିବ ନାହିଁ । ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବେ । ଖାଲି ଶ୍ରୀବୈକୁଣ୍ଠଧାମ ନୁହେଁ, ଓଡ଼ିଶାର ବିଭିନ୍ନ ଜାଗାରୁ ବିବାଦୀୟ ବାବାଙ୍କୁ ନେଇ ଅଭିଯୋଗ ଆସୁଛି । ଭକ୍ତି ବା ଭଗବାନଙ୍କ ନାଁ ନେଇ କିଛି ଅସାଧୁ ବ୍ୟକ୍ତି ବେପାରରେ ମାତିଛନ୍ତି, ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି । ଏସବୁ ଅଭିଯୋଗକୁ ନେଇ ସଂସ୍କୃତି ବିଭାଗ ଓ ସରକାର ପୂରା ତତ୍ପର ଅଛି । ସରକାରୀ କାର୍ଯ୍ୟାନୁଷ୍ଠାନରୁ ଜଣେ କେହି ବି ବର୍ତ୍ତିବେ ନାହିଁ । ତଥାକଥିକ ବାବାମାନଙ୍କୁ ଏମିତି ଚରଣବାଣୀ ଶୁଣାଇ ସାବଧାନ କରାଇଛନ୍ତି ମନ୍ତ୍ରୀ । 

ଫୁଲ ଗଦାରେ ସଭାର ଆୟୋଜନ 

ପ୍ରବଚନ କିମ୍ବା ଧର୍ମସଭା ଆୟୋଜନରେ ଭକ୍ତଙ୍କ ପକେଟରୁ ଲକ୍ଷାଧିକ ଟଙ୍କା ଉଡି଼ଯାଉଥିଲା । ଗୋଟିଏ ସଭା ପାଇଁ ଅଢ଼େଇ ହଜାର ଗୋଲାପ ଫୁଲ, ୫୦ କେଜି ଓଜନର ନାଲି ଗେଣ୍ଡୁ ଫୁଲ, ୫୦ କେଜିର ଖୋଲା ରଜନୀଗନ୍ଧା ଆଣୁଥିବା ଭକ୍ତଙ୍କ ପାଇଁ ସଭାକୁ ସଜାଇବା ପାଇଁ ୨ ହଜାର ବେଲୁନ ବି ସାଙ୍ଗରେ ଆଣିବାକୁ ବାଧ୍ୟ କରାଯାଉଥିଲା । 

ବାବାଙ୍କ ପାଇଁ ଖୋଲିଥିଲା ସ୍ୱତନ୍ତ୍ର ଜିମ୍‌ 

ଆଶ୍ରମରେ ଥିବା ମଣ୍ଡପକୁ ଲାଗି ଏକ ସ୍ୱତନ୍ତ୍ର କୋଠରୀ ରହିଛି । ସେଥିରେ ନାବାଳକ ବାବାଙ୍କ ପାଇଁ ଏକ ସ୍ୱତନ୍ତ୍ର ଜିମ୍‌ ଖୋଲାଯାଇଥିଲା । ଜିମ୍‌ରେ ଅତ୍ୟାଧୁନିକ ଟ୍ରେଡ୍‌ ମିଲ୍‌ ରଖାଯାଇଥିଲା । ଦାମୀ ଆଇନା ଖଞ୍ଜାଯାଇଥିଲା । ବ୍ୟାୟାମ ପାଇଁ ବିଭିନ୍ନ ପ୍ରକାର ଉପକରଣ ଥିଲା । 

ୟୁଟ୍ୟୁବ୍‌ ଚ୍ୟାନେଲରୁ ମାଲେମାଲ୍‌ 

ଆତ୍ମଘୋଷିତ ବାବାଙ୍କ ଏକ ୟୁ ଟ୍ୟୁବ୍‌ ଚ୍ୟାନେଲ ଅଛି । ସେଥିରେ ପ୍ରାୟ ୫୩ ହଜାର ସବ୍‌ସ୍କ୍ରାଇବର ଅଛନ୍ତି । ଉକ୍ତ ଚ୍ୟାନେଲରେ ୯୭୮ଟି ଭିଡିଓ ପୋଷ୍ଟ ହୋଇଛି । ଅଧିକାଂଶ ଭିଡିଓରେ କଳକୀ ଅବତାର ଓ ପୃଥିବୀର ବିନାଶର କାହାଣୀ ବର୍ଣ୍ଣନା ହୋଇଛି । ବାବା ଏଥିରେ ବିଭ୍ରାନ୍ତିକର ମତ ଦେଇ ମାଲେମାଲ୍‌ ହେଉଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.