ଭୁବନେଶ୍ୱର,୨୯/୦୧: ଆଜିଠୁ ଖଣ୍ଡଗିରିରେ ଧମାଲ କରିବ ଯାତ୍ରା ଶ୍ରୀମନ୍ଦିର। ଆଉ ଏହାରି ମଧ୍ୟରେ ଅଭିନେତା କାହ୍ନା ସ୍ବାଇଁ ଜାନୁଆର ନାଟକକୁ ନେଇ ବିବାଦ ଦେଖିବାକୁ ମିଳିଛି। କାହ୍ନାଙ୍କ କିଛି ଡାଇଲଗକୁ କିନ୍ନର ମହାସଂଘ ବିରୋଧ କରିଛନ୍ତି। କିନ୍ନରଙ୍କ ପ୍ରତି ଅପମାନଜନକ ସଂଳାପ ପ୍ରତ୍ୟାହାର ଦାବି ହୋଇଛି। ଏଥିସହ ଅଭିନେତା କାହ୍ନା ସ୍ବାଇଁ ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ ନହେଲେ ଖଣ୍ଡଗିରିରେ ମଞ୍ଚ ଚଢ଼ାଇ ଦିଆଯିବନି ବୋଲି ମୀରା ପରିଡ଼ା ଚେତାବନୀ ଦେଇଛନ୍ତି।
ଆହୁରି ପଢନ୍ତୁ-ଖଣ୍ଡଗିରି ମାଘ ମେଳାରେ ଗଞ୍ଜାକୁ ନେଇ ଚର୍ଚ୍ଚା: କୁକୁଡ଼ାଟି କେଉଁଠୁ ଆସିଛି, କିଏ ଆଣିଛି ଏବେ ବି ରହସ୍ୟ...
ମୀରା ପରିଡା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଆହୁରି ମଧ୍ୟ କହିଛନ୍ତି ଯେ, ଦେଶ ସ୍ୱାଧୀନତା ହେବା ଠାରୁ ଏପର୍ଯ୍ୟ କୌଣସି ଜଣେ ଯାତ୍ରା କଳାକାର କିନ୍ନର ସମୁଦାୟର ଅଧିକାର ପାଇଁ ଛିଡା ହୋଇନି । ତେଣୁ ଯଦି ସେମାନେ କି କୌଣସି ଲେଖକ କହିବେ ଏଇଟା କେବଳ ଅଭିନୟ । ତେବେ ମୁଁ ସେମାନଙ୍କୁ ଚେତାବନୀ ଦେଉଛି ,ଯେଉଁ ଅଭିନେତା କି ଅଭିନେତ୍ରୀର ସଂଳାପରେ କୌଣସି ଏକ ସମୁଦାୟର ଜୀବନରେ ବ୍ୟାଘାତ ସୃଷ୍ଟି ହୁଏ ସେଇଟା କେବେ ଅଭିନୟ ନୁହେଁ ।