- ମାର୍ଗଦର୍ଶିକା ମାନିବାକୁ ଆରଟିଓଙ୍କୁ ଏସଟିଏର ନିର୍ଦ୍ଦେଶ
- ମଦ୍ୟପାନ କରି ଗାଡ଼ି ଚଳାଇଲେ ଆକ୍ସନ
- ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ଏସଓପି ଜାରି
ଭୁବନେଶ୍ୱର : ପିକନିକ୍ ପାର୍ଇ ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ପିକନିକ୍ ଋତୁରେ ହେଉଥିବା ଦୁର୍ଘଟଣା ହ୍ରାସ କରିବା ପାଇଁ ମାର୍ଗଦର୍ଶିକାର କଠୋର ପାଳନ କରାଯିବ। ସମସ୍ତ ଆରଟିଓ ଏବଂ ଏଆରଟଓିଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଥିରେ ମୁଖ୍ୟତଃ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରିବା ପାଇଁ ଗୁରୁତ୍ୱ ଦିଆଯାଇଛି। ମଦ ପିଇ ଗାଡ଼ି ଚଳାଇବା ଏବଂ ଦ୍ରୁତଗତିରେ ଗାଡ଼ି ଚଳାଇବା ଯୋଗୁଁ ପିକନିକ୍ ସ୍ପଟରେ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ। ଯେଉଁଥି ପାଇଁ ପର୍ଯ୍ୟଟକଙ୍କ ବ୍ରେଥ୍ ଆନାଲାଇଜରରେ ଟେଷ୍ଟ ହେବା ସହ ଟ୍ରାଫିକ୍ ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।
ଏହାସହ ମଧ୍ୟ ପଢନ୍ତୁ : CMOରେ ପାଳନ ହେବନି ଇଂରାଜୀ ନବ ବର୍ଷ ଉତ୍ସବ, ଶୁଭେଚ୍ଛା ଓ ଅଭିନନ୍ଦନ ପାଇଁ ନ' ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ…
ଏହାସହ ଏହି ମାର୍ଗଦର୍ଶିକାରେ ସଡ଼କ ସୁରକ୍ଷାର ଚାରିଟି ‘ଇ’ ଯଥା ଏନଫୋର୍ସମେଣ୍ଟ, ଇଜିଂନିୟରି, ଏଜୁକେସନ ଓ ମରଜେନ୍ସି କେୟାରକୁ ପ୍ରାଧାନ୍ୟ ଦିଆଯାଇଛି। ଯାତ୍ରୀଙ୍କ ସୁବିଧା ଯାତ୍ରା ଏବଂ ସୁରକ୍ଷିତ ଫେରିବା କିଭଳି ସଫଳ ହୋଇ ପାରିବ, ସେନେଇ ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି। ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟହେବ, ଯେଉଁଥିରେ ଏସପି, ଆରଟିଓ, ସିଡିପିଓଙ୍କର ମଧ୍ୟ ଭାଗିଦାରୀ ରହିବ। ବଣଭୋଜିର ଖୁସି ଯେଭଳି ସଡ଼କ ଦୁର୍ଘଟଣା ଦୁଃଖରେ ପରିଣତ ହେବ ସେନେଇ ଉଦ୍ୟମ କରାଯିବ। ଯେଉଁମାନେ ପିକନିକ୍ ପାଇଁ ବାହାରିଛନ୍ତି ସେମାନେ ସଡ଼କ ସୁରକ୍ଷାର ସମସ୍ତ ନିୟମ ପାଳନ କରନ୍ତୁ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି।
ସଡ଼କ ସୁରକ୍ଷା ନିୟମ ଉଲଙ୍ଘନ କଲେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରମୁଖ ବଣଭୋଜି ସ୍ଥଳକୁ ଚିହ୍ନଟ କରାଯାଇଛି। ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଦଳ ମୁତୟନ କରାଯିବ। ଏଣୁ ପ୍ରବେଶ ପ୍ରସ୍ଥାନ ପଥରେ ଯାଞ୍ଚ କରାଯିବ। ବେପରୁଆ ଗାଡ଼ି ଚାଳନା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଭରଲୋଡିଂ, ଗାଡ଼ିରେ ଅସୁରକ୍ଷିତ ପରିବହନ, ଯାନର ବେଆଇନ ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁଲିସ ଓ ପରିବହନ ବିଭାଗ ମିଳିତ ଭାବେ ଚେକିଂ ଉପରେ ଗୁରୁତ୍ୱ ଦେବେ। ପିକନିକ୍/ତୀର୍ଥଯାତ୍ରା ପାଇଁ ବାହାରୁ ଥିବା ଗାଡ଼ି ଗୁଡ଼ିକ RTOଙ୍କ ଠାରୁ ପରମିଟ୍ ନେବା ଆବଶ୍ୟକ। ଅଧିକ ଭିଡ଼ଥିବା ସ୍ଥାନରେ ଏମରଜେନ୍ସି କେୟାର ଏବଂ ଦୁର୍ଘଟଣାଗ୍ରସ୍ତଙ୍କୁ ଗୋଲଡେଡ଼ ଆଓ୍ବାରରେ ଚିକିତ୍ସା ଉପରେ ଗୁରୁତ୍ବ ଦିଆଯିବ। ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ପିକନିକ୍ ଯିବା ପୂର୍ବରୁ ଶିକ୍ଷାନୁଷ୍ଠାନ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବେ।
ପିକନିକ ଯାଉଥିବା ଗାଡ଼ିରେ ସମସ୍ତ ଡକ୍ୟୁମେଣ୍ଟ ରହିବା ଜରୁରୀ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲର ଶିକ୍ଷକ ଏବଂ କଲେଜ ଅଧ୍ୟାପକ ମଧ୍ୟ ରହିବେ। ପର୍ଯ୍ୟଟନ ବିଭାଗ ପାର୍କିଂ, ସାଇନେଜ୍ ଓ ଯାତ୍ରୀ ସଂଖ୍ୟା ରେକର୍ଡ ରଖିବ। ରାସ୍ତା ନିର୍ମାଣକାରୀ ସଂସ୍ଥା ଆବଶ୍ୟକୀୟ ରାସ୍ତା ମରାମତି କରିବେ। ସାଇନେଜ୍, ହାଜାର୍ଡ ମାର୍କର , ବାରିକେଡ୍ ସୁଧାର କରିବେ। ଏହି ସମୟରେ ଦ୍ରୁତଗତି, ଓଭରଲୋଡିଂ, ହେଲମେଣ୍ଟ/ସିଟବେଲ୍ଟ ପିନ୍ଧିବା ଏବଂ ପଥଚାରୀ ସୁରକ୍ଷା ଉପରେ ସଚେତନତା କରାଯିବ। ସେହିଭଳି କୁକୁଡ଼ିକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସତର୍କତା ଗ୍ରହଣ କରାଯିବ ।