ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କିଟ୍ ଛାତ୍ରୀ ମୃତ୍ୟୁ ମାମଲା : ପୋଷ୍ଟମୋର୍ଟମ ପରେ ପରିବାରକୁ ମୃତଦେହ ହସ୍ତାନ୍ତର

Published By : Rasmita Pradhan | February 19, 2025 9:00 AM

ଭୁବନେଶ୍ବର, ୧୯/୦୨ : କିଟ୍ ଛାତ୍ରୀ ମୃତ୍ୟୁ ମାମଲା। ମୃତ ଛାତ୍ରୀ ପ୍ରକୃତି ଲାମସାଲଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର। AIIMSରେ ପୋଷ୍ଟମୋର୍ଟମ ପରେ ମୃତଦେହ ହସ୍ତାନ୍ତର କରାଯାଇଛି। ବିଳମ୍ବିତ ରାତିରେ ପରିବାର ଲୋକେ ଝିଅର ମୃତଦେହ ନେପାଳ ନେଇ ଯାଇଛନ୍ତି। ସେପଟେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗରେ ତୀବ୍ର ହେଉଛି ଆନ୍ଦୋଳନ। ନବ ନିର୍ମାଣ ଛାତ୍ର ସଙ୍ଗଠନ ଅନଶନରେ ବସିଛି। କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅନଶନକାରୀଙ୍କ ସହ ଆଲୋଚନା କରି ଦାବିପତ୍ର ନେଇଛନ୍ତି। ୯୦ ପ୍ରତିଶତ ନେପାଳୀ ଛାତ୍ରଛାତ୍ରୀ ଘରକୁ ପଳାଇଛନ୍ତି। ଏବେ କ୍ୟାମ୍ପସ୍ ଫେରିବାକୁ ମୋବାଇଲ୍ ଯୋଗେ ଅଣ୍ଡରଟେକିଂ ମାଗୁଛନ୍ତି। 

ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଛାତ୍ରୀଙ୍କୁ ସିକ୍ୟୁରିଟି ଗାର୍ଡ ମାଡ଼ ମାରିବା, ସେମାନଙ୍କୁ ବସ୍‌ରେ କଟକ ରେଳଷ୍ଟେସନକୁ ନେବା, ଜେନେରାଲ ବଗିରେ ଜବରଦସ୍ତି ପୂରାଇ ନେପାଳ ଫେରିଯିବାକୁ ଧମକ ଦେବା... ଛାତ୍ରଛାତ୍ରୀଙ୍କ ପ୍ରତି ଏଭଳି ଦୁର୍ବ୍ୟବହାର ଅତି ନିନ୍ଦନୀୟ। ସେମାନଙ୍କ ମାନବ ଅଧିକାର ଉଲ୍ଲଂଘନ ହୋଇଛି । ମାନବ ଅଧିକାର କର୍ମୀ ପ୍ରଦୀପ୍ତ ନାୟକ ଏଭଳି ଅଭିଯୋଗ କରି ରାଜ୍ୟ ମାନବ ଅଧିକାର ଆୟୋଗ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି । 

ସେ ପିଟିସନରେ ଦର୍ଶାଇଛନ୍ତି, ‘ଅତିଥି ଦେବୋ ଭବ’ ହେଉଛି ଆମ ଦେଶର ଐତିହ୍ୟ । ନେପାଳ ଆମର ଉତ୍ତମ ପଡ଼ୋଶୀ ବନ୍ଧୁ ଭାବେ ପରିଚିତ । କିନ୍ତୁ କିଟ୍‌ ଶିକ୍ଷାନୁଷ୍ଠାନର ମୁଖ୍ୟ ଅଚ୍ୟୁତ ସାମନ୍ତ ଏବଂ ତାଙ୍କର ଗୁଣ୍ଡା ବାହିନୀ ଏହାକୁ ଭ୍ରୁକ୍ଷେପ ନ କରି ନୀଚ୍ଚ କାଣ୍ଡ କରିଛନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ବଦଳରେ କମିଶନରେଟ ପୁଲିସ ଚୁପ୍‌ ବସିଛି । ଯାହାକି କିଟ୍‌ କର୍ତ୍ତୃପକ୍ଷଙ୍କ ଦାଦାଗିରିକୁ ପ୍ରୋତ୍ସାହନ ଦେଉଛି । ତୁରନ୍ତ ଏହାର ନିରପେକ୍ଷ ତଦନ୍ତ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପିଟିସନ ଜରିଆରେ ସେ ଦାବି କରିଛନ୍ତି । ଏହାସହ ମୃତ ଛାତ୍ରୀଙ୍କ ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ ଆୟୋଗ ଅଧ୍ୟକ୍ଷଙ୍କୁ ନିବେଦନ କରିଛନ୍ତି । 

ଏହି ଖବରଟିକୁ ପଢନ୍ତୁ-କିଟ୍‌ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା : ୩ ନିର୍ଦ୍ଦେଶକଙ୍କ ସମତେ ୫ ଗିରଫ, ସମସ୍ତଙ୍କୁ ମିଳିଲା ଜାମିନ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.