ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଜୀବନରେ ରହିଛି ରଙ୍ଗର ପ୍ରଭାବ, ଜାଣନ୍ତୁ କେଉଁ ଦିନ କେଉଁ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ

Published By : Prameya | April 22, 2025 11:53 AM

ଭୁବନେଶ୍ୱର ୨୨/୦୪: ଗ୍ରହ ଅନୁଯାୟୀ ବିଭିନ୍ନ ରଙ୍ଗର ପ୍ରଭାବ ବିଭିନ୍ନ ବାରରେ ଆମ ଉପରେ ପଡ଼ିଥାଏ । କେଉଁ ଦିନ କେଉଁ ରଙ୍ଗର ବସ୍ତ୍ର ବା ପୋଷାକ ପିନ୍ଧିଲେ ଆମ ଉପରେ ଏହାର ସୁପ୍ରଭାବ ପଡ଼ିବ ଏବଂ ଦେବୀଦେବତାଙ୍କ ଆଶୀର୍ବାଦ ମିଳିବ ଆସନ୍ତୁ ଜାଣିବା...

ସୋମବାର: ଏହି ବାର ଚନ୍ଦ୍ରଙ୍କ ବାର । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ରଙ୍କ ବାରରେ ଶ୍ୱେତ ବସ୍ତ୍ର ପିନ୍ଧିବା ଉଚିତ । ଏପରି କଲେ ମନ ସେଦିନ ଶାନ୍ତ ରହିବା ସହିତ କାମ ଠିକ୍‌ ଠିକ୍‌ ହୋଇପାରିବ । ଏହି ଦିନ ଦେବ ଦେବ ମହାଦେବଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବେ । 

ମଙ୍ଗଳବାର: ମଙ୍ଗଳ ଗ୍ରହଙ୍କର ପ୍ରଭାବ ରହୁଥିବାରୁ ଲାଲ୍‌ ବସ୍ତ୍ର ପିନ୍ଧିବା ଦ୍ୱାର ଶୁଭ ଫଳ ମିଳିଥାଏ । ଲାଲ୍‌ ରଙ୍ଗର ବସ୍ତ୍ର ପିନ୍ଧିଲେ ଶକ୍ତିଶାଳୀ ତଥା ବୁଦ୍ଧିମାନ୍‌ ହେବାର ଆଶୀର୍ବାଦ ହନୁମାନ୍‌ ପ୍ରଦାନ କରିଥାନ୍ତି । 

ବୁଧବାର: ବୁଧ ଗ୍ରହ ବାଣୀ, ବୁଦ୍ଧି ବ୍ୟାପାର ସହ ସମ୍ବନ୍ଧିତ । ଏଣୁ ବୁଧବ।ର ଦିନ ଯେଉଁମାନେ ସବୁଜ ରଙ୍ଗର ବସ୍ତ୍ର ପିନ୍ଧିବେ ସେମାନଙ୍କୁ ବ୍ୟାବସାୟିକ କାରବାରରେ ସଫଳତା ମିଳିବ । କଥାରେ ହୃଦୟ ମଧ୍ୟ ଜିତିପାରିବେ । ସବୁଜ ରଙ୍ଗ ବୁଧଙ୍କ ପ୍ରଭାବକୁ ମଜବୁତ୍‌ କରିବା ସହିତ ସବୁଜବସ୍ତ୍ରଧାରୀ ଶ୍ରୀଗଣେଶଙ୍କ କୃପା ମଧ୍ୟ ପାଇପାରିବେ । 

ଗୁରୁବାର: ଏହି ଦିନଟି ଶ୍ରୀହରିଙ୍କ ପ୍ରତି ସମର୍ପିତ ବାର ଅଟେ । ହରିଙ୍କ ପ୍ରିୟ ହଳଦିଆ ରଙ୍ଗ । ଏଣୁ ଗୁରୁବାର ହଳଦିଆ ରଙ୍ଗର ବସ୍ତ୍ର, ପୋଷାକ ପିନ୍ଧିଲେ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବେ । ଗୁରୁ ବୃହସ୍ପତିଙ୍କର ପ୍ରଭାବ ବି ମଜବୁତ୍‌ ରହିବ । 

ଶୁକ୍ରବାର: ମାତା ଲକ୍ଷ୍ମୀଙ୍କୁ ସମର୍ପିତ ଶୁକ୍ରବାର । ଏହି ଦିନ ପ୍ରେମ, ବିଳାସ ତଥା ଧନର ଗ୍ରହ ଶୁକ୍ରଙ୍କ ଆଧିପତ୍ୟ ରହିଥାଏ । ସବୁ ଦୃଷ୍ଟିରୁ ଶୁକ୍ରବାର ଶ୍ୱେତ ବସ୍ତ୍ର ପିନ୍ଧିଲେ ଆପଣ ଲାଭବାନ୍‌ ହେବେ । 

ଶନିବାର: ଶନିବାର ଗାଢ଼ ରଙ୍ଗର ବସ୍ତ୍ର, ପୋଷାକ ପିନ୍ଧିବା ଭଲ । ଯେମିତି ଗାଢ଼ ନୀଳ, ଗାଢ଼ ଧୂସର ଇତ୍ୟାଦି । ଗାଢ଼ରଙ୍ଗର ବସ୍ତ୍ରଧାରୀମାନେ ମହାଗ୍ରହ ଶନିଦେବଙ୍କ କୃପା ପ୍ରାପ୍ତ ହେବେ । ଏହିସହିତ ରାହୁ , କେତୁଙ୍କ ର ଶୁଭ ଦୃଷ୍ଟି ପଡିବ  । 

ରବିବାର: ରବିବାର ସୂର୍ଯ୍ୟଦେବଙ୍କ ଦିନ ଅଟେ । ଲାଲ୍‌ କିମ୍ବା ସ୍ୱର୍ଣ୍ଣାଭ ରଙ୍ଗର ବସ୍ତ୍ର ପିନ୍ଧିଲେ ପୁରା ଦିନ ସୂର୍ଯ୍ୟଦେବଙ୍କ କୃପା ରହିବ । ଫଳରେ ଶାନ୍ତି,ସମ୍ମାନ ଏବଂ ସମୃଦ୍ଧି ପ୍ରାପ୍ତ ହେବେ । ସୂର୍ଯ୍ୟଦେବଙ୍କ ସହିତ ଅନ୍ୟ ଗ୍ରହଗଣଙ୍କର ଶୁଭ ଦୃଷ୍ଟି ବି ରହିବ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.