ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଆଇପିଏଲ୍‌ ପ୍ରସ୍ତୁତି : ଅଭ୍ୟାସ ଆରମ୍ଭ କଲେ କୋହଲି, ଆୟର, ପନ୍ତ

Published By : Rasmita Pradhan | May 16, 2025 9:33 AM

ନୂଆଦିଲ୍ଲୀ,୧୬/୦୫ : ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‌ର ବଳକା ଭାଗ ପାଇଁ ପ୍ରତ୍ୟେକ ଦଳ ଇତି ମଧ୍ୟରେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ତାରକା ଖେଳାଳି ଓ ଅଧିନାୟକମାନେ ନିଜ ନିଜ ଦଳ ସହ ଯୋଗଦେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଜି ବିରାଟ କୋହଲି ରୟାଲ୍‌ ଚ୍ୟାଲେଞ୍ଜର୍ସ, ଅକ୍ଷର ପଟେଲ ଦିଲ୍ଲୀ କ୍ୟାପିଟାଲ୍ସ, ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଓ ଶ୍ରେୟାସ ଆୟର ପଞ୍ଜାବ କିଙ୍ଗ୍‌ସ ଦଳ ସହ ଯୋଗଦେଇ ଅଭ୍ୟାସ ଆରମ୍ଭ କରିଛନ୍ତି। ୧୭ ତାରିଖରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳରେ ପ୍ରାୟତଃ ସବୁ ବିଦେଶୀ ଖେଳାଳି ଯୋଗ ଦେଇସାରିଛନ୍ତି । ମାତ୍ର ନାଇଟ୍‌ ରାଇଡର୍ସ ମୋଇନ ଅଲି ଓ ରୋଭମାନ ପାୱେଲଙ୍କୁ ନେଇ ନିରାଶ ରହିଛି । ଉଭୟ ପ୍ରତ୍ୟାବର୍ତ୍ତନ ପାଇଁ ରାଜି ନାହାନ୍ତି ରୟାଲ୍‌ ଚ୍ୟାଲେଞ୍ଜର୍ସ ମଧ୍ୟ ଜୋସ ହାଜେଲଉଡଙ୍କ ବିନା ଖେଳିବ । ସେ ଏବେ ଆହତ ଅଛନ୍ତି ଓ ଘରକୁ ଫେରି ବିଶ୍ରାମ ନେଉଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ପୂର୍ବରୁ ସେ ଫିଟ୍‌ ହେବାର ଲକ୍ଷ୍ୟ ରଖିଛନ୍ତି । 

ଗୋଟିଏ ଦିନ ମଧ୍ୟରେ ଆଇପିଏଲ୍‌ ବାକି ଭାଗ ଆରମ୍ଭ ହେଉଥିବାବେଳେ ପ୍ରତ୍ୟେକ ଫ୍ରାଞ୍ଜାଇଜ ବିଦେଶୀ ଖେଳାଳିଙ୍କୁ ଫେରାଇ ଆଣିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଦଳର ପ୍ରମୁଖ ଖେଳାଳି ଟ୍ରିଷ୍ଟନ ଷ୍ଟବ୍ସଙ୍କୁ ଭାରତ ଫେରିବା ପାଇଁ ରାଜି କରାଇଛି । ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ପାଇଁ ଦକ୍ଷିଣ ଆଫ୍ରିକା ଦଳରେ ସ୍ଥାନ ପାଇଥିଲେ ହେଁ ଏହା ପୂର୍ବରୁ ଭାରତ ଆସି କ୍ୟାପିଟାଲ୍ସର ଶେଷ ୩ଟି ମ୍ୟାଚ୍‌ ଖେଳିବେ ବୋଲି ରାଜି ହୋଇଛନ୍ତି । ୨୫ ତାରିଖରେ ସେ ଇଂଲଣ୍ଡ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । 

