ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଥ୍ରିଲର-ହରର୍‌ ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି ଖୁସି, କହିଲେ-‘ଏହି ଅନୁଭବ ଖୁବ୍‌ ମଜାଦାର ହେବ’

Published By : Krishna Priya | March 21, 2025 11:54 AM

ଭୁବନେଶ୍ୱର ୨୧/୦୩: ମ୍ୟୁଜିକାଲ କମେଡି ‘ଦ ଆର୍ଚିଜ୍‌’ ଜରିଆରେ ଅଭିନୟ ଦୁନିଆକୁ ଆସିଲେ ଖୁସି କପୁର । ନିକଟରେ ରୋମାଣ୍ଟିକ୍‌ କମେଡି ଫିଲ୍ମ ‘ଲଭ୍‌ୟାପା’ ଓ ‘ନାଦାନିୟାଁ’ରେ ନଜର ଆସିଲେ । ଏବେ ଅଭିନୟର ଆଉ ଏକ ଦିଗକୁ ପରଦାକୁ ଆଣିବାକୁ ଚାହୁଁଛନ୍ତି । ଗ୍ରାଜିୟା ଇଣ୍ଡିଆ ସହ ସଦ୍ୟ ସାକ୍ଷାତକାରରେ ଖୁସି ଥ୍ରିଲର୍‌-ହରର୍‌ ଫିଲ୍ମରେ କାମ କରିବାର ଇଚ୍ଛା ଜାହିର କରିଛନ୍ତି । 

ସେ କହିଛନ୍ତି, ଥ୍ରିଲର-ହରର୍‌ ଫିଲ୍ମର ପ୍ରକ୍ରିୟା କେମିତି, ଦେଖିବାକୁ ସେ ସର୍ବଦା ଉତ୍ସୁକ ରହିଛନ୍ତି । ସମ୍ପୂର୍ଣ୍ଣ ହରର୍‌ ନ ହେଲେ ବି ଟିକିଏ ସେମିତିକା ଫିଲ୍ମ କରିବାକୁ ତାଙ୍କର ଇଚ୍ଛା । ଏହି ଅନୁଭବ ଖୁବ୍‌ ମଜାଦାର ହେବ ବୋଲି ସେ କହନ୍ତି । ନାଟକୀୟ ଓ ଭାବପର୍ଣ୍ଣ ସିନ୍‌କୁ ସେ ପସନ୍ଦ କରନ୍ତି । ଏଭଳି ଥିମ୍‌କୁ ଫୋକସ୍‌ କରୁଥିବା ଫିଲ୍ମରେ କାମ କରିବାକୁ ଚାହୁଁଥିବା କଥା ମଧ୍ୟ କହିଛନ୍ତି ।

‘ଦ ଆର୍ଚିଜ୍‌’, ‘ଲଭ୍‌ୟାପା’ ଓ ‘ନାଦାନିୟାଁ’ ଫିଲ୍ମରେ ନିଜର ଭୂମିକା ବିଷୟରେ ମଧ୍ୟ ଖୁସି ଆଲୋଚନା କରିଛନ୍ତି । କହିଛନ୍ତି, ପ୍ରତ୍ୟେକ ଚରିତ୍ର ପାଇଁ ସେ ବିଭିନ୍ନ ପ୍ରକ୍ରିୟାକୁ ଅନୁସରଣ କରିଥିଲେ । ଏହା ପରେ ସବୁଗୁଡ଼ିକୁ ପରସ୍ପର ସହ ଯୋଡ଼ିବାକୁ ମଧ୍ୟ ଚେଷ୍ଟା କରିଥିଲେ । ‘ଲଭ୍‌ୟାପା’ରେ ସେ ନିର୍ବାହ କରିଥିବା ବାନି ଭୂମିକା ଟିକିଏ କଷ୍ଟକର ଥିଲା ବୋଲି କହିଛନ୍ତି । କାରଣ ବାସ୍ତବ ଜୀବନରେ ସେ ଯେମିତିକା ମଣିଷ, ବାନି ତା’ଠୁ ଭିନ୍ନ । ଏହି ଫିଲ୍ମରେ ଖୁସି ଆମିର ଖାନ୍‌ଙ୍କ ପୁଅ ଜୁନୈଦଙ୍କ ଅପୋଜିଟ୍‌ରେ ସ୍କ୍ରିନ୍‌ ଶେୟାର କରିଥିଲେ । ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ‘ଲାଲ୍‌ ସିଂହ ଚଡ୍‌ଢା’ ଫେମ୍‌ ଅଦ୍ୱୈତ ଚନ୍ଦନ । ଗତ ଫେବ୍ରୁଆରୀ ୭ ତାରିଖରେ ଏହା ଥିଏଟରକୁ ଆସିଥିଲା । ଅନ୍ୟପକ୍ଷେ, ‘ନାଦାନିୟାଁ’ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହୋଇଥିଲା । ଏହା ଜରିଆରେ ସୈଫ୍‌ ଅଲି ଖାନ୍‌ଙ୍କ ପୁଅ ଇବ୍ରାହିମ ଅଭିନୟ ଦୁନିଆରେ ଏଣ୍ଟ୍ରି କରିଥିଲେ । ଖୁସି ତାଙ୍କ ଅପୋଜିଟ୍‌ରେ ପିୟା ଜୟସିଂହ ଭୂମିକାରେ ନଜର ଆସିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.