କୋଲକାତା,୯/୪ : ଚଳିତ ଆଇପିଏଲ୍ର ୧୫ତମ ଲିଗ୍ ମ୍ୟାଚରେ ଆଜି କୋଲକାତା ଓ ଲକ୍ଷ୍ନୌ ପରସ୍ପରକୁ ଭେଟିବେ । ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ଅଧିନାୟକ ଋଷଭ ପନ୍ତ ଟସ୍ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଛି । କେକେଆର୍ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇବ ।
କୋଲକାତା ଓ ଲକ୍ଷ୍ନୌ ଦଳ ବିଜୟ ପାଇଁ ତତ୍ପର ରହିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । କୋଲକାତା ୩ଟି ମ୍ୟାଚ ଖେଳି ବିଜୟ ଖାତା ଖୋଲି ନାହିଁ । କେବଳ ବର୍ଷା ଯୋଗୁଁ ପଞ୍ଜାବ ବିପକ୍ଷ ମ୍ୟାଚ ବାତିଲ ହେବାରୁ କୋଲକାତା ୧ ପଏଣ୍ଟ ଅର୍ଜନ କରିଛି । ଲକ୍ଷ୍ନୌ ପ୍ରଥମ ମ୍ୟାଚରେ ଦିଲ୍ଳୀ ଠାରୁ ପରାଜିତ ହେବା ପରେ ଦ୍ୱିତୀୟ ମ୍ୟାଚରେ ହାଇଦ୍ରାବାଦକୁ ହରାଇ ୨ ପଏଣ୍ଟ ଅର୍ଜନ କରିଛି । ପଏଣ୍ଟ ତାଲିକାରେ ଲକ୍ଷ୍ନୌ ଷଷ୍ଠ ଓ କୋଲକାତା ଅଷ୍ଟମ ସ୍ଥାନରେ ରହିଛନ୍ତି ।
ପୂର୍ବ ରେକର୍ଡକୁ ବିଚାରକୁ ନେଲେ ଆଜି ଲକ୍ଷ୍ନୌ ପଲା ଭାରି ରହିବ । ଉଭୟ ଦଳ ପରସ୍ପରକୁ ୬ଥର ଭେଟିଛନ୍ତ ଓ ଏଥିରୁ ଲକ୍ଷ୍ନୌ ୪ଟି ମ୍ୟାଚ ଜିତିଛି । ଗତ ସିଜନରେ ଉଭୟ ଦଳ ମଧ୍ୟରେ ଗୋଟିଏ ମ୍ୟାଚ ଖେଳା ଯାଇଥିଲା ଓ ଲକ୍ଷ୍ନୌ ଉକ୍ତ ମ୍ୟାଚ ଜିତିଥିଲା । ମାତ୍ର ଏହା ପୂର୍ବରୁ ୨୦୨୪ ସିଜନରେ କୋଲକାତା ଉଭୟ ମ୍ୟାଚରେ ବିଜୟୀ ହୋଇଥିଲା । ଅବଶ୍ୟ ଶ୍ରେୟାସ ଆୟର ସେତେବେଳେ କୋଲକାତା ଦଳର ଅଧିନାୟକ ରହିଥିଲେ । ୨୦୨୪ରେ କୋଲକାତା ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା ।
କୋଲକାତା : ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଫିନ ଆଲେନ, କ୍ୟାମଋନ ଗ୍ରୀନ, ଅଙ୍ଗକୃଷ ରଘୁବଂଶୀ(ଓ୍ବକେଟକିପର), ରିଙ୍କୁ ସିଂହ, ରେବମ୍ୟାନ ପାଓ୍ବେଲ, ରମଣଦୀପ ସିଂହ, ଅନୁକୂଳ ରୟ, ସୁନୀଲ ନାରାଏନ, ନବଦୀପ ସାଇନି ଏବଂ କାର୍ତ୍ତିକ ତ୍ୟାଗୀ ।
ଲକ୍ଷ୍ନୌ : ମିଚେଲ ମାର୍ଶ, ଏଡେନ ମାର୍କରମ, ଋଷଭ ପନ୍ତ(ଅଧିନାୟକ/ଓ୍ବିକେଟକିପର), ନିକୋଲସ ପୂରନ, ଅବଦୁଲ ସମଦ, ମୁକୁଲ ଚୌଧୁରୀ, ମଣିମରନ ସିଦ୍ଧାର୍ଥ, ଆବେଶ ଖାନ, ମହମ୍ମଦ ଶାମୀ, ଦିଗବେଶ ରାଠି ଏବଂ ପ୍ରିନ୍ସ ଯାଦବ ।