ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବିପଦରେ ସୁନୀଲ ଗାଭାସ୍କରଙ୍କ ୪୬ବର୍ଷ ପୂରୁଣା ରେକର୍ଡ; ଇତିହାସ ରଚିବାଠୁ ଏତିକି ରନ୍ ଦୂରରେ କେଏଲ ରାହୁଲ ?

Published By : Ankita S | July 27, 2025 2:41 PM

ନୂଆଦିଲ୍ଲୀ,୨୭/୦୭: ମାଞ୍ଚେଷ୍ଟର ଟେଷ୍ଟରେ ଅଧିନାୟକ ଶୁବମନ୍ ଗିଲଙ୍କ ସହିତ ଭାରତର ସଙ୍କଟମୋଟକ ସାଜିଛନ୍ତି କେଏଲ ରାହୁଲ । ଏବେ ଇତିହାସ ରଚିବାଠୁ ଅଳ୍ପ ରନ୍‌ ଦୂରରେ କ୍ଲାସିକ୍ କେଏଲ ରାହୁଲ । ମାଞ୍ଚେଷ୍ଟର ଟେଷ୍ଟର ଚତୁର୍ଥ ଦିନରେ କେଏଲ୍ ରାହୁଲ ୮୭ ରନ କରି ଅପରାଜିତ ରହିଛନ୍ତି । ଏହା ସହିତ, ଏହି ସିରିଜରେ ତାଙ୍କର ସ୍କୋର ୫୦୮ ରନ୍‌ ହୋଇଛି । ଯଦି କେଏଲ ରାହୁଲ ମ୍ୟାଚର ପଞ୍ଚମ ତଥା ଶେଷ ଦିନରେ ଆଉ ୩୫ ରନ କରନ୍ତି, ତେବେ ସେ ଇତିହାସ ରଚିବେ । ଏହା ସହିତ ୪୬ ବର୍ଷ ପୁରୁଣା କିମ୍ବଦନ୍ତୀ ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିବେ ।

୨୦୨୫-୧୯୭୯: ୪୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାଠୁ ଅଳ୍ପ ଦୂରରେ ରାହୁଲ । ଏହି ରେକର୍ଡ ଇଂଲଣ୍ଡରେ ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ କରିଥିବା ଭାରତୀୟ ନୁହେଁ ବରଂ ଏସିଆ ବ୍ୟାଟରଙ୍କ ନାମରେ ରହିଛି । ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ୧୯୭୯ ଇଂଲଣ୍ଡ ଗସ୍ତରେ ୪ ଟେଷ୍ଟ ମ୍ୟାଚର ୭ ଇନିଂସରେ ୭୭.୪୨ ହାରରେ ୫୪୨ରନ୍ କରିଥିଲେ । ଏହା ପରେ କୌଣସି ଖେଳାଳି ଇଂଲଣ୍ଡରେ ଓପନର ଭାବେ ରନ୍ କରିନାହାନ୍ତି । ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ ସିରିଜରେ ରାହୁଲଙ୍କ ସ୍କୋର ୫୦୮ରନ୍ ହୋଇଛି । ୩୫ ରନ୍‌ ପରେ ଗାଭାସ୍କରଙ୍କ ଏହି ରେକର୍ଡ ଭାଙ୍ଗି ଇତିହାସ ରଚିବେ ରାହୁଲ । ଏମିତି କରିବାରେ ସେ ଦ୍ବିତୀୟ ଖେଳାଳି ହେବେ । ଗାଭାସ୍କର ତାଙ୍କ କ୍ୟାରିୟରରେ ଇଂଲଣ୍ଡରେ ୧୫ ମ୍ୟାଚରେ ୨୮ ପାଳିରେ ୧୧୫୨ ରନ୍ କରିଛନ୍ତି । କେଏଲ ରାହୁଲ ୧୨ ମ୍ୟାଚରେ ୨୪ ଇନିଂସରେ ୧୧୦୫ରନ୍ କରି ସାରିଛନ୍ତି ।



ଘରୋଇ ଇଂଲଣ୍ଡ ଓ  ଭାରତ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଇଂଲଣ୍ଡର ଆଧିପତ୍ୟ ଜାରି ରହିଛି । ଭ୍ରମଣକାରୀ ଭାରତ ଇନିଂସ ପରାଜୟ ଏଡ଼ାଇବାକୁ ସଂଘର୍ଷ କରୁଛି । ପ୍ରଥମ ଇନିଂସରେ ଇଂଲଣ୍ଡ ୬୬୯ ରନ୍‌ ସଂଗ୍ରହ କରିବା ସହ ମୋଟ୍‌ ୩୧୧ ରନ୍‌ରେ ଅଗ୍ରଣୀ ହାସଲ କରିଥିଲା । ଏହାର ଜବାବରେ ଭାରତ ଦ୍ୱିତୀୟ ଇନିଂସରେ ୨ ୱିକେଟ୍‌ ହରାଇ ୧୭୪ ରନ ସଂଗ୍ରହ କରିଛି ଓ ଆଉ ୧୩୭ ରନ ପଛରେ ରହିଛି । ଷ୍ଟମ୍ପ ଅପସାରଣ ସୁଦ୍ଧା କେଏଲ ରାହୁଲ ୮୭ ଓ ଶୁଭମନ ଗିଲ୍‌ ୭୮ରନ କରି ଅପରାଜିତ ରହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.