ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସପ୍ତାହକ ପରେ ଖଣ୍ଡଗିରି କୁମ୍ଭମେଳା,ମୁତୟନ ହେବେ ୫ ପ୍ଲାଟୁନ୍‌ ଫୋର୍ସ

Published By : Anindita Ratha | January 29, 2025 10:18 AM

ଭୁବନେଶ୍ୱର,୨୯/୦୧:  ଆଉ ମାତ୍ର କେଇଟା ଦିନ ପରେ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । ଏନେଇ ଜୋରଦାର ପ୍ରସ୍ତୁତି ଜାରି ରହିଛି। ଏଥର ଖଣ୍ଡଗିରି ମେଳାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ କମିଶନରେଟ୍‌ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି । ପୁଲିସ ପକ୍ଷରୁ ଖଣ୍ଡଗିରି ମୁଣ୍ଡିଆ ରାସ୍ତାରେ ଏକ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯିବ। ମେଳା ଭିଡ଼କୁ ନଜର ରଖିବ ସିସି କ୍ୟାମେରା । ମେଳା ଭିତରେ ୧୬ଟି ସ୍ଥାନରେ ସିସି କ୍ୟାମେରା ଲଗାଯିବ । ପୋଲିସ କଣ୍ଟ୍ରୋଲ ରୁମ୍‌ରୁ ସମସ୍ତ ସିସି କ୍ୟାମେରା ଉପରେ ନଜର ରଖାଯିବ । ମେଳା ପାଇଁ ୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ରହିବେ । ସାଦା ପୋଷାକଧାରୀ ପୁଲିସ ଏବଂ ମହିଳା ପୁଲିସ ମଧ୍ୟ ନିୟୋଜିତ ରହିବେ । ମେଳା ସମୟରେ ଖଣ୍ଡଗିରି ଛକରେ ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ମିଳିଛି। 

ସେହିପରି ଉଭୟ ଖଣ୍ଡଗିରି ଓ ଉଦୟଗିରି ମୁଣ୍ଡିଆର ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ରହିବେ । ଯାତ୍ରା କମିଟି ଗୁଡ଼ିକ ମଧ୍ୟ ଟେଣ୍ଟ୍‌ ଭିତରେ ଏବଂ ଗେଟ୍‌ ମୁହଁରେ ସିସି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରା ଟେଣ୍ଟ୍‌ ଭିତରେ ମହିଳା ମାନଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏଥି ସହ ପ୍ରତ୍ୟେକ ପେଣ୍ଡାଲ ସମ୍ମୁଖରେ ପୁଲିସ ଏଡ୍‌ପୋଷ୍ଟ ରହିବ । ପ୍ରତ୍ୟେକ ଯାତ୍ରା କମିଟିର ଦୁଇଜଣ ସଭ୍ୟ ପୋଲିସକୁ ସହାୟତା କରିବା ପାଇଁ ସ୍ୱତନ୍ତ୍ର ଭାବେ ନିୟୋଜିତ ରହିବେ । ସେମାନଙ୍କୁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରାଯିବ ବୋଲି ଖଣ୍ଡଗିରି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି । ଏଥର ଖଣ୍ଡଗିରି ମେଳାରେ ୬ଟି ପେଣ୍ଡାଲରେ ୧୨ଟି ଅପେରାପାର୍ଟି ଯାତ୍ରା ପରିବେଷଣ କରିବେ । ଫେବ୍ରୁଆରୀ ୬ରୁ ୧୭ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଯାତ୍ରା ଲଢ଼େଇ ଚାଲିବ । 

ପ୍ରଥମ ପର୍ଯ୍ୟାୟରେ ସମ୍ରାଟ ପୃଥ୍ୱୀରାଜ, ସୂର୍ଯ୍ୟମନ୍ଦିର, ଶିବାନୀ ଗଣନାଟ୍ୟ, ଅପେରା ଦୁର୍ଗା ମନ୍ଦିର, ବିଶ୍ୱ ଦରବାର ଓ ଅପେରା ଯାଜ୍ଞସେନୀ ମଇଦାନକୁ ଓହ୍ଲାଇବେ । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୬ଟି ପାର୍ଟି ତୁଳସୀ, କୋଣାର୍କ, ସିଂହବାହିନୀ, ସ୍ୱର୍ଣ୍ଣ ମହଲ, ସ୍ୱପ୍ନ ମହଲ ଓ ରଙ୍ଗମହଲ ମଧ୍ୟରେ ଚାଲିବ କଡ଼ା ଟକ୍କର୍‌ । ଏଥିପାଇଁ ଟେଣ୍ଟ୍‌ ପ୍ରସ୍ତୁତି କାମ ଜୋର୍‌ସୋର୍‌ରେ ଚାଲିଛି । ବିଭିନ୍ନ ଅପେରା ପାର୍ଟି ବ୍ୟାନର ଓ ହୋର୍ଡିଂ ମରା ଆରମ୍ଭ କରିଦେଲେଣି । ଏଥର ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ସ୍ୱଚ୍ଛତା ଓ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବା ସହ ଅଶ୍ଳୀଳ ନୃତ୍ୟକୁ ସଂପୂର୍ଣ୍ଣ ବାରଣ କରିବାକୁ କେନ୍ଦ୍ରୀୟ କୋର୍‌ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି । କୋର୍‌ କମିଟିର ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି।

ସେହିପରି ଖଣ୍ଡଗିରି ପିଣ୍ଡି ଆବଣ୍ଟନ ପାଇଁ ଖୋଲିଛି ଟେଣ୍ଡର । ଏଥର ମୋଟ୍‌ ୫୩୦ ଜଣ ପିଣ୍ଡି ପାଇଁ ଆବେଦନ କରିଛନ୍ତି । ଚଳିତ ବର୍ଷ ଆଉ ଦୋକାନୀ ବାଉଁଶ ପୋତିବେ ନାହିଁ । ଏଥର ଷ୍ଟଲ କରି ବିଏମ୍‌ସି ବାଣ୍ଟିବ । ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସେପଟେ ଅସ୍ଥାୟୀ ଦୋକାନ ପାଇଁ ସ୍ୱତନ୍ତ୍ର ଷ୍ଟଲ ଆକାର ନିର୍ଦ୍ଧାରଣ କରାଯାଇ ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତା ୩୦ରେ ୫ଟି ସ୍ଥାନରେ ପାର୍କିଂ ପାଇଁ ଟେଣ୍ଡର ଖୋଲିବ । ଚଳିତ ବର୍ଷ ଖଣ୍ଡଗିରି ମାଘମେଳାରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଥିବାରୁ ଖଣ୍ଡଗିରି ଛକରୁ ଜୟଦେବ ବାଟିକା ଛକ ପର୍ଯ୍ୟନ୍ତ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାଗୁଡିକର ମରାମତି କରିବା ସହ ମେଳା ପଡିଆକୁ ସମତୁଲ କରାଯିବ । ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ଅସ୍ଥାୟୀ ବିଦ୍ୟୁତ୍‌ ଯୋଗାଣ ଓ ଆଲୋକୀକରଣ, ମେଳା ଅଞ୍ଚଳରର ପରିମଳ ବ୍ୟବସ୍ଥାକୁ ତୁରନ୍ତ ସାରିବାକୁ କୁହାଯାଇଛି । ମେଳା ଅଞ୍ଚଳରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲିବ ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.