ମୁସ୍ତାଫିଜୁର ରେହମାନଙ୍କୁ ନେଇ କ୍ୟାପିଟାଲ୍ସ ହଟ ହଟା ହୋଇଛି । ତାଙ୍କୁ ଜେକ ଫ୍ରେଜର-ମ୍ୟାକଗର୍କଙ୍କ ସ୍ଥାନରେ ଡାକରା ମିଳିଥିଲା । ମାତ୍ର ତାଙ୍କୁ ଏପର୍ଯ୍ୟନ୍ତ ଭାରତ ଆସିବା ପାଇଁ ଏନ୍‌ଓସି ମିଳିନାହିଁ । ବରଂ ଆଗାମୀ ୟୁଏଇ ଓ ପାକିସ୍ତାନ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ତାଙ୍କୁ ବାଂଲାଦେଶ ଦଳରେ ସ୍ଥାନ ମିଳିଛି । 

ଆରସିବିରେ ଯୋଗଦେଲେ ବିଦେଶୀ ଖେଳାଳି 

୧୭ ତାରିଖରେ ଆଇପିଏଲ୍‌ର ବଳକା ଭାଗ ଆରମ୍ଭ ହେବ । ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍‌ ରାଇଡର୍ସ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ରେ ଏକତ୍ରିତ ହେବେ । ଏହି ମ୍ୟାଚ୍‌ ପୂର୍ବରୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳରେ ପ୍ରାୟତଃ ସବୁ ବିଦେଶୀ ଖେଳାଳି ଯୋଗ ଦେଇଛନ୍ତି । କେବଳ ପେସ୍‌ ବୋଲର ଜୋସ ହାଜେଲଉଡ୍‌ଙ୍କୁ ଛାଡ଼ିଦେଲେ ବାକି ସବୁ ବିଦେଶୀ ଖେଳାଳି ଭାରତରେ ପହଞ୍ଚି ସାରିଛନ୍ତି । ରୋମାରିଓ ସେଫର୍ଡ, ଲାଏମ ଲିଭିଙ୍ଗଷ୍ଟୋନ, ଟିମ ଡେଭିଡ୍‌, ଜାକବ ବେଥେଲ, ଲୁଙ୍ଗି ଏନଗିଡ଼ି ଓ ଫିଲ ସଲ୍ଟ ଇତିମଧ୍ୟରେ ଦଳରେ ଯୋଗ ଦେଇ ଅଭ୍ୟାସ ଆରମ୍ଭ କରିଛନ୍ତି । ବେଥେଲ ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ ଖେଳି ସ୍ୱଦେଶ ଫେରିଯିବେ । ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚରେ ସେ ଖେଳିବେ ନାହିଁ । ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୧ଟି ମ୍ୟାଚ୍‌ରୁ ୧୬ ପଏଣ୍ଟ ଅର୍ଜନ କରିସାରିଛି । ଆଉ ଗୋଟିଏ ମ୍ୟାଚ ଜିତିଲେ ପ୍ଲେ-ଅଫ୍‌ରେ ପ୍ରବେଶ କରିବ । ବେଥେଲ ଇଂଲଣ୍ଡ ଟି-ଟ୍ୱେଣ୍ଟି ଓ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି । ତେଣୁ ସେ ୨୬ତାରିଖ ସୁଦ୍ଧା ଜାତୀୟ ଦଳରେ ଯୋଗ ଦେବେ । ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳରେ ଥିବା ଅନ୍ୟ ୨ ଇଂଲଣ୍ଡ ଖେଳାଳି ଲିଭିଙ୍ଗଷ୍ଟୋନ ଓ ସଲ୍ଟ ଆଇପିଏଲ୍‌ ଶେଷ ହେବା ପର୍ଯ୍ୟନ୍ତ ଦଳରେ ରହିବେ । ରୋମାରିଓ ସେଫର୍ଡ ମଧ୍ୟ ଉଭୟ ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ପାଇଁ ୱେଷ୍ଟ ଇଣ୍ଡିଜ ଦଳରେ ସ୍ଥାନ ପାଇଛନ୍ତି । 

ମୟଙ୍କ ପୁଣି ଆହତ, ଓ’ରୁର୍କ ସାମିଲ

ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସର ପ୍ରମୁଖ ଫାଷ୍ଟ ବୋଲର ମୟଙ୍କ ଯାଦବ ଆହତ ହୋଇ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ଯୁବ ପେସ୍‌ ବୋଲର ୱିଲ ଓ’ରୁର୍କଙ୍କ ସହ ୩କୋଟି ଟଙ୍କାରେ ସୁପରଜାଏଣ୍ଟ୍‌ସ ଚୁକ୍ତି କରିଛି । ଗତ ମେଗା ନିଲାମ ପୂର୍ବରୁ ସୁପରଜାଏଣ୍ଟ୍‌ସ ମୟଙ୍କଙ୍କ ସମେତ ୩ଜଣ ଖେଳାଳିଙ୍କୁ ରିଟେନ କରିଥିଲା । ମାତ୍ର ଫିଟ୍‌ ହୋଇପାରିନଥିବାରୁ ମୟଙ୍କ ଆଇପିଏଲ୍‌ ଆରମ୍ଭରୁ ଖେଳିପାରି ନଥିଲେ । ଗତ ମାସରେ ସେ ଫିଟ୍‌ ଘୋଷିତ ହୋଇ ସୁପରଜାଏଣ୍ଟ୍‌ସ ଦଳରେ ଯୋଗ ଦେଇଥିଲେ । ପରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ମିଳିଥିଲା । ବର୍ତ୍ତମାନ ସେ ପୁଣି ଥରେ ଆହତ ହୋଇଛନ୍ତି । ଓ’ରୁର୍କ ପ୍ରଥମ କରି ଆଇପିଏଲ୍‌ ଖେଳିବାକୁ ଯାଉଛନ୍ତି । ସେ ନ୍ୟୁଜିଲାଣ୍ଡ ପକ୍ଷରୁ ୫ଟି ଟି-ଟ୍ୱେଣ୍ଟି ଖେଳି ୫ଟି ୱିକେଟ୍‌ ନେଇଛନ୍ତି । ଏହା ବ୍ୟତୀତ ସେ ୧୦ଟି ଟେଷ୍ଟ ଓ ୧୭ଟି ଦିନିକିଆ ଖେଳିଛନ୍ତି ।  

ଫର୍ଗୁସନଙ୍କ ସ୍ଥାନରେ ଜାମିସନ

ପଞ୍ଜାବ କିଙ୍ଗ୍‌ସର ପ୍ରମୁଖ ପେସ୍‌ ବୋଲର ଲୋକି ଫର୍ଗୁସନ ଆହତ ହୋଇ ବାଦ ପଡ଼ିଥିଲେ । ତାଙ୍କ ସ୍ଥାନରେ ଅନ୍ୟ ନ୍ୟୁଜିଲାଣ୍ଡ ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର କେଲି ଜାମିସନଙ୍କ ସହ ପଞ୍ଜାବ କିଙ୍ଗ୍‌ସ ଚୁକ୍ତି କରିଛି । ଚଳିତ ଆଇପିଏଲ୍‌ ସିଜନରେ ଫର୍ଗୁସନ ୪ଟି ମ୍ୟାଚ୍‌ ଖେଳି ୫ଟି ୱିକେଟ୍‌ ନେଇଥିଲେ । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଗତ ଏପ୍ରିଲରେ ଅନୁଷ୍ଠିତ ମ୍ୟାଚ୍‌ରେ ସେ ମାତ୍ର ୨ଟି ବଲ୍‌ ପକାଇଥିବା ବେଳେ ଜଙ୍ଘ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ । ଆଘାତ ଗୁରୁତର ଥିବା ସ୍କାନ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ତାଙ୍କୁ ଆଇପିଏଲ୍‌ରୁ ବାଦ ଦିଆଯାଇଥିଲା । ଜାମିସନ ୨୦୨୧ ସିଜନରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳିଥିଲେ । ଏଥର ମଧ୍ୟ ନିଲାମରେ ତାଙ୍କୁ କେହି କିଣି ନଥିଲେ । ପରେ ସେ କ୍ୱେଟା ଗ୍ଲାଡିଏଟର ପିଏସଏଲ ଦଳ ସହ ଚୁକ୍ତି କରିଥିଲେ । ବର୍ତ୍ତମାନ ପିଏସ୍‌ଏଲ୍‌ ମଧ୍ୟ ବନ୍ଦ ରହିଛି । ଜାମିସନଙ୍କୁ ୨କୋଟି ଟଙ୍କାରେ ପଞ୍ଜାବ କିଙ୍ଗ୍‌ସ ଚୁକ୍ତି କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.