ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପୂର୍ବତନ କଂଗ୍ରେସ ନେତାଙ୍କ ଦାବି, ମଲ୍ଲିକାର୍ଜୁନ ଖଡଗେଙ୍କୁ ମଟନ ଭାରି ପସନ୍ଦ; ସେଥିପାଇଁ ତ...

Published By : Ankita S | March 22, 2025 2:45 PM

ନୂଆଦିଲ୍ଲୀ,୨୨/୦୩ : ଦିନେ ସେହି ଦଳରେ ଥିଲେ । ହେଲେ ଆଜି ଦଳର ମୁଖିଆଙ୍କୁ ଏମିତି କିଛି କହି ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା । ପୂର୍ବତନ କଂଗ୍ରେସ ଓ ବର୍ତ୍ତମାନ ବିଜେପିର ପ୍ରବକ୍ତା ଗୌରବ ବଲ୍ଲଭ ଏକ ପୋଡକାଷ୍ଟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଦେଶର ସର୍ବ ପୁରାତନ ଦଳ ଚାଟୁକାରିତା ବଶବର୍ତ୍ତୀ ହୋଇଛି  । ଜଣ କଂଗ୍ରେସ ଜଣେ ନେତାଙ୍କୁ ୨ ଥର ରାଜ୍ୟସଭା ଯିବାକୁ ସୁଯୋଗ ଦିଆଯାଇଛି । କାରଣ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଟନ ଖାଇବା ବହୁତ ପସନ୍ଦ । ତାଙ୍କୁ ଯିଏ ମଟନ ଦେଉଛି ସେ ତାଙ୍କୁ ଏହି ସୁଯୋଗ ଦେଇଛନ୍ତି । କାହାର ନାମ ନ ନେଇ ଏମିତି କିଛି ଅଜବ ଦାବି କରିଛନ୍ତି ପୂର୍ବତନ କଂଗ୍ରେସ ନେତା ।

ବିଜେପି ପ୍ରବକ୍ତା ଗୌରବ ବଲ୍ଲଭ ଦାବି କରିଛନ୍ତି କି, କଂଗ୍ରେସ ଦଳ ଜଣେ ନେତାଙ୍କୁ ଦୁଇଥର ରାଜ୍ୟସଭା ପଠାଇବାକୁ ସୁଯୋଗ  ଦେଇଛି । ଯାହାର କାରଣ ମୁଁ ଜାଣିଛି । ମଲ୍ଲିକାର୍ଜୁନ ଖଡଗେଙ୍କୁ ମାଂସ ଖାଇବା ବହୁତ ପସନ୍ଦ । ବିଶେଷ କରି ଗୋଟିଏ ଦୋକନର ମଟନ ତାଙ୍କୁ ସବୁଠୁ ବେଶୀ ଭଲ ଲାଗେ । ମୁଁ କଂଗ୍ରେସର ଜଣେ ନେତାଙ୍କୁ ଜାଣିଛି ଯିଏ ମଲ୍ଲିକାର୍ଜୁନଙ୍କ ଘନିଷ୍ଠ । ସେ ବ୍ୟକ୍ତି ଜଣକ ଜାଣିଛନ୍ତି ଦିଲ୍ଲୀରେ କେଉଁଠି ଭଲ ମଟନ ମିଳେ । ଖଡଗେ ଭାରି ମଟନ ପ୍ରେମୀ । ମୁଁ ତ ଶୁଦ୍ଧ ଶାକାହାରୀ । ସେ ମଟନ ଆଣି ଆଣି ଦୁଇଥର ରାଜ୍ୟସଭା ପହଞ୍ଚି ଯାଇଛନ୍ତି । ମୁଁ କାହାର ନାମ ନେବି ନାହିଁ । ମାତ୍ର କଂଗ୍ରେସ ପାର୍ଟିର ସବୁ କର୍ମକର୍ତ୍ତାଙ୍କୁ ଜଣା ଅଛି ଦଳରେ ମଟନ ଆଣିବା ଯୋଗ୍ୟତା କାହାର ଅଛି ।''

ଅଧିକ ପଢନ୍ତୁ...Karnataka: ଠିକା କାମରେ ମୁସଲିମ କଣ୍ଟ୍ରାକ୍ଟରମାନଙ୍କୁ ମିଳିଲା ୪ ପ୍ରତିଶତ ସଂରକ୍ଷଣ; ମୋହର ମାରିଲେ କର୍ଣ୍ଣାଟକ ସରକାର

ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସର ଉଥାନ ପତନ ଓ ତାଙ୍କର ଇସ୍ତଫା ନେଇ ପୋଡକାଷ୍ଟରେ ନିଜର ମତ ରଖିଛନ୍ତି ଗୌରବ ବଲ୍ଲଭ । କଂଗ୍ରେସ ଉପରେ 'ପିଏ କଲ୍ଚର' ପ୍ରଭାବ କଥା କହିଛନ୍ତି । ଏହା ସହିତ ଦଳରେ ପରିବାରବାଦ ଓ ଭେଦଭାଦ ହୋଇଥିବା ନେଇ ଗୁରୁତର ଅଭିଯୋଗ କରିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.