ମୁମ୍ବାଇ,୨/୪ : ପ୍ରଥମ ପାଳିରେ ଦମଦାର୍ ବ୍ୟାଟିଂ କରିଛି ଏସଆରଏଚ୍ । ୨୦ଓଭରରେ ୮ଓ୍ବିକେଟ ହରାଇ ୨୨୬ରନ୍ କରିଛି । ଟସ୍ ଜିତି କେକେଆର୍ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିଲା ଏସଆରଏଚ୍ । କୋଲକାତାକୁ ୨୨୭ରନର ଟାର୍ଗେଟ ଦେଇଛି ଏସଆରଏଚ୍ ।
ଦଳ ପାଇଁ ଅଭିଷେକ ଶର୍ମା, ଟ୍ରେବିସ ହେଡ଼ ଏବଂ ହେନରିକ କ୍ଲାସେନ ଦମଦାର୍ ବ୍ୟାଟିଂ କରିଛନ୍ତି । କ୍ଲାସେନ ୩୫ବଲରେ ୪ଚୌକା ଏବଂ ୧ଛକା ସହ ୫୨ରନ୍ କରିଥିଲେ। ଅଭିଷେକ ଶର୍ମା ୨୧ବଲରେ ୪ଚୌକା ଏବଂ ୪ଛକା ଲଗାଇ ୪୮ ରନ୍ କରିଥିଲେ। ସେହିଭଳି ଟ୍ରେବିସ ହେଡ ୨୧ବଲରେ ୬ଚୌକା ଏବଂ ୩ଛକା ସହ ୪୬ରନ୍ କରିଥିଲେ । ମାତ୍ର ଯେଉଁ ହିସାବରେ ହାଇଦ୍ରାବାଦର ଆରମ୍ଭ ହୋଇଥିଲା ତାକୁ ଦେଖି ଲାଗୁଥିଲା କି ଟିମ୍ ବହୁ ସହଜରେ ୨୫୦ ଛୁଇଁ ପାରେ । କିନ୍ତୁ ଟିମ୍ ମଧ୍ୟ ଓଭରରେ ବାରମ୍ବାର ଓ୍ବିକେଟ ହରାଇ ଚାଲିଲା । ପାଓ୍ବାରପ୍ଲେରେ ଟିମର ସ୍କୋର୍ ୧ ଓ୍ବିକେଟରେ ୮୪ରନ୍ ଥିଲା । ମଝିରେ ଓ୍ବିକେଟ ଯାଇଥିଲା । ପରେ ଶେଷରେ କ୍ଲାସେନ ଏବଂ ରେଡ୍ଡି ପାଳି ସମ୍ଭାଳିଥିଲେ ଏବଂ ଟିମର ସ୍କୋରକୁ ୨୦୦ରନରେ ପହଞ୍ଚାଇଥିଲେ ।
କୋଲକାତାର ବୋଲିଂ ଉପରେ ନଜର ପକାଇଲେ ବ୍ଲେସିଂ ମୁଜାରବନି ସର୍ବାଧିକ ଓ୍ବିକେଟ ନେଇଛନ୍ତି । ୪ ଓଭରରେ ୪୧ରନ୍ ସହ ୪ଟି ଓ୍ବିକେଟ ହାସଲ କରିଥିଲେ । ସେହିଭଳି ବୈଭବ ଅରୋରା ୪ଓଭର ପକାଇ ୪୭ରନ୍ ଦେବା ସହ ୨ଓ୍ବିକେଟ ଅକ୍ତିଆର କରି ନେଇଥିଲେ । କାର୍ତ୍ତିକ ତ୍ୟାଗି ୪ଓଭରରେ ୪୮ରନ୍ ଏବଂ ଅନୁକୁଲ ରୟ ୨ଓଭରରେ ୧୬ ରନ୍ ଦେଇ ଗୋଟିଏ ଗୋଟିଏ ଓ୍ବିକେଟ ନେଇଥିଲେ ।