ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କ୍ଲାସି କେଏଲ ରାହୁଲଙ୍କ 'କାନ୍ତାରା' ଷ୍ଟାଇଲ୍ ସେଲିବ୍ରେସନ୍, ଜାଣନ୍ତୁ କାରଣ

Published By : Ankita S | April 12, 2025 10:44 AM

ନୂଆଦିଲ୍ଲୀ,୧୨/୦୪: ଆଇପିଏଲ ସିଜିନ୍ ୧୮ ଦିନକୁ ଦିନ ରୋମାଞ୍ଚକର ହେଉଛି । ଦିଲ୍ଲୀ କ୍ୟାପିଟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ତାର ଚତୁର୍ଥ ମ୍ୟାଚରେ ଦମଦାର ବିଜୟ ହାସଲ କରିଥିଲା । ଏଥିରେ ମୁଖ୍ୟ ଭୂମିକା ତୁଲାଇଥିଲେ କ୍ଲାସି କେଏଲ ରାହୁଲ । ମ୍ୟାଚ ଜିତିବା ପରେ ସେ ଏକ ନିଆରା ଷ୍ଟାଇଲରେ ପଡ଼ିଆରେ ସେଲିବ୍ରେସନ କରିଥିଲେ । ଏ ସେଲିବ୍ରେସନ ଷ୍ଟାଇଲ କାରଣର ଖୁଲାସା କରିଛନ୍ତି କେଏଲ ରାହୁଲ ।

ଆଇପିଏଲରେ ଆରସିବି ବିପକ୍ଷ ମ୍ୟାଚରେ ଶେଷ ଯାଏଁ କ୍ରିଜରେ ରହିଥିଲେ ରାହୁଲ । ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ରାହୁଲ ରାଜୁତି ଦେଖିବାକୁ ମିଳିଥିଲା । ଅପରାଜିତ ୯୩ରନ୍‌ର ପାଳି ଖେଳି ଦିଲ୍ଲୀକୁ ବିଜୟୀ କରାଇଥିଲେ । ଆରସିବିକୁ ତାରି ଘରେ ୬ ୱିକେଟରେ ହରାଇଥିଲା ଦିଲ୍ଲୀ ।ରାହୁଲ ଅପରାଜିତ ୫୩ ବଲରେ ୯୩ରନ୍‌ର ଇନିଂସ ଖେଳିଥିଲେ । ଯେଉଁଥିରେ ୭ ଚୌକା ଓ ୬ ଛକା ସାମିଲ ଥିଲା । ଛକା ମାରି ଦଳକୁ ବିଜୟୀ କରାଇଥିଲେ । ବିଜୟ ପରେ ପଡିଆରେ ରାହୁଲ ଜୋରଦାର ସେଲିବ୍ରେସନ କରିଥିଲେ । 

ଗ୍ରାଉଣ୍ଡରେ ବ୍ୟାଟ ବାଡ଼େଇ ସେ କହିଥିଲେ ଏହା ମୋ ମୈଦାନ...ମୋ  ସହର... ଅନ୍ୟଙ୍କଠୁ ମୁଁ ଅଧିକ ଜାଣିଛି । ମୁଁ ଜାଣିଛି କେଉଁଠି ୧ ରନ ମିଳିବ କେଉଁଠି ୬ ରନ୍ । ଆରିସିବି ମ୍ୟାନେଜମେଣ୍ଟକୁ ସେ କିଛି କହୁଥିବା ଚର୍ଚ୍ଚା ହେଉଛି । ତାଙ୍କ ସେଲିବ୍ରେସନ ପଛରେ ୪୫୦ କୋଟି ଟଙ୍କାର ଫିଲ୍ମ 'କାନ୍ତାରା' ରହିଛି । ଏହି ମୈଦାନ ମୋ ପାଇଁ ସ୍ପେଶାଲ । ମୋ ପସନ୍ଦର ଚଳଚ୍ଚିତ୍ର କାନ୍ତାରା ଷ୍ଟାଇଲରେ ବିଜୟକୁ ସେଲିବ୍ରେଟ୍ କରିଥିଲି ବୋଲି କହିଛନ୍ତି ରାହୁଲ । 

ଅଧିକ ପଢ଼ନ୍ତୁ...IPL-2025: ଲଗାତାର ଚତୁର୍ଥ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ; ୬ ୱିକେଟରେ ହାରିଲା ବେଙ୍ଗାଲୁରୁ

ଇଣ୍ଡିଆନ୍ ପ୍ରିିିିମିୟଲ ଲିଗ୍‌ର ୧୮ତମ ସଂସ୍କରଣରେ ଏଯାବତ ୨୧ଟି ଲିଗ୍‌ ମ୍ୟାଚ ସିରିଛି । ଭଲ ଫର୍ମରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଧିନାୟକ ଅକ୍ଷର ପଟେଲଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରୁଛି । ଏଯାବତ୍ ୪ଟି ମ୍ୟାଚ ଖେଳି ସବୁ ମ୍ୟାଚ ଜିତିଛି । ୮ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଆସନ୍ତାକାଲି (ରବିବାର) ମୁମ୍ବାଇ ବିପକ୍ଷରେ ଦିଲ୍ଲୀ ତାର ପଞ୍ଚମ ମ୍ୟାଚ ଖେଳିବ । ବିଜୟଧାରା ଜାରି ରଖି ଟେବୁଲ ଶୀର୍ଷକୁ ଉଠିବାକୁ ପ୍ରୟାସ କରିବ ଦଳ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.