ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏବେ ଅନୁପ୍ରବେଶକାରୀଙ୍କୁ ତ୍ରାହି ନାହିଁ; ବନ୍ଦ ହେବାକୁ ଯାଉଛି ୪ଟି ପୁରୁଣା ଆଇନ

Published By : Soubhagya Ranjan | March 11, 2025 6:03 PM

Image source: ABP Live

ନୂଆଦିଲ୍ଲୀ,୧୧/୦୩: ବର୍ତ୍ତମାନ ଦେଶରେ ନୂଆ ଅପ୍ରବାସ ବିଲ୍‌କୁ ନେଇ ଆଲୋଚନା ଜୋରସୋରରେ ଚାଲିଛି। ଏହି ବିଲ୍‌ର ନାଁ ହେଉଛି 'ଇମିଗ୍ରେସନ୍ ଆଣ୍ଡ୍‌ ଫରେନ୍‌ ବିଲ୍ ୨୦୨୫'। ଏହାର କାର୍ଯ୍ୟକାରିତା ପରେ ଭାରତରେ ରହୁଥିବା ବେଆଇନ ବିଦେଶୀ ନାଗରିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଏହି ବିଲ୍ ଆଇନ୍‌ରେ ପରିଣତ ହେବା ପରେ ଅପ୍ରବାସ ଏବଂ ବିଦେଶୀ ନାଗରିକଙ୍କ ସହ ଜଡ଼ିତ ଚାରୋଟି ପୁରୁଣା ଆଇନ ମଧ୍ୟ ରଦ୍ଦ ହୋଇଯିବ। ଯେଉଁଥିପାଇଁ ଦେଶ ବେଆଇନ ଅନୁପ୍ରବେଶକାରୀଙ୍କଠାରୁ ମୁକ୍ତ ହେବ।

କେଉଁ ଆଇନ୍‌ରେ ପଡ଼ିବ ପୂର୍ଣ୍ଣଛେଦ?

ଇମିଗ୍ରେସନ ଆଣ୍ଡ୍‌ ଫରେନ୍‌ ବିଲ୍ ୨୦୨୫ ଆଇନରେ ପରିବର୍ତ୍ତନ ହେବା ପରେ ସରକାରଙ୍କ ଚାରୋଟି ନିୟମ ରଦ୍ଦ ହେବ। ଏଥିମଧ୍ୟରେ ଫରେନର୍ସ ଆକ୍ଟ ୧୯୪୬, ପାସପୋର୍ଟ ଆକ୍ଟ ୧୯୨୦, ରେଜିଷ୍ଟ୍ରେସନ ଅଫ୍ ଫରେନ୍ ଆକ୍ଟ ୧୯୩୯ ଏବଂ ଇମିଗ୍ରେସନ ଆକ୍ଟ ୨୦୦୦ ରହିଛି। ନୂଆ ଆଇନ ପ୍ରଣୟନ ହେବା ମାତ୍ରେ ସରକାର ଏହି ଚାରୋଟି ଅଧିନିୟମକୁ ରଦ୍ଦ କରିବେ।

ନୂଆ ବିଲ୍‌ରେ କ'ଣ ଅଛି?

ଏହି ନୂଆ ବିଲ୍‌ରେ ଦେଶର ସୁରକ୍ଷା ତଥା ସାର୍ବଭୌମତ୍ୱକୁ ପ୍ରାଧାନ୍ୟ ଦେଇ ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକଙ୍କ ପ୍ରବେଶ ଏବଂ ରହଣୀ କଡ଼ା ନିୟମ ମଧ୍ୟରେ ରହିବ ବୋଲି ପ୍ରସ୍ତାବ ଦିଆଯାଇଛି। ଏଥିରେ ଏକ ବ୍ୟବସ୍ଥା ଅଛି ଯେ ଯଦି କୌଣସି ବ୍ୟକ୍ତିର ଉପସ୍ଥିତି ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରେ କିମ୍ବା ସେ ନକଲି ଦସ୍ତାବିଜ ଆଧାରରେ ଦେଶରେ ରୁହନ୍ତି କିମ୍ବା ବେଆଇନ ଭାବେ ଦେଶରେ ନାଗରିକତା ହାସଲ କରନ୍ତି, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ, ଯଦି କୌଣସି ବିଦେଶୀଙ୍କ ଆଗମନ ଅନ୍ୟ କୌଣସି ଦେଶ ସହିତ ଭାରତର ସମ୍ପର୍କକୁ ପ୍ରଭାବିତ କରିବାର ସମ୍ଭାବନା ଥାଏ, ତେବେ ତାଙ୍କୁ ଏହି ଦେଶରେ ପ୍ରବେଶକୁ ରୋକାଯାଇପାରିବ। ଏହି ବିଲ୍‌ରେ ପ୍ରସ୍ତାବ ଦିଆଯାଇଛି ଯେ ଇମିଗ୍ରେସନ ଅଧିକାରୀଙ୍କ ନିଷ୍ପତ୍ତିକୁ ଚୂଡାନ୍ତ ବିବେଚନା କରାଯିବ।

ନୂଆ ଆଇନ ଅଧିନରେ ମିଳିବ କଡ଼ା କାର୍ଯ୍ୟାନୁଷ୍ଠାନ: 

ଏହି ବିଲ୍‌ରେ ଆହୁରି ମଧ୍ୟ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତି ବୈଧ ପାସପୋର୍ଟ କିମ୍ବା ଟ୍ରାଭେଲ ଡକ୍ୟୁମେଣ୍ଟ ବିନା ଦେଶକୁ ଆସନ୍ତି, ତେବେ ତାଙ୍କୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ବା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇପାରେ। ଏଥି ସହିତ, ଯଦି କେହି ଜାଲ୍ ଡକ୍ୟୁମେଣ୍ଟ ବ୍ୟବହାର କରି କିମ୍ବା ଜାଲିଆତି କରି ପାସପୋର୍ଟ ପାଆନ୍ତି, ତେବେ ତାଙ୍କୁ ୨ ବର୍ଷରୁ ୭ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ। ଏଥିସହ ଏଭଳି ପରିସ୍ଥିତିରେ ଅତି କମରେ ୧ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ମଧ୍ୟ ଲାଗୁ କରାଯାଇପାରେ। ସୂଚନାଥାଉକି, ପୂର୍ବରୁ ମଧ୍ୟ ବିଦେଶୀ ନାଗରିକଙ୍କୁ ଦେଶକୁ ଆସିବା ବନ୍ଦ କରିବାକୁ ସରକାରଙ୍କର ଅଧିକାର ଥିଲା, କିନ୍ତୁ ଏହି ବ୍ୟବସ୍ଥା କୌଣସି ଆଇନରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇ ନାହିଁ, ଯାହାକି ଅନେକ ସମୟରେ ସମସ୍ୟା ସୃଷ୍ଟି କରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.