କଟକ,୧୮/୦୭: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଏଣିକି ଅପରାହ୍ଣ ସାଢ଼େ ୫ଟା ପରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ କୌଣସି ଅଧ୍ୟାପିକା, ମହିଳା କର୍ମଚାରୀ କିମ୍ବା ଛାତ୍ରୀ ରହିପାରିବେନି । ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରୁ ଜାରି ନିର୍ଦ୍ଦେଶାନାମାରେ ଏପରି ଉଲ୍ଲେଖ କରାଯାଇଛି । ଏ ସମ୍ପର୍କରେ ବିଧିବଦ୍ଧ ଏସ୍ଓପି ଆସିବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ବୋଲି ଚିଠିରେ କୁହାଯାଇଛି । ମହିଳାଙ୍କ କାର୍ଯ୍ୟ ଅବଧି ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ଏପରି ନିର୍ଦ୍ଦେଶ ଜାରି ହୋଇଥିବା ଜଣାଯାଇଛି।

ମିଥ୍ୟା ମାମଲାକୁ ଭୟ କରୁନାହୁଁ...ବିଜେପି ବିରୋଧରେ ଅ